www.samajalive.in
Friday, December 5, 2025
27.1 C
Bhubaneswar

କେରଳରୁ ଆସିପାରେ ତୃତୀୟ ଲହର

ନୂଆଦିଲ୍ଲୀ : ଗୋଟିଏ ପଟେ ଦେଶରେ କରୋନା କଟକଣା କୋହଳ କରାଯାଇ ଦୋକାନ-ବଜାର ଖୋଲୁଛି। ଅନ୍ୟ ପଟେ ଯେଉଁ ରାଜ୍ୟ (କେରଳ)ରେ ଦେଶର କରୋନା ସଂକ୍ରମଣର ପ୍ରଥମ ସଂକ୍ରମିତ ଚିହ୍ନଟ ହୋଇଥିଲେ ଓ ସଂକ୍ରମଣ ରୋକିବାରେ ଏହା ଆଦର୍ଶ ନମୁନା (ମଡେଲ) ରାଜ୍ୟ ପାଲଟିଥିଲା, ସେଠାରେ ଏବେ ସୃଷ୍ଟି ହୋଇଛି ବିସ୍ଫୋରକ ସ୍ଥିତି। ଦେଶରେ ସମ୍ଭାବ୍ୟ ତୃତୀୟ ଲହର ନେଇ ଆଶଙ୍କା ଓ ଆକଳନ ବଢୁଥିବାବେଳେ କେରଳର ଦୈନିକ ସଂକ୍ରମଣ ଚିନ୍ତା ବଢାଇଛି। ଗତ ୨୪ ଘଣ୍ଟା ଭିତରେ ଦେଶରେ ୩୭ ହଜାର ୫୯୩ ଜଣ ନୂତନ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ କେବଳ କେରଳରେ ଏଥିରୁ ୩୧ ହଜାର ୪୪୫ ଜଣ ଚିହ୍ନଟ ହୋଇଛନ୍ତି। ଦେଶରେ ଦୈନିକ ମୋଟ ସଂକ୍ରମଣର ୮୩.୬୪% କେବଳ କେରଳରୁ ବାହାରିଛନ୍ତି।
ସେହିଭଳି ଦେଶର ଦୈନିକ ମୃତ୍ୟୁ ସଂଖ୍ୟାର ୩୩.୧୭ ପ୍ରତିଶତ କେରଳରୁ ରହିଛି। ଗତ ମେ ୨୦ ତାରିଖ ପରଠାରୁ ଏହା ସର୍ବାଧିକ ସଂକ୍ରମଣ ବୋଲି କୁହାଯାଉଛି । କେରଳରେ କିଛିଦିନ ହେଲା ସଂକ୍ରମଣ ଯେଭଳି ବଢିଚାଲିଛି ତୃତୀୟ ଲହର କେରଳ ଦେଇ ଦେଶକୁ ବ୍ୟାପିପାରେ ବୋଲି ସାଧାରଣରେ ଏକ ଆଶଙ୍କା ସୃଷ୍ଟି ହେଲାଣି ।
ବୁଧବାର ସମଗ୍ର ଦେଶରେ ୩୭,୫୯୩ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା​ ବେଳେ ୬୪୮ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ନୂଆ ସଂକ୍ରମିତଙ୍କ ସହିତ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୫,୧୨,୩୬୬ରେ ପହଞ୍ଚିଥିବାବେଳେ ମୋଟ ମୃତ୍ୟୁସଂଖ୍ୟା ୪,୩୫,୭୫୮ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ୩୪,୧୬୯ ଜଣ ସୁସ୍ଥ ହେବା ସହିତ ମୋଟ ସୁସ୍ଥଙ୍କ ସଂଖ୍ୟା ୩,୧୭,୫୪,୨୮୧ରେ ପହଞ୍ଚିଛି। ଦେଶରେ ଏବେ ୩,୨୨,୩୨୭ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି। ଦେଶରେ ଏବେ ୫୯.୫୫ କୋଟି ପାନ ଟିକାକରଣ କରାଯାଇଛି। ଓନମ୍ ପରେ କେରଳରେ ସଂକ୍ରମଣ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟାରେ କେରଳରେ ୩୧,୪୪୫ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୨୧୫ ଜଣଙ୍କର ମୃତ୍ୟୁ ହୋଇଛି।
ଆଗକୁ ପାର୍ବଣ ଆସୁଥିବାରୁ ଏହା ଚିନ୍ତା ବଢାଇପାରେ। ଅନ୍ୟପଟେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ବୈଜ୍ଞାନିକ ଡକ୍ଟର ସୌମ୍ୟା ସ୍ୱାମୀନାଥନ ଗତକାଲି କହିଥିଲେ ଯେ ଭାରତରେ କରୋନା ଏବେ ମହାମାରୀ ନହୋଇ ସ୍ଥାନୀୟ ରୋଗରେ ପରିଣତ ହୋଇଛି। ଏହା ପୂରା ଜନସଂଖ୍ୟା ଉପରେ ପ୍ରଭାବ ପକାଇବ ନାହିଁ। ଗୋଟିଏ ନିର୍ଦ୍ଦିଷ୍ଟ ଅଞ୍ଚଳ, ଗୋଷ୍ଠୀ ଅଥବା କିଛି ସମୟ ପାଇଁ ପ୍ରଭାବୀ ରହିବ। ଅନ୍ୟ ଫ୍ଲୁ ଭଳି ଏହା ଲୋକଙ୍କ ସହିତ ରହିବ। କରୋନା ଭୂତାଣୁ ଯଦି ରୂପ ନ ବଦଳାଏ, ତେ​ବେ​ ଦ୍ବିତୀୟ ଲହର ପରି ଏହା ଗୁରୁତର ହେବନି ବୋଲି ଅନେକ ବିଶେଷଜ୍ଞ କହିଛନ୍ତି। ତେବେ ଟିକାକରଣ ଅଭିଯାନକୁ ଜୋରଦାର କରାଗଲେ ଲୋକଙ୍କ ଶରୀରରେ ଅଧିକ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ପାଇବ ବୋଲି ଚିକିତ୍ସା ବିଜ୍ଞାନୀ ପରାମର୍ଶ ଦେଇଛନ୍ତି।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories