www.samajalive.in
Friday, December 5, 2025
26.1 C
Bhubaneswar

ଜାଣନ୍ତୁ, ହୋଟେଲ କିମ୍ବା ରେଷ୍ଟୁରାଣ୍ଟରେ କ’ଣ ପାଇଁ ଦିଆଯାଏ ଫିଙ୍ଗର୍‍ ବାଓଲ !

ଆପଣମାନେ ହୋଟେଲ ଏବଂ ରେଷ୍ଟୁରାଣ୍ଟକୁ ଖାଇବାକୁ ଯାଇଥାନ୍ତି। ଖାଇବା ପରେ ଉଷୁମ ପାଣିରେ ଲେମ୍ବୁ ପକାଇ ହାତ ଧୋଇବାକୁ ଦିଆଯାଇଥାଏ। ଏହାକୁ ଫିଙ୍ଗର୍‍ ବାଉଲ (ହାତ ଧୋଇବା ପାତ୍ର) କୁହାଯାଏ। ଖାଇବା ପରେ ସେଥିରେ ଧୋଇ ହୋଇ ଟିସୁରେ ହାତକୁ ଭଲ ଭାବରେ ପୋଛିଥାଉ। କିନ୍ତୁ କେବେ କେହି ଭାବନ୍ତିନି ଯେ, ଏପରି କ’ଣ ପାଇଁ ହାତ ଧୋଇବାକୁ ଦିଆଯାଇଥାଏ। ଆସନ୍ତୁ ଜାଣିବା ଫିଙ୍ଗର୍‍ ବାଓଲ (ହାତ ଧୋଇବା ପାତ୍ର) ରେ ହାତ କ’ଣ ପାଇଁ ଧୁଆଯାଏ..ପୂର୍ବ କାଳରେ ଖାଇବା ପରେ ମିଠା ବ୍ୟଞ୍ଜନ ଖାଇବାକୁ ଦିଆଯାଇଥାଏ। ମିଠା ଖାଇବା ପରେ ଫିଙ୍ଗର୍‍ ବାଓଲରେ ହାତକୁ ଧୋଇବାକୁ ଦିଆଯାଏ। ଏପରି କରିବା ଦ୍ୱାରା ହାତରେ ଲାଗିଥିବା କୌଣସି ଦାଗ କପଡ଼ାରେ ଲାଗି ନଥାଏ। ମାତ୍ର ବର୍ତ୍ତମାନ ସମସ୍ତ ରେଷ୍ଟୁରାଣ୍ଟରେ ଖାଇବା ପରେ ଓ ମିଠା ଖାଇବା ପୂର୍ବରୁ ଫିଙ୍ଗର୍‍ ବାଓଲରେ ହାତ ଧୋଇବାକୁ ଦିଆଯାଉଛି।ଲେମ୍ବୁ ମିଶ୍ରିତ ଫିଙ୍ଗର୍‍ ବାଓଲ କ’ଣ ପାଇଁ ଦିଆଯାଏ?
ସମସ୍ତ ରେଷ୍ଟୁରାଣ୍ଟରେ ଖାଇବା ପରେ ସଙ୍ଗେ ସଙ୍ଗେ ଫିଙ୍ଗର୍‍ ବାଓଲରେ ହାତ ଧୋଇଥାଉ।
ଫିଙ୍ଗର୍‍ ବାଓଲରେ ଲେମ୍ବୁ ପକାଇବା ଦ୍ୱାରା ଏହା ହାତରୁ ଆଣ୍ଟି-ବ୍ୟାକ୍ଟେରିଆ ନଷ୍ଟ କରି ଦେଇଥାଏ। ଏହାଦ୍ୱାରା ହାତରେ ଲୁଚି ରହିଥିବା ଅନେକ ଜୀବାଣୁ ମଧ୍ୟ ନଷ୍ଟ ହୋଇଥାଏ। ଉଷୁମ ପାଣି କଟା ହୋଇଥିବା ଲେମ୍ବୁ ପକାଇ ହାତ ଧୋଇବା ଦ୍ୱାରା ହାତରୁ ଦୁର୍ଗନ୍ଧ ଦୂର ହୋଇଥାଏ। ଏହା ସହ ହାତକୁ କୋମଳ ମଧ୍ୟ ରଖିବାରେ ସାହାଯ୍ୟ କରିଥାଏ।ଫିଙ୍ଗର୍‍ ବାଓଲରେ ହାତ ଧୋଇବାର ସଠିକ ନିୟମ:
ଖାଇବା ପରେ ଫିଙ୍ଗର୍‍ ବାଓଲରେ ହାତ ଧୋଉଥିଲେ ଆଙ୍ଗୁଠିକୁ କିଛି ସମୟ ପାଣିରେ ବୁଡାଇ ରଖନ୍ତୁ। ଗରମ ପାଣିରେ ଆଙ୍ଗୁଠିକୁ କିଛି ବୁଡାଇ ରଖିବା ଦ୍ୱାରା ଆଙ୍ଗୁଠି କୋଣରେ ଲାଗି ରହିଥିବା ଜୀବାଣୁ ନଷ୍ଟ ହୋଇଥାଏ। ଫିଙ୍ଗର୍‍ ବାଓଲରେ ହାତକୁ ପ୍ରାୟ ୨ମିନିଟ ପର୍ଯ୍ୟନ୍ତ ବୁଡାଇ ରଖନ୍ତୁ। ଏପରି ରଖିବା ଦ୍ୱାରା ହାତରୁ ଠିକ ଭାବେ ଖାଦ୍ୟର ଦାଗ ଛାଡିବା ସହ ବ୍ୟାକ୍ଟେରିଆ ନଷ୍ଟ ହୋଇଥାଏ। ଫିଙ୍ଗର୍‍ ବାଓଲରେ ହାତ ଧୋଇବା ବେଳେ କିଛି ବ୍ୟକ୍ତି ଲେମ୍ବୁକୁ ଚିପୁଡି ହାତ ଧୋଇଥାନ୍ତି। ଏପରି କରିବା ଅନୁଚିତ ଅଟେ।ଭାରତୀୟ ସଂସ୍କୃତିରେ ଏହାର ମାନ୍ୟତା:
ଭାରତୀୟ ସଂସ୍କୃତିରେ ଖାଇବା ପାତ୍ରରେ ହାତ ଧୋଇବା ଅନୁଚିତ ଅଟେ। ଏପରି କରିବା ଦ୍ୱାରା ଲକ୍ଷ୍ମୀଙ୍କ କୃପା ମିଳି ନଥାଏ ବୋଲି ମାନ୍ୟତା ରହିଛି। ତେଣୁ ଖାଇବା ପରେ ହାତକୁ ଥାଳୀରେ ଧୋଇବା ଅନୁଚିତ। ମାତ୍ର ଭାରତରେ କିଛି ରେଷ୍ଟୁରାଣ୍ଟରେ ଫିଙ୍ଗର୍‍ ବାଓଲ ଦ୍ୱାରା ହାତ ଧୋଇବା ପ୍ରଣାଳୀକୁ ଆପଣାଇଛନ୍ତି। କିଛି ସ୍ଥାନରେ ଦେଖାଯାଏ ଯେ, ସୁଗନ୍ଧଯୁକ୍ତ ପାଣିରେ ଧୂଆ ହୋଇଥିବା ରୁମାଲ କିମ୍ବା ଟାୱେଲରେ ହାତ ପୋଛିବାକୁ ଦିଆଯାଇଥାଏ।

Hot this week

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

Related Articles

Popular Categories