www.samajalive.in
Sunday, December 7, 2025
23.1 C
Bhubaneswar

ଦୁଇ ମାସ ପରେ ଉଦ୍ଧାର ହେଲେ ୪୦୦ ରୋହିଙ୍ଗ୍ୟା ଶରଣାର୍ଥୀ

ସମାଜ ପୋର୍ଟାଲ ଡେସ୍କ: ପ୍ରାୟ ଦୁଇ ମାସ ପୂର୍ବେ ବାଂଲାଦେଶରୁ ସମୁଦ୍ର ମଧ୍ୟରେ ଡଙ୍ଗାରେ ଆସିଥିବା ୪୦୦ ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ଉଦ୍ଧାର କରାଯାଇଥିବା ବାଂଲାଦେଶ ତଟରକ୍ଷୀ ବାହିନୀ କହିଛି। ଏହି ଦୁଇ ମାସ ସମୁଦ୍ର ମଧ୍ୟରେ ଅଟକି ରହିଥିବା ଶରଣାର୍ଥୀଙ୍କ ମଧ୍ୟରୁ ୩୨ ଜଣଙ୍କର ମୃତ୍ୟୁ ଘଟିଛି। ଫେବୃଆରୀ ମଧ୍ୟ ଭାଗରେ ଏକ ବଡ଼ ମାଛଧରା ଟ୍ରଲରରେ ଅଧିକାଂଶ ମହିଳା ଏବଂ ଶିଶୁଙ୍କୁ ନେଇ ଏକ ଦଳ ବଙ୍ଗୋପସାଗରରେ ଯାତ୍ରା ଆରମ୍ଭ କରିଥିଲା ବୋଲି ବାଂଲାଦେଶ କୋଷ୍ଟଗାର୍ଡ ମୁଖପାତ୍ର ହମିଦୁଲ ଇସଲାମ କହିଛନ୍ତି। ସେମାନେ ମାଲେସିଆରେ ପହଞ୍ଚିବାକୁ ଚେଷ୍ଟା କରିଥିଲେ ମଧ୍ୟ କିଛି ପ୍ରତିବନ୍ଧକ ଯୋଗୁ ପହଂଚି ପାରିନଥିଲେ। ଗତ ବୁଧବାର କିମ୍ବା ଗୁରୁବାର ଦିନ ସେମାନଙ୍କୁ ଉଦ୍ଧାର କରାଯାଇଥିବା ଜଣାପଡିଛି।

ଉଦ୍ଧାର ହୋଇଥିବା ଶରଣାର୍ଥୀଙ୍କ ସୂଚନା ଅନୁଯାୟୀ ସେମାନଙ୍କ ମଧ୍ୟରୁ ୩୨ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ସେମାନଙ୍କ ମୃତଦେହଗୁଡିକୁ ସମୁଦ୍ରରେ ଫିଙ୍ଗି ଦିଆଯାଇଛି। ହମିଦୁଲ କହିଛନ୍ତି, ଗତ ୨ ମାସ ମଧ୍ୟରେ କେତେ ଜଣ ଖାଦ୍ୟ ଅଭାବରୁ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ କେତେ ଜଣ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସା ନ ପାଇ ମୃତ୍ୟୁ ବରଣ କରିଛନ୍ତି। ପ୍ରଥମେ ସେମାନେ ମାଲେସିଆ ଉପକୂଳରେ ପହଞ୍ଚିବା ପରେ ସେ ଦେଶର କର୍ତ୍ତୃପକ୍ଷ ସେମାନଙ୍କୁ ଓଲ୍ହାଇବାକୁ ଅନୁମତି ଦେଇନଥିଲେ ଫଳରେ ସେମାନଙ୍କୁ ଫେରିବାକୁ ପଡିଥିଲା। ଆବଶ୍ୟକତା ଠାରୁ ଅଧିକ ଯାତ୍ରୀ ଆଣିଥିବା ସେହି ମାଛଧରା ଟ୍ରଲର ଦୁଇ ଦୁଇ ଥର ମିଆଁମାରରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ମିଆଁମାର ସେନା ଦ୍ୱାରା ପ୍ରବେଶ ବାରଣ କରାଯାଇଥିଲା।

- Advertisement -

ସମ୍ପୃକ୍ତ ଶରଣାର୍ଥୀମାନେ ସମୁଦ୍ର ମଧ୍ୟରେ ୫୮ ଦିନ ରହିବା ପରେ ବାଂଲାଦେଶ କର୍ତ୍ତୃପକ୍ଷ ଗତ ବୁଧବାର ବିଳମ୍ବିତ ରାତିରେ ସେମାନଙ୍କୁ ଉଦ୍ଧାର କରି କ୍ୱାରେଣ୍ଟାଇନରେ ରଖାଯାଇଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଅନାହାରରେ ଥିବାବେଳେ ଆଉ କେତେଜଣ ହଇଜାରେ ଆକ୍ରାନ୍ତ ହୋଇଥିବା ବାଂଲାଦେଶ କର୍ତ୍ତୃପକ୍ଷ କହିଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories