www.samajalive.in
Saturday, December 13, 2025
18.1 C
Bhubaneswar

ଜିତିଲା ଜୀବନ – ସିଲକ୍ୟାରା ସୁଡ଼ଙ୍ଗରୁ ୪୧ ଶ୍ରମିକ ସୁରକ୍ଷିତ ଉଦ୍ଧାର

ଡେସ୍କ: ଉତ୍ତରାଖଣ୍ଡର ଉତ୍ତରକାଶୀ ସ୍ଥିତ ସିଲକ୍ୟାରା ସୁଡ଼ଙ୍ଗରେ ୧୭ ଦିନ ହେବ ଫସି ରହିଥିବା ସମସ୍ତ ୪୧ ଜଣ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ସେହି ୪୧ ଜଣ ଶ୍ରମିକ ସୁସ୍ଥ ଥିବା ଜଣାପଡିଛି। କେନ୍ଦ୍ର ସରକାର, ଉତ୍ତରାଖଣ୍ଡ ସରକାର, ୫ଟି ମନ୍ତ୍ରାଳୟ, ଭାରତୀୟ ସେନା, ଏନଡିଆରଏଫ, ଏସଡ଼ିଆରଏଫ, ସ୍ଥାନୀୟ ପୁଲିସ ପ୍ରଶାସନ, ସରକାରୀ ଓ ବେସରକାରୀ ସଂସ୍ଥାର ଅକ୍ଲାନ୍ତ ଉଦ୍ୟମ ସଫଳ ହୋଇଛି ଯାହା ଫଳରେ ୪୧ଟି ଅମୁଲ୍ୟ ଜୀବନ ପୁଣି ନିଜ ପରିବାର ସହ ଏକ ହୋଇଛନ୍ତି। ସେହି ଶ୍ରମିକମାନେ ସୁଡ଼ଙ୍ଗ ଭିତରୁ ବାହାରକୁ ଆସିବା ପରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ଓ କେନ୍ଦ୍ର ମନ୍ତ୍ରୀ ଜେନେରାଲ ଭି କେ ସିଂହ ସେମାନଙ୍କ ସହ କଥା ହୋଇଛନ୍ତି ଓ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି।


ଚଳିତ ମାସ ନଭେମ୍ବର ୧୨ରେ ସିଲକ୍ୟାରା ସୁଡ଼ଙ୍ଗର ୬୦ ମିଟର ଅଂଶ ଭୁଶୁଡି ପଡିବା ଫଳରେ ୪୧ ଜଣ ଶ୍ରମିକ ନିର୍ମାଣାଧୀନ ସୁଡ଼ଙ୍ଗ ଭିତରେ ରହିଯାଇଥିଲେ। ସମସ୍ତ କଳ୍ପନାଜଳ୍ପନାର ଶେଷ ଘଟିଥିଲା ଆଜି ସନ୍ଧ୍ୟା ୭ଟା ୫ମିନିଟ ସମୟରେ ଯେତେବେଳେ ପ୍ରଥମ ଶ୍ରମିକ ପାଇପ ମଧ୍ୟ ଦେଇ ବାହାରକୁ ଆସିଥିଲେ।

- Advertisement -

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories