ଆଉ ୪ ମୁଣ୍ଡ ନେଲା କରୋନା, ମୋଟ ମୃତ୍ୟୁ ସଂଖ୍ୟା ୭୪କୁ ବୃଦ୍ଧି
ଭୁବନେଶ୍ଵର: ରାଜ୍ୟରେ କରୋନା ଭୂତାଣୁ ଆଉ ୪ ଜଣଙ୍କ ମୁଣ୍ଡ ନେଇଛି। ଫଳରେ ମଙ୍ଗଳବାର ସୁଦ୍ଧା ମୋଟ ମୃତ୍ୟୁ ସଂଖ୍ୟା ୭୪ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ଗଞ୍ଜାମ ଜିଲାରେ ସର୍ବାଧିକ ୪୪ ଜଣ ଏହି ମହାମାରୀ ଭୂତାଣୁରେ ପ୍ରାଣ ହରାଇଛନ୍ତି। ସେହିପରି ଖୋର୍ଦ୍ଧାରେ ୨ୟ ସର୍ବାଧିକ ୧୨ ଜଣଙ୍କ ପ୍ରାଣହାନୀ ଘଟିଛି।
3. A 71-year old Male of Bhubaneswar who was also suffering from Blood Cancer.
4. An 80-year old Male of Ganjam district who was also suffering from Diabetes and heart disease.
— H & FW Dept Odisha (@HFWOdisha) July 14, 2020
ମଙ୍ଗଳବାର ପ୍ରାଣ ହରାଇଥିବା ୪ ଜଣଙ୍କ ମଧ୍ୟରୁ ଭୁବନେଶ୍ଵର ଓ କଟକରୁ ଜଣେ ଲେଖାଏ ଓ ଗଞ୍ଜାମ ଓ ଖୋର୍ଦ୍ଧାରୁ ଜଣେ ଲେଖାଏ ବ୍ୟକ୍ତି ରହିଛନ୍ତି। କଟକର ଜଣେ ୭୧ ବର୍ଷୀୟ ବୃଦ୍ଧ କରୋନାରେ ପ୍ରାଣ ହରାଇଥିବାବେଳେ ସେ ମୁଖ ଗହ୍ବର କର୍କଟ ରୋଗରେ ମଧ୍ୟ ଆକ୍ରାନ୍ତ ଥିଲେ। ସେହିପରି ଖୋର୍ଦ୍ଧାର ଜଣେ ୪୦ ବର୍ଷୀୟା ମହିଳା, ଭୁବନେଶ୍ଵରରୁ ଜଣେ ୭୧ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ଭୁବନେଶ୍ଵରର ମୃତକ ଜଣକ ରକ୍ତ କର୍କଟରେ ଆକ୍ରାନ୍ତ ଥିଲେ। ସେହିପରି ଗଞ୍ଜାମର ମୃତକ ଜଣକ ୮୦ ବର୍ଷୀୟ ବୃଦ୍ଧ। ସେ ହୃଦ୍ରୋଗ ଏବଂ ମଧୁମେହ ରୋଗରେ ଆକ୍ରାନ୍ତ ଥିଲେ।
Comments are closed.