ଗୁରୁବାର ଧାରା ୩୭୭ ଉପରେ ରାୟ

0

ନୂଆଦିଲ୍ଲୀ : ସମ୍ମତି ଭିତ୍ତିରେ ସମଲିଙ୍ଗୀ ସମ୍ପର୍କକୁ ଅପରାଧଭୁକ୍ତ କରୁଥିବା ଭାରତୀୟ ପିଙ୍ଗଳ କୋଡ୍‍ ଧାରା ୩୭୭ ସମ୍ବନ୍ଧୀୟ ମାମଲା ଉପରେ ସର୍ବୋଚ୍ଚ ଅଦାଲତ ଗୁରୁବାର ଚୂଡାନ୍ତ ରାୟ ପ୍ରକାଶ କରିବେ। ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ପୀଠ ଜୁଲାଇ ୧୭ରେ ଏହି ମାମଲାର ଅନ୍ତିମ ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ। ଦୁଇ ଜଣ ବୟସ୍କଙ୍କ ମଧ୍ୟରେ ସହମତି ଭିତ୍ତିରେ ଅପ୍ରାକୃତିକ ଶାରୀରିକ ସମ୍ପର୍କକୁ ଆଇନ ଦୃଷ୍ଟିକୋଣରୁ ଅପରାଧ ଘୋଷଣା କରିବା ସମ୍ବନ୍ଧୀୟ ସମସ୍ତ ନିଷ୍ପତ୍ତି କେନ୍ଦ୍ର ସରକାର କୋର୍ଟଙ୍କ ଉପରେ ଛାଡ଼ିଦେଇଛନ୍ତି। ପ୍ରଚଳିତ ଆଇନ ଅନୁସାରେ କୌଣସି ପୁରୁଷ, ମହିଳା କିମ୍ବା ପଶୁଙ୍କ ସହିତ ଅପ୍ରାକୃତିକ ଶାରୀରିକ ସମ୍ପର୍କ ସ୍ଥାପନ ଏକ ଅପରାଧ। ଧାରା ୩୭୭ ଅନୁସାରେ ଏହି ଅପରାଧ ପାଇଁ ଦୋଷୀଙ୍କୁ ୧୦ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡାଦେଶ ଦେବାର ବ୍ୟବସ୍ଥା ରହିଛି; କିନ୍ତୁ ଏହି ଧାରା ବିରୋଧରେ ସ୍ୱେଚ୍ଛାସେବୀ ସଂଗଠନ ନାଜ୍‍ ପାଉଣ୍ଡେସନ୍‍ ପ୍ରଥମଥର ଲାଗି ସ୍ୱର ଉଠାଇ କୋର୍ଟଙ୍କ ଆଶ୍ରୟ ନେଇଥିଲା।

Leave A Reply