www.samajalive.in
Sunday, December 7, 2025
14.1 C
Bhubaneswar

କରୋନା ମହାମାରୀ: ପୁଣି ୪୧୮ ମୃତ, ୧୮ ହଜାର ୫୨୨ ସଂକ୍ରମିତ

ନୂଆଦିଲ୍ଲୀ: ଭାରତରେ ପୁଣି ୪୧୮ କରୋନା ରୋଗୀ ପ୍ରାଣ ହରାଇଛନ୍ତି। ଏହା ସହିତ ୧୮ ହଜାର ୫୨୨ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାର ଏହି ତଥ୍ୟକୁ ମିଶାଇ ଦେଶରେ ଏବେ ମୋଟ ମୃତ୍ୟୁ ସଂଖ୍ୟା ୧୬ ହଜାର ୮୯୩କୁ ବୃଦ୍ଧି ପାଇଛି। ସେହିପରି ସଂକ୍ରମିତଙ୍କ ସଂଖ୍ୟା ୫ ଲକ୍ଷ ୬୬ ହଜାର ୮୪୦ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୨ ଲକ୍ଷ ୧୫ ହଜାର ୧୨୫ ସକ୍ରିୟ ରୋଗୀ ଥିବାବେଳେ ୩ ଲକ୍ଷ ୩୪ ହଜାର ୮୨୨ ଜଣ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଅନ୍ୟପଟେ ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ୧ ଲକ୍ଷ ୬୯ ହଜାର ୮୮୩ରେ ପହଞ୍ଚିଛି। ଏଠାରେ ମୃତ୍ୟୁ ସଂଖ୍ୟା ୭ ହଜାର ୬୧୦କୁ ବଢ଼ିଛି। ଦିଲ୍ଲୀରେ ୮୫ ହଜାର ୧୬୧ ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ୨୬୮୦ ଜଣ ପ୍ରାଣ ହରାଇଛନ୍ତି। ତାମିଲନାଡୁରେ ୮୬ ହଜାର ୨୨୪ କରୋନା ସଂକ୍ରମିତ ଏବଂ ୧୧୪୧ ରୋଗୀଙ୍କ ମୃତ୍ୟୁ ଘଟିଛି। ଗୁଜରାଟରେ ସଂକ୍ରମିତ ସଂଖ୍ୟା ୩୨ ହଜାର ୨୩କୁ ବୃଦ୍ଧି, ୧୮୨୮ ଜଣଙ୍କ ମୃତ୍ୟୁ ହୋଇଛି। ଏହାବ୍ୟତୀତ ଉତ୍ତରପ୍ରଦେଶରେ ୨୨ ହଜାର ୮୨୮ ସଂକ୍ରମିତ ଓ ୬୭୨ ମୃତ, ପଶ୍ଚିମବଙ୍ଗରେ ୧୭ ହଜାର ୯୦୭ ଆକ୍ରାନ୍ତ ଓ ୬୫୩ ମୃତ, ହରିୟାଣାରେ ୧୪ ହଜାର ୨୧୦ ଆକ୍ରାନ୍ତ ଏବଂ ୨୩୨ ମୃତ, ଆନ୍ଧ୍ରପ୍ରଦଶେରେ ୧୩ ହଜାର ୮୯୧ ଆକ୍ରାନ୍ତ ଏବଂ ୧୮୦ ମୃତ, ତେଲେଙ୍ଗାନାରେ ୧୫ ହଜାର ୩୯୪ ସଂକ୍ରମିତ ଓ ୨୫୩ ମୃତ, କର୍ଣ୍ଣାଟକରେ ୧୪ ହଜାର ୨୯୫ ଆକ୍ରାନ୍ତ ଓ ୨୨୬ ମୃତ, ରାଜସ୍ଥାନରେ ୧୭ ହଜାର ୬୬୦ ଆକ୍ରାନ୍ତ ଓ ୪୦୫ ମୃତ, ଜାମ୍ମୁ-କାଶ୍ମୀରରେ ୭୨୩୭ ସଂକ୍ରମିତ ଓ ୯୫ ମୃତ, ମଧ୍ୟପ୍ରଦେଶରେ ୧୩ ହଜାର ୩୭୦ ସଂକ୍ରମିତ ଓ ୫୬୪ ମୃତ, ବିହାରରେ ୯୬୧୮ ଆକ୍ରାନ୍ତ ଓ ୬୩ ମୃତ, ଆସାମରେ ୭୭୯୫ ଆକ୍ରାନ୍ତ ଓ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories