www.samajalive.in
Saturday, December 6, 2025
15.1 C
Bhubaneswar

ତୃତୀୟ ପର୍ଯ୍ୟାୟରେ ୭୧ ପ୍ରତିଶତ ମତଦାନ

ଭୁବନେଶ୍ବର : ଓଡିଶାରେ ସରିଲା ୨୪ ମହାସଂଗ୍ରାମର ତୃତୀୟ ଦଫା ଲଢେଇ। ତୃତୀୟ ପର୍ଯ୍ୟାୟରେ ହାରାହାରି ୭୧ପ୍ରତିଶତ ମତଦାନ ହୋଇଥିବା ସିଇଓଙ୍କ ପକ୍ଷରୁ ସୂଚନା ମିଳିଛି। ଭୁବନେଶ୍ଵରରେ ୬୦.୪ ପ୍ରତିଶତ  ଭୋଟ୍‌ଗ୍ରହଣ ହୋଇଛି। କଟକରେ ୬୫.୪୩ ପ୍ରତିଶତ, ଢେଙ୍କାନାଳରେ ୭୩.୬୯ ପ୍ରତିଶତ, କେନ୍ଦୁଝରରେ ୭୧.୯୩ ପ୍ରତିଶତ, ପୁରୀରେ ୭୨.୩୭ ପ୍ରତିଶତ, ଏବଂ ସମ୍ବଲପୁରରେ ୭୩.୩୧ ପ୍ରତିଶତ ମତଦାନ ହୋଇଥିବା ଜଣାପଡିଛି। ଶନିବାର ସକାଳୁ ଭୁବନେଶ୍ବରସ୍ଥିତ ମତଦାନ କେନ୍ଦ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ସାଂସଦ ଅପରାଜିତା ଷଡଙ୍ଗୀ, ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ୍‌, ମନ୍ତ୍ରୀ ଅଶୋକ ପଣ୍ଡା, ପୁରୀରେ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର, ମେୟର ସୁଲୋଚନା ଦାସ, ବିଜେପି ମୁଖପାତ୍ର ତପନ ଚାନ୍ଦ ମତଦାନ କେନ୍ଦ୍ରକୁ ଯାଇ ମତାଧିକାର ସାବ୍ୟସ୍ତ କରିଥିଲେ। କେତେକ ସ୍ଥାନରେ ହିଂସା, ଇଭିଏମ୍‌ ଭଙ୍ଗା, ଇଭିଏମ୍‌ ଅଚଳ ଭଳି ବିଭିନ୍ନ ଅଘଟଣ ଯୋଗୁଁ ମତଦାନ ପ୍ରଭାବିତ ହୋଇଛି। କଟକ, ଭୁବନେଶ୍ୱର, ଦେବଗଡ଼, କେନ୍ଦୁଝର, ଅନୁଗୋଳ ଓ ପୁରୀ ଆଦି ସ୍ଥାନରେ ଇଭିଏମ୍‌ ଅଚଳ ହେବାରୁ ଅନେକ ନିଜ ମତାଧିକାର ସାବ୍ୟସ୍ତ କରିବାରେ ବିଳମ୍ବ ହୋଇଥିଲା। କଟକ-ବାରବାଟୀର ବୁଥ୍ ନଂ ୨୪, ବିଡ଼ାନସୀ ବୁଥ୍‌ ନଂ ୬, ବାଙ୍କୀ ହରିରାଜପୁର ବୁଥ୍ ନଂ ୧୪୮ ଓ ବାଙ୍କୀର ୯୬ନଂ ବୁଥରେ ଇଭିଏମରେ ତ୍ରୁଟି ଦେଖାଦେଇଥିଲା। ଭୁବନେଶ୍ୱର ନୟାପଲ୍ଲୀର ୧୨୨ ନଂ ବୁଥ୍‌, ନୀଳାଦ୍ରି ବିହାର ବୁଥ୍ ନଂ ୭୩, ଖୋର୍ଦ୍ଧା ପୌରପାଳିକା ୪ନଂ ବୁଥ୍‌ ଇଭିଏମ, ପାତ୍ରପଡ଼ାର ବୁଥ୍ ନଂ ୧୫୯ରେ ଇଭିଏମ୍‌ ଅଚଳ ହୋଇଯାଇଥିଲା। ପୁରୀ ଜିଲାର କୃଷ୍ଣପ୍ରସାଦର ୧୩, ୪୯ ଓ ୫୦ନଂ ବୁଥ୍‌ରେ ଇଭିଏମ୍‌ କାମ କରି ନଥିଲା। ସତ୍ୟବାଦୀ ୧୯୧ ନଂ କେନ୍ଦ୍ରରେ ଇଭିଏମ୍ ବି ଅଚଳ ହୋଇ ଯାଇଥିଲା। ଦେବଗଡ଼ ପୌରାଞ୍ଚଳର ୮୨ ଓ ୮୩ ନଂ କେନ୍ଦ୍ରରେ ଇଭିଏମ ଅଚଳ ହୋଇ ଯାଇଥିବାବେଳେ କେନ୍ଦୁଝର ସଦର ୧୩୧ ଓ ୨୨୫ ନଂ ବୁଥ୍‌ ଓ ଚମ୍ପୁଆର ୨୦୬ ଓ ୨୦୭ ନଂ କେନ୍ଦ୍ରରେ ଇଭିଏମ ଅଚଳ ହୋଇଯାଇଥିଲା। ଅନୁଗୋଳ ଜିଲାର ନଂ ୩୭, ଆଠମଲ୍ଲିକ ୫୭, ୫୮ନଂ କେନ୍ଦ୍ରରେ ଇଭିଏମ ଅଚଳ ହୋଇଥିଲା। ଅନ୍ୟପଟେ ଭୋଟର ତାଲିକାରେ ଅନେକ ମତଦାତାଙ୍କ ନାମ ନଥିବାରୁ ସେମାନେ ମତଦାନ କରିବାରୁ ବଞ୍ଚିତ ହୋଇଥିବା ଜଣାପଡ଼ିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories