www.samajalive.in
Tuesday, December 9, 2025
26.1 C
Bhubaneswar

ରଜରେ କଡ଼ା ଟକ୍କର : ବକ୍ସ ଅଫିସରେ ୪ ଓଡ଼ିଆ ଚଳଚ୍ଚିତ୍ର

ଭୁବନେଶ୍ବର : ରଜ ଅବସରରେ ଶୁକ୍ରବାର ଚାରୋଟି ଓଡ଼ିଆ ଚଳଚ୍ଚିତ୍ର ମୁକ୍ତିଲାଭ କରିଛି। ପ୍ରଥମଟି ‘ତୁ ମୋ ଲଭ୍ ଷ୍ଟୋରୀ-୨’, ଦ୍ବିତୀୟଟି ‘ଗୋଲମାଲ୍ ଲଭ୍’, ତୃତୀୟଟି ‘ଚିରକୁଟ୍’ ଏବଂ ଚତୁର୍ଥ ଚଳଚ୍ଚିତ୍ର ହେଉଛି ‘ସେଲଫିସ୍ ଦିଲ୍’। ରଜ ବଜାରରେ ଏହି ୪ ଚଳଚ୍ଚିତ୍ର ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି।

ତରଙ୍ଗ ସିନେ ପ୍ରଡକ୍ସନ ପ୍ରଯୋଜିତ ଓ ତାପସ ସରଘରିଆଙ୍କ ନିର୍ଦ୍ଦେଶନାରେ ନିର୍ମିତ ଚଳଚ୍ଚିତ୍ର ‘ତୁ ମୋ ଲଭ୍ ଷ୍ଟୋରୀ-୨’ରେ ସ୍ବରାଜ-ଭୂମିକାଙ୍କ ଯୋଡ଼ି ଦେଖିବାକୁ ମିଳିଛି। ଏହା ବ୍ୟତୀତ ବିଗତ ଦିନର ଲୋକପ୍ରିୟ ଯୋଡ଼ି ସିଦ୍ଧାନ୍ତ ମହାପାତ୍ର ଓ ଅନୁ ଚୌଧୁରୀ ମଧ୍ୟ ଏଥିରେ ଅଭିନୟ କରିଛନ୍ତି।

- Advertisement -

ଅପର ପକ୍ଷରେ ସେହି ସମାନ ପ୍ରଡକ୍ସନ ହାଉସ ପ୍ରଯୋଜିତ ଏବଂ ଅଶୋକ ପତିଙ୍କ ନିର୍ଦ୍ଦେଶନାରେ ବାବୁସାନ ଓ ତମନ୍ନାଙ୍କ ଯୋଡ଼ି ପରଦାକୁ ନେଇ ଆସିଛନ୍ତି ଚଳଚ୍ଚିତ୍ର ‘ଗୋଲମାଲ ଲଭ୍’। ଦର୍ଶକ ଏଥିରେ ଭରପୁର ମନୋରଞ୍ଜନର ଖୋରାକ ପାଇବେ ବୋଲି ଚଳଚ୍ଚିତ୍ରର ନିର୍ଦ୍ଦେଶକ ମତପୋଷଣ କରିଛନ୍ତି। ବାବୁସାନ ଓ ତମନ୍ନାଙ୍କ ବ୍ୟତୀତ ବିଜୟ ମହାନ୍ତି, ଇଲୁ ବାନାର୍ଜୀ, ଶ୍ରୀତମ ଦାସ, ଜୀବନ ପଣ୍ଡା ଏବଂ ନିକଟରେ ପ୍ରାଣ ହରାଇଥିବା ହାସ୍ୟ ଅଭିନେତା ସଲିଲ ମିତ୍ର ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି।

ସେହିପରି ଅକ୍ଷୟ ପରିଜାଙ୍କ ପ୍ରଯୋଜନା ଓ ପପୁ ପମପମଙ୍କ ନିର୍ଦ୍ଦେଶନାରେ ନିର୍ମିତ ଚଳଚ୍ଚିତ୍ର ‘ଚିରକୁଟ୍’ରେ ଦୁଇ ନବାଗତ କଳାକାର ଅରୋଜ୍ୟୋତି ଏବଂ ଅନନ୍ୟାଙ୍କୁ ଦେଖିବାକୁ ମିଳିଛି। ଏହି ଚଳଚ୍ଚିତ୍ର ମାଧ୍ୟମରେ ହାସ୍ୟ ଅଭିନେତା ତତ୍ତ୍ବ ପ୍ରକାଶ ଶତପଥୀ ତଥା ପପୁ ପମପମ ପ୍ରଥମ ଥର ପାଇଁ ନିର୍ଦ୍ଦେଶନା ଓ ସଙ୍ଗୀତ ନିର୍ଦ୍ଦେଶନାର ଭାର ବହନ କରିଛନ୍ତି। ପ୍ରାୟ ସମସ୍ତ ନୂଆ ଚେହେରାକୁ ନେଇ ନିର୍ମିତ ଏହି ଚଳଚ୍ଚିତ୍ରକୁ ଦର୍ଶକ ଖୁବ୍ ପସନ୍ଦ କରିବେ ବୋଲି ପପୁ କହିଛନ୍ତି।

ପ୍ରଯୋଜକ ହେମନ୍ତ ନାୟକ ଓ ନିର୍ଦ୍ଦେଶକ ବସନ୍ତ ସାହୁ ରଜରେ ଦର୍ଶକଙ୍କ ପାଇଁ ନେଇ ଆସିଛନ୍ତି ଚଳଚ୍ଚିତ୍ର ‘ସେଲଫିସ୍ ଦିଲ୍’। ଏଥିରେ ସୂର୍ଯ୍ୟମୟୀ ଓ ଶ୍ରେୟନଙ୍କ ଯୋଡ଼ି ଦେଖିବାକୁ ମିଳିଛି। ଏହି ଚଳଚ୍ଚିତ୍ର ମାଧ୍ୟମରେ ଶ୍ରେୟନ ପ୍ରଥମ ଥର ପାଇଁ ଓଲିଉଡ଼ରେ ପାଦ ଥାପିଛନ୍ତି। ଚଳଚ୍ଚିତ୍ରରେ ବିଜୟ ମହାନ୍ତି, ହାସ୍ୟ ଅଭିନେତା ଗୁଡ୍ଡୁ, ହାସ୍ୟ ଅଭିନେତା ସ୍ବର୍ଗତଃ ସଲିଲ ମିତ୍ର ପ୍ରମୁଖଙ୍କୁ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିଛି।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ କୁ ନେଇ...

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

Related Articles

Popular Categories