ଭୁବନେଶ୍ୱର: ଓଡ଼ିଶାରେ ଗତ ୨୪ ଘଣ୍ଟାରେ ୩୮୦୭ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଂଗରୋଧରୁ ୨୧୭୨ ଏବଂ ସ୍ଥାନୀୟ ସଂକ୍ରମିତ ୧୬୩୪ ଜଣ ରହିଛନ୍ତି। ଅନୁଗୁଳ ଜିଲାରୁ ୧୭୫, ବାଲେଶ୍ୱର ୨୨୦, ବରଗଡ ୫୮, ଭଦ୍ରକ ୧୫୮, ବଲାଙ୍ଗୀର ୨୮, ବଉଦ ୩୫, କଟକ ୩୯୩, ଦେବଗଡ ୩୦, ଢେଙ୍କାନାଳ ୪୩, ଗଜପତି ୪୫, ଗଞ୍ଜାମ ୩୬, ଜଗତସିଂହପୁର ୧୩୦, ଯାଜପୁର ୩୪୬, ଝାରସୁଗୁଡା ୧୯ ଏବଂ କଳାହାଣ୍ଡି ଜିଲାରୁ ୪୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିଭଳି କନ୍ଧମାଳ ଜିଲାରୁ ୩୪, କେନ୍ଦ୍ରାପଡା ୧୪୫, କେନ୍ଦୁଝର ୮୧, ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୬୧୭ ଜଣଙ୍କୁ ଚିହ୍ନଟ କରାଯାଇଛି। ଗୋଟିଏ ଦିନରେ କୋରାପୁଟ ଜିଲାରୁ ୭୭ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ମାଲକାନାଗିରି ଜିଲାରୁ ୭୫, ମୟୁରଭଞ୍ଜ ୧୫୯, ନବରଙ୍ଗପୁର ୮୮, ନୟାଗଡ ୧୩୪, ନୂଆପଡା ୩୧, ପୁରୀ ୨୦୦, ରାୟଗଡା ୧୧୧, ସମ୍ବଲପୁର ୪୫, ସୋନପୁର ୩୬, ସୁନ୍ଦରଗଡ ୧୧୯ ଏବଂ ଷ୍ଟେଟପୁଲରୁ ୯୫ ଜଣଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୮୨୩୫୯୯ ଜଣ ସୁସ୍ଥ ହୋଇସାରିଥିବାବେଳେ ସଂପ୍ରତି ୪୩୩୩୮ ଜଣ ସକ୍ରିୟ ସଂକ୍ରମିତ ରହିଥିବା ଜଣାଯାଇଛି।
୨୪ ଘଣ୍ଟାରେ ରାଜ୍ୟରେ ୩୮୦୬ ନୂଆ ସଂକ୍ରମିତ; ସଂଗରୋଧରୁ ୨୧୭୨ ଓ ସ୍ଥାନୀୟ ସଂକ୍ରମିତ ୧୬୩୪
Popular Categories



