www.samajalive.in
Saturday, December 6, 2025
15.1 C
Bhubaneswar

ଚାଷୀ ଆନ୍ଦୋଳନ ଯୋଗୁ ଦିନକୁ କ୍ଷତି ୩୫୦୦ କୋଟି

ନୂଆଦିଲ୍ଲୀ: କୃଷକଙ୍କ ଆନ୍ଦୋଳନ ମଙ୍ଗଳବାର ୨୦ ଦିନରେ ପହଞ୍ଚିଛି। ପ୍ରବଳ ଥଣ୍ଡା ସତ୍ବେ କୃଷକଙ୍କ ମନୋବଳ ଭାଙ୍ଗିନାହିଁ। ଦାବି ପୂରଣ ନ ହେବା ଯାଏ ସେମାନେ ଦିଲ୍ଲୀ ସୀମା ଛାଡ଼ିବାକୁ ନାରାଜ। ତେବେ ଏହି ଆନ୍ଦୋଳନ ଦେଶର ଆର୍ଥିକ କ୍ଷେତ୍ରକୁ ବି ବେଶ୍‌ ପ୍ରଭାବିତ କରିଛି। ଆନ୍ଦୋଳନ ଯୋଗୁ ଦୈନିକ ୩୫୦୦ କୋଟି ଟଙ୍କା କ୍ଷତି ହେଉଥିବା ଭାରତୀୟ ବାଣିଜ୍ୟ ଏବଂ ଉଦ୍ୟୋଗ ମଣ୍ଡଳ (ଆସୋଚାମ) ପକ୍ଷରୁ  କୁହାଯାଇଛି।

- Advertisement -

ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି)ରେ କୃଷି କ୍ଷେତ୍ରର ଅବଦାନ ୧୪ ପ୍ରତିଶତରୁ ଅଧିକ ରହିଛି। କରୋନା ଭୂତାଣୁ ମହାମାରୀ ଯୋଗୁ ସୃଷ୍ଟି ହୋଇଥିବା ମାନ୍ଦାବସ୍ଥା ମଧ୍ୟରେ ୨୦୨୦-୨୧ରେ କୃଷି କ୍ଷେତ୍ରର ଅବଦାନ ଅଧିକ ହେବାର ଆଶା ରହିଛି। ଆସୋଚାମ୍‌ କହିଛି, କୃଷକଙ୍କ ପ୍ରସଙ୍ଗକୁ ଶୀଘ୍ର ସମାଧାନ କରାଯିବା ଜରୁରୀ। କୃଷକଙ୍କ ଆନ୍ଦୋଳନ ଯୋଗୁ ପ୍ରତିଦିନ ୩୫୦୦ କୋଟି ଟଙ୍କା କ୍ଷତି ହେଉଛି। ଏହାଦ୍ବାରା ପଞ୍ଜାବ, ହରିୟାଣା ଓ ହିମାଚଳ ପ୍ରଦେଶ ଭଳି ରାଜ୍ୟର ଅର୍ଥବ୍ୟବସ୍ଥା ଅଧିକ ପ୍ରଭାବିତ ହୋଇଛି।

ଏହି ରାଜ୍ୟଗୁଡ଼ିକର ଅର୍ଥବ୍ୟବସ୍ଥା ମୁଖ୍ୟତଃ କୃଷି ଏବଂ ଉଦ୍ୟାନ କୃଷି ଉପରେ ନିର୍ଭରଶୀଳ। ଏହାବ୍ୟତୀତ ଫୁଡ୍‌ ପ୍ରୋସେସିଂ, କଟନ୍‌ ଟେକ୍ସଟାଇଲ୍ସ, ଅଟୋମୋବାଇଲ୍‌, ଫାର୍ମ ଯନ୍ତ୍ରାଂଶ ଏବଂ ଆଇଟି ଭଳି ଶିଳ୍ପ ସଂସ୍ଥା ମଧ୍ୟ ରାଜ୍ୟର ଅର୍ଥବ୍ୟବସ୍ଥାରେ ବଡ଼ ଭୂମିକା ଗ୍ରହଣ କରୁଛି। ପଞ୍ଜାବ, ହିମାଚଳ ପ୍ରଦେଶ, ହରିୟାଣା ଏବଂ ଜାମ୍ମୁ-କାଶ୍ମୀରର ମୋର୍ଟ ଅର୍ଥନୀତି ୧୮ ଲକ୍ଷ କୋଟି। କୃଷି ଆନ୍ଦୋଳନ ଯୋଗୁ ରାସ୍ତା, ଟୋଲ୍‌ ପ୍ଲାଜା, ରେଲୱେ ଭଳି ଆର୍ଥିକ କାର୍ଯ୍ୟକଳାପ ପ୍ରଭାବିତ ହୋଇଛି।

ଆସୋଚାମ୍‌ ସାଧାରଣ ସମ୍ପାଦକ ଦୀପକ ସୁଦ କହିଛନ୍ତି, ବୟନଶିଳ୍ପ, ଅଟୋ ଉପାଦାନ, ସାଇକେଲ ଏବଂ କ୍ରୀଡା ଉତ୍ପାଦ ଭଳି ଶିଳ୍ପ ସେମାନଙ୍କ ରପ୍ତାନି ଲକ୍ଷ୍ୟ ପୂରଣ କରିପାରିବ ନାହିଁ। ଯୋଗାଣ ଶୃଙ୍ଖଳା ପ୍ରଭାବିତ ହେତୁ ଫଳ ଏବଂ ପନିପରିବାର ଖୁଚୁରା ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories