www.samajalive.in
Sunday, December 14, 2025
23.1 C
Bhubaneswar

୩୫ଟି ବିଭାଗ ଦେଇ ନାହାନ୍ତି ୩୮,୪୨୮ କୋଟିର ହିସାବ

ଭୁବନେଶ୍ୱର: ବିଭିନ୍ନ ଯୋଜନା, ପ୍ରକଳ୍ପ ତଥା କାମ ପାଇଁ ସରକାରୀ ବିଭାଗଗୁଡ଼ିକୁ ପ୍ରତି ବର୍ଷ କୋଟି କୋଟି ଟଙ୍କାର ଅନୁଦାନ ଦିଆଯାଇଥାଏ। ଏହି ଅର୍ଥ କେଉଁବାଟରେ ଖର୍ଚ୍ଚ କରାଗଲା ତାହାର ହିସାବ ଦେବା ପାଇଁ ବିନିଯୋଗ ପ୍ରମାଣପତ୍ର (ୟୁସି) ମହାଲେଖାକାରଙ୍କ ନିକଟରେ ଦାଖଲ କରିବା ଜରୁରୀ। କିନ୍ତୁ ରାଜ୍ୟ ସରକାରଙ୍କର ଏପରି ୩୫ଟି ବିଭାଗ ରହିଛି ଯେଉଁମାନେ ନିର୍ଦ୍ଧାରିତ ସମୟ ମଧ୍ୟରେ ୟୁସି ଦାଖଲ କରିନାହାନ୍ତି। ଏହାକୁ ଧରିଛନ୍ତି ସିଏଜି।

ଗୁରୁବାର ଗୃହରେ ଉପସ୍ଥାପିତ ହୋଇଥିବା ସିଏଜି ରିପୋର୍ଟ ଅନୁସାରେ ୨୦୧୭-୧୮ ଆର୍ଥିକ ବର୍ଷରେ ସରକାରୀ ବିଭାଗଗୁଡ଼ିକୁ ସମୁଦାୟ ୨୧,୭୮୦ କୋଟି ୩୦ ଲକ୍ଷ ଟଙ୍କା ଅନୁଦାନ ଦିଆଯାଇଥିଲା। ତେବେ ଗତବର୍ଷ ମାର୍ଚ୍ଚ ମାସ ସୁଦ୍ଧା ଏଥିରୁ ପ୍ରାୟ ୭୫.୨୬ ପ୍ରତିଶତ ଅନୁଦାନ ଅର୍ଥାତ୍ ୧୬,୩୯୧ କୋଟି ୧୬ ଲକ୍ଷ ଟଙ୍କାର ୟୁସି ସରକାରୀ ବିଭାଗ ଦାଖଲ କରୁ ନାହାନ୍ତି। ତେଣୁ ଅନୁଦାନ ଅର୍ଥ ପ୍ରକୃତ କାମରେ ଖର୍ଚ୍ଚ ହୋଇଥିବା ନେଇ ସନ୍ଦେହ ରହିଛି ବୋଲି ମହାଲେଖାକାର ବିଭୁଦତ୍ତ ବସନ୍ତିଆ କହିଛନ୍ତି। ଏବେ ସୁଦ୍ଧା ୩୫ଟି ବିଭାଗ ଉପରେ ବକେୟା ୟୁସି ପରିମାଣ ୩୮,୪୨୧ କୋଟି ଟଙ୍କାରେ ପହଞ୍ଚିଲାଣି। ଗତବର୍ଷ ମାର୍ଚ୍ଚ ସୁଦ୍ଧା ଆଠଟି ବିଭାଗ ଉପରେ ୮୯୭୧ ପ୍ରତିଶତ ଅନୁଦାନ ରାଶିର ୟୁସି ଦିଆଯାଇ ନଥିଲା। ୨୦୧୬-୧୭ ବର୍ଷ ତୁଳନାରେ ବକେୟା ବିନିଯୋଗ ପ୍ରମାଣପତ୍ର ରାଶି ୨୦୧୭-୧୮ ବର୍ଷରେ ୭୮୯୪ କୋଟି ଟଙ୍କା (୨୫.୮୫%)କୁ ବୃଦ୍ଧି ପାଇଛି। ୨୦୧୭-୧୮ରେ ୧୬ଟି ବିଭାଗ ଆକସ୍ମିକ ବିଲ ମାଧ୍ୟମରେ ସରକାରଙ୍କ ଠାରୁ ସମୁଦାୟ ୧୭.୬୩ କୋଟି ଟଙ୍କା ନେଇଥିବା ବେଳେ ମାତ୍ରା ୩.୦୮ କୋଟି ଟଙ୍କାର ହିସାବ ମହାଲେଖାକାରଙ୍କୁ ଦିଆଯାଇଛି। ୨୦୧୨-୧୩ ପର୍ୟ୍ୟନ୍ତ ସରକାରୀ ବିଭାଗଗୁଡ଼ିକ ଉପରେ ୩୧୬୩.୪୦ କୋଟି ଟଙ୍କାର ୟୁସି ବକେୟା ଥିବା ବେଳେ ୨୦୧୩-୧୪ରେ ୧୬୫୩.୩୫ କୋଟି ଟଙ୍କାର ୟୁସି ବକେୟା ରହିଥିଲା। ସେହିପରି ୨୦୧୪-୧୫ରେ ୩୧୭୧.୨୪ କୋଟି, ୨୦୧୫-୧୬ରେ ୫୪୯୮.୩୨ କୋଟି, ୨୦୧୬-୧୭ରେ ୮୫୫୦.୪୪ କୋଟି ଟଙ୍କାର ୟୁସି ସିଏଜିଙ୍କ ନିକଟରେ ସରକାରୀ ବିଭାଗ ଦାଖଲ କରିନଥିବା ରିପୋର୍ଟରେ ଦର୍ଶାଯାଇଛି।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories