www.samajalive.in
Sunday, December 7, 2025
26.1 C
Bhubaneswar

ସାନ୍ତାଳୀ ବିଶ୍ୱବିଦ୍ୟାଳୟ ସ୍ଥାପନ ଦାବିରେ ମାରିସା ପକ୍ଷରୁ ୧୨ ଘଣ୍ଟିଆ ବାରିପଦା ବନ୍ଦ

ବାରିପଦା: ମୟୂରଭଞ୍ଜ ଜିଲା ସଦର ମହକୁମା ବାରିପଦାଠାରେ ସାନ୍ତାଳୀ ବିଶ୍ୱବିଦ୍ୟାଳୟ ବା ଏକ ସାନ୍ତାଳୀ ଶିକ୍ଷା ପରିଷଦ ସ୍ଥାପନ ଦାବିରେ ସ୍ଥାନୀୟ ଆଦିବାସୀ ରିଭୋଲ୍ୟୁସନାରୀ ୟୁଥ ଏଣ୍ଡ ଷ୍ଟୁଡେଣ୍ଟ ଆସୋସିଏସନ(ମାରିସା) ପକ୍ଷରୁ ମଙ୍ଗଳବାର ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ  ୧୨ ଘଣ୍ଟିଆ ବାରିପଦା ବନ୍ଦ ଡାକରା ଦିଆଯାଇଛି। ଫଳରେ ବାରିପଦାରୁ ଚଳାଚଳ କରୁଥିବା ସମସ୍ତ ଯାତ୍ରୀବାହୀ ବସଗୁଡିକୁ ଏହି ବନ୍ଦ ଡାକରା ଯୋଗୁଁ  ବନ୍ଦ କରି ଦିଆଯାଇଛି।

ସହରର ଦେଇ ଯାଉଥିବା ୧୮ ନମ୍ବର  ଜାତୀୟ ରାଜପଥର ମୁର୍ଗାବାଡି ଗୋଲେଇଠାରୁ ମାରିସା କର୍ମୀଙ୍କ ବିକ୍ଷୋଭ ଯୋଗୁଁ ତିନି ଘଣ୍ଟାରୁ ଅଧିକ  ସମୟ ଧରି ଯାନବାହନ ଚଳାଚଳ ବନ୍ଦ ରହିବା ସହିତ ଶତାଧିକ ଗାଡି ଅଟକି ରହିଥିଲା। କିନ୍ତୁ ଜାତୀୟ ରାଜପଥରେ ବିକ୍ଷୋଭ କରୁଥିବା ସମୟରେ ପୁଲିସ ସହିତ ମୁହାଁମୁହିଁ ହେବା ଯୋଗୁଁ ମାରିସାର ଜିଲା ସଭାପତି ଅର୍ଜୁନ ମୁର୍ମୁଙ୍କ ସମେତ ୧୦ ଜଣଙ୍କୁ ବାରିପଦା ଟାଉନ  ଥାନା ପୁଲିସ ଗିରଫ କରିବା ପରେ ଯାନବାହନ ଚଳାଚଳ ସ୍ୱାଭାବିକ ହୋଇଥିଲା। ଏହାର ପ୍ରଭାବରେ ସହର ମଧ୍ୟରେ କାଁ ଭାଁ ଯାନବାହନ ଚଳାଚଳ କରୁଥିବା ବେଳେ ଶିକ୍ଷାନୁଷ୍ଠାନଗୁଡିକ ବନ୍ଦ ରହିଛି।

- Advertisement -

ସାଧାରଣତଃ ପ୍ରତି ମାସର ଶେଷ ମଙ୍ଗଳବାର ଦିନ ଦୋକାନ ବଜାର ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଥିବାରୁ ସେଗୁଡିକ ସ୍ୱାଭାବିକଭାବେ ବନ୍ଦ ରହିଛି। ସରକାରୀ କାର୍ଯ୍ୟାଳୟ ଓ ବିଚାର ବିଭାଗୀୟ ଅଦାଲତମାନ ଖୋଲା ରହିଛି। ସହରତମାମ ପୁଲିସ ମୁତୟନ ରହି ପରିସ୍ଥିତି ପ୍ରତି ଦୃଷ୍ଟି ରଖିଛନ୍ତି। ଏପର୍ଯ୍ୟନ୍ତ କୌଣସିଠାରେ ଗଣ୍ଡଗୋଳର ସୂଚନା ମିଳି ନାହିଁ। ସହରର ବିଭିନ୍ନ ସ୍ଥାନରେ ବିକ୍ଷୋଭ କରୁଥିବା ୩୦ରୁ ଅଧିକ ମାରିସା କର୍ମୀଙ୍କୁ ବାରିପଦା ଟାଉନ ଥାନା ଓ ଲକ୍ଷ୍ମୀପୋଷୀ ପୁଲିସ ଫାଣ୍ଡିରେ ଅଟକ ରଖାଯାଇଛି ।

Hot this week

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

Related Articles

Popular Categories