www.samajalive.in
Saturday, December 6, 2025
15.1 C
Bhubaneswar

୪୦ଲକ୍ଷ ବେଆଇନ ଅନୁପ୍ରବେଶକାରୀଙ୍କ ପାଇଁ କାହିଁକି ଏତେ ଦରଦ: ଅମୀତ ଶାହ

ନୂଆଦିଲ୍ଲୀ: ଆସାମରେ ଏନଆରସି ଦ୍ୱାରା ଜାରି ଚୂଡ଼ାନ୍ତ ତାଲିକାରେ ୪୦ଲକ୍ଷ ଲୋକଙ୍କୁ ଭାରତୀୟ ନାଗରୀକତାରୁ ବଞ୍ଚିତ କରାଯାଇଛି। ଏହାକୁ ନେଇ ସୋମବାର ଦିବସ ବ୍ୟାପୀ ସଂସଦରେ ହୋ-ହଲ୍ଲା ଲାଗିଥିବାବେଳେ ମଙ୍ଗଳବାର ଏହି ପ୍ରସଙ୍ଗ ସଂସଦରୁ ବାହାରି ବିଭିନ୍ନ ରାଜନୈତିକ ସଭା ଓ ସାଧାରଣ ସଭାରେ ପ୍ରମୁଖ ଆଲୋଚିତ ପ୍ରସଙ୍ଗରେ ପରିଣତ ହୋଇଥିଲା। ଆସାମର ୪୦ଲକ୍ଷ ବ୍ୟକ୍ତିଙ୍କୁ ବାଂଲାଦେଶୀ ଅନୁପ୍ରବେଶକାରୀ ଭାବେ କେନ୍ଦ୍ର ସରକାର ଯୁକ୍ତି ଦର୍ଶାଉଥିବା ବେଳେ ଅନ୍ୟାନ୍ୟ ରାଜନୈତିକ ଦଳ ସେମାନଙ୍କ ସମର୍ଥନରେ ମନ୍ତବ୍ୟ ଦେଉଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଏହି ମାମଲାରେ କେନ୍ଦ୍ରକୁ କଟୁ ସମାଲୋଚନା କରିବା ସହ ଆବଶ୍ୟକ ପଡ଼ିଲେ ୪୦ଲକ୍ଷ ବେଆଇନ ଅନୁପ୍ରବେଶକାରୀଙ୍କୁ ପଶ୍ଚିମବଙ୍ଗରେ ଆଶ୍ରୟ ଦେବାକୁ ଘୋଷଣା କରିଛନ୍ତି। ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ପ୍ରତି ସର୍ବଦା କୋହଳ ମନୋଭାବ ପରିପ୍ରକାଶ କରି ଆସିଛି। ଏପରିକି ଆସାମ ପରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସର୍ବାଧିକ ଅନୁପାତ ପଶ୍ଚିମବଙ୍ଗରେ ରହିଥିବା ଅଭିଯୋଗ ହେଉଛି।ଦୀର୍ଘ ବର୍ଷର ଶାସନ କାଳରେ କମ୍ୟୁନିଷ୍ଟ ସରକାର ମଧ୍ୟ ପଶ୍ଚିମବଙ୍ଗର ଏହି ଅନୁପ୍ରବେଶକାରୀ ବାଂଲାଦେଶୀଙ୍କୁ ନାଗରିକର ମାନ୍ୟତା ଦେଇ ନିଜ ଭୋଟ ବ୍ୟାଙ୍କକୁ ଶକ୍ତିଶାଳୀ କରିଦେଇଥିଲେ। ତେବେ ରାଜ୍ୟରେ ତୃଣମୂଳ ସରକାର ଆସିବା ପରେ ଏହି ଭୋଟ ବ୍ୟାଙ୍କ ଏଣିକି ତୃଣମୂଳର ଶକ୍ତିବୃଦ୍ଧିର ପ୍ରମୁଖ ମାଧ୍ୟମ ପାଲଟିଛି। ଏଭଳି କ୍ଷେତ୍ରରେ ବିଜେପି ସରକାର କ୍ଷମତାକୁ ଆସିଲେ ପଶ୍ଚିମବଙ୍ଗରେ ମଧ୍ୟ ଏନଆରସି ଲାଗୁ କରିବାକୁ ପଶ୍ଚିମବଙ୍ଗ ବିଜେପି ଅଧ୍ୟକ୍ଷ ଦିଲ୍ଲୀପ ଘୋଷ ଘୋଷଣା କରିଛନ୍ତି।
ଭାରତୀୟ ଗଣତନ୍ତ୍ରରେ ଭୋଟ ବ୍ୟାଙ୍କ ରାଜନୀତି ଏଭଳି ଜଟିଳ ପରିସ୍ଥିତିରେ ପହଞ୍ôଚଛି ଯେ, ଆସାମର ମୂଳ ନିବାସୀ ଆନ୍ଦୋଳନାତ୍ମକ ପନ୍ଥା ଆପଣେଇବାର ଦୃଷ୍ଟାନ୍ତ ରହିଛି। ଏହାକୁ ଦୃଷ୍ଟିରେ ରଖି ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧି ଆସାମରେ ଏନଆରସି ଲାଗୁ କରିଥିଲେ। ପୂର୍ବ ଭାରତୀୟ ରାଜ୍ୟ ଆସାମର ୩.୨୯କୋଟି ଜନସଂଖ୍ୟା ମଧ୍ୟରୁ ୨.୮୯କୋଟି ନାଗରିକ ଏନଆରସି ତାଲିକାରେ ରହିଛନ୍ତି। ଏହି ନାଗରିକମାନେ ମୁଖ୍ୟତଃ ବାଂଲାଦେଶୀ ହୋଇଥିଲେ ମଧ୍ୟ ରାଜନୈତିକ ଦଳ ନିଜ ସ୍ୱାର୍ଥ ସାଧନ ପାଇଁ ସେମାନଙ୍କୁ ଭାରତୀୟ ନାଗରିକର ମାନ୍ୟତା ପ୍ରଦାନ କରିଥିଲା। ସେମାନଙ୍କ ମଧ୍ୟରୁ କେବଳ ୪୦ଲକ୍ଷ ଲୋକଙ୍କୁ ଏନଆରସି ଅଯୋଗ୍ୟ ଘୋଷଣା କରିଛି। ଏହାକୁ ନେଇ ରାଜନୈତିକ ଦଳଗୁଡ଼ିକ ଏକ ସ୍ୱରରେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରୁଛନ୍ତି। ବିଜେପି ଅଧ୍ୟକ୍ଷ ଅମୀତ ଶାହ ମଙ୍ଗଳବାର ଏହି ସମାଲୋଚନାର ଉତ୍ତରରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ବଞ୍ଚାଇବାକୁ ଦେଶର ରାଜନୈତିକ ଦଳଗୁଡ଼ିକର ତତ୍ପରତାକୁ ପାଲଟା ପ୍ରଶ୍ନ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories