www.samajalive.in
Sunday, December 7, 2025
23.1 C
Bhubaneswar

୩୫ ଲକ୍ଷ ଟଙ୍କା ଲୁଟ ଘଟଣାର ତଦନ୍ତ ଲାଗି ୨ ପୁଲିସ ଟିମ୍ ଗଠିତ

କୁଚିଣ୍ଡା- ଲଇମୁରା ଆନ୍ଧ୍ରା ବ୍ୟାଙ୍କ କର୍ମଚାରୀଙ୍କ ଠାରୁ ୬ଜଣ  ଠୁଟିପିପେଲ ରାସ୍ତାରେ ୩୫ଲକ୍ଷ୪୧ ହଜାର ଟଙ୍କା ଲୁଟି ନେବା ପରେ ପୁଲିସ ଦୁବୃର୍ତ୍ତଙ୍କୁ ଧରିବା ସକାଶେ ତନାଘନା ଚଳାଇଛି । ଏହି ଘଟଣା ଅନୁସନ୍ଧାନ ନିମନ୍ତେ ପୁଲିସ ୨ଟି ସ୍ବତନ୍ତ୍ର ଟିମ୍ ଗଠନ କରିଛି ।

ଦେବଗଡ ଜିଲା ଓ ସମ୍ବଲପୁର ଜିଲା କୁଚିଣ୍ଡା ଥାନା ସୀମାନ୍ତ କରଙ୍ଗମାଲ ନିକଟସ୍ଥ ଆଭ୍ୟନ୍ତରୀଣ ଠୁଟିପିପେଲ ଗାଁ ନିକଟ ରାସ୍ତାର ଯୋଜନାବଦ୍ଧ ଭାବେ ୬ ଜଣ ବ୍ୟକ୍ତି ଗତକାଲି ୩୫ଲକ୍ଷ ୪୧ହଜାର ଟଙ୍କା ଲୁଟିନେଇ ଫେରାର ମାରିବା ପରେ ପୁଲିସ ପାଇଁ ବଡ ଚ୍ୟାଲେଞ୍ଜ ହୋଇ ପଡିଛି। ଗତକାଲି ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦେବଗଡ ଜିଲା ତିଲେଇବଣି ବ୍ଲକ ଲିଇମୁରା ଆନ୍ଧ୍ରା ବ୍ୟାଙ୍କର ସହ-ଶାଖା ପରିଚାଳକ ଦିଲିପ କୁଜୁର, ପିଅନ ସଦାଶିବ  ଦେପାଣି ଗ୍ରାମର ଦେବାନନ୍ଦ କିସାନଙ୍କ ବଲେରୋକୁ ଭଡାରେ ନେଇଥିଲେ। ଗାଡିକୁ ଲୁଢର ଗ୍ରାମର ଶରତ ବାଘ ନାମକ ଯୁବକ ଚଳାଉଥିଲା।ସେମାନେ ସମ୍ବଲପୁରରୁ ୩୫ଲକ୍ଷ ୪୧ହଜାର ଟଙ୍କା ଏକ ବାକ୍ସରେ ଧରି ଲଇମୁରା ଫେରୁଥିବା ବେଳେ ଆଭ୍ୟନ୍ତରୀଣ ଗ୍ରାମ ଠୁଟିପିପେଲ ଡାଇଭରସନ ରେ ଆତର୍କିତ ଭାବେ ଦୁଇ ଜଣ ଯୁବକ ଗାଡି ସାମ୍ନାକୁ ବାଇକ ରଖିଥିଲେ। ଚାଳକ ଗାଡିକୁ ଅଟକାଇବା ବେଳେ ସଂଗେ ସଂଗେ ପୂର୍ବରୁ ଛକିଥିବା ଅନ୍ୟ ୪ଜଣ ଯୁବକ ପହଞ୍ଚି ଥିଲେ। ସେମାନେ ଗାଡିରେ ଥିବା ଅଧିକାରୀ ଓ କର୍ମଚାରୀଙ୍କୁ ଟଙ୍କା ବାକ୍ସ ଧରି ପଳାଇଥିଲେ ।

- Advertisement -

ଆତଙ୍କିତ କର୍ମଚାରୀ ମାନେ ଏସଂକ୍ରାନ୍ତରେ ତାଙ୍କ କର୍ତ୍ତୃପକ୍ଷ ସମେତ ପୁଲିସକୁ ଖବର ଦେଇଥିଲେ। କୁଚିଣ୍ଡା ପୁଲିସ ସଂଗେ ସଂଗେ ସମସ୍ତ ରାସ୍ତାକୁ ସିଲ କରି ତଦନ୍ତ ଆରମ୍ଭ କରିଥିଲେ। ଗତକାଲି ରାତ୍ର ରେ ସମ୍ବଲପୁର ଏସପି କୁଚିଣ୍ଡା ଗସ୍ତ କରି ଲୁଟେରାଙ୍କୁ ଧରିବା ସକାଶେ ଋଣକୌଶଳ ଅବଲମ୍ବନ କରିଥିବା ଜଣାଯାଇଛି। ଏହି ସମ୍ବେଦନଶୀଳ ଘଟଣାକୁ ଧରିବା ସକାଶେ ଜିଲା ପୁଲିସର ଦୁଇଟି ସ୍ୱତନ୍ତ୍ର ଦଳ କରି ତଦନ୍ତ କରୁଥିବା ଜଣାଯାଇଛି। କୁଚିଣ୍ଡା ଥାନା ଅଧିକାରୀ କମଲ କୁମାର ପଣ୍ଡା ନେତୃତ୍ୱରେ ଏକ ଦଳ ସ୍ଥାନୀୟ ଅଞ୍ଚଳରେ ତଦନ୍ତ କରୁଥିବା ବେଳେ ଆଉ ଏକ ଦଳ ବାହାର ଅଞ୍ଚଳରେ ତଦନ୍ତ କରୁଥିବା ପ୍ରକାଶ। ଅନ୍ୟପକ୍ଷେ ପୁଲିସ ସଂଘଟିତ ଚୋରୀକୁ ନେଇ ନାନା ସଂଦେହ କରିଥିବା ଜଣାଯାଇଛି। ଚୋରଙ୍କ ସମସ୍ତ ପୂର୍ବାନୁମାନ ଅନୁଯାଇ ଲୁଟ ହୋଇଥିବାରୁ ଏଥିରେ ବ୍ୟାଙ୍କ କର୍ମଚାରୀ, ବ୍ୟାଙ୍କ ଅଧିକାରୀ, ଚାଳକଙ୍କ ଭୂମିକାକୁ ନେଇ ନାନା ସଂଦେହ ସୃଷ୍ଟି କରିଛି।

Hot this week

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

Related Articles

Popular Categories