ଶିକ୍ଷାନୁଷ୍ଠାନ ବିଦ୍ୟାର୍ଥୀଙ୍କ ପାଇଁ ମନ୍ଦିର ; ଗୋବରା ଉଚ୍ଚ ବିଦ୍ୟାଳୟର ୩୪ତମ ପ୍ରତିଷ୍ଠା ଦିବସ ପାଳିତ

ଗୁରୁଡିଝାଟିଆ :  ଶିକ୍ଷାନୁଷ୍ଠାନ ପ୍ରତ୍ୟେକ ବିଦ୍ୟାର୍ଥୀଙ୍କୁ ନୂତନ ଭାବରେ ଗଢି ତୋଳିଥାଏ । ତାର ଶୈକ୍ଷିକ ବାତାବରଣ, ପରିବେଶ କୋମଳମତି ବିଦ୍ୟାର୍ଥୀଙ୍କ ମନରେ ନୂତନ ଜିଜ୍ଞାସା ସୃଷ୍ଟି କରିଥାଏ । ଯାହାଫଳରେ କି ଭବିଷ୍ୟତରେ ବିଦ୍ୟାର୍ଥୀମାନେ ଦେଶ ଓ ଦଶର ଗୌରବ ଆଣିବାରେ ସକ୍ଷମ ହୋଇଥାନ୍ତି ବୋଲି ଗୋବରା ଉଚ୍ଚ ବିଦ୍ୟାଳୟର ୩୪ତମ ପ୍ରତିଷ୍ଠା ଦିବସରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସମାଜସେବୀ ଶରତ କୁମାର ଖୁଣ୍ଟିଆ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉପରୋକ୍ତ ମତପ୍ରକାଶ କରିଥିଲେ । ବିଦ୍ୟାଳୟ ପୁରାତନ ଛାତ୍ର  ସଂଗଠନର ଉଦ୍ୟମରେ ଆୟୋଜିତ ପ୍ରତିଷ୍ଠା ଉତ୍ସବରେ ମୁଖ୍ୟ ଅତିଥି ଶ୍ରୀ ଖୁଣ୍ଟୁଆ ବିଦ୍ୟାଳୟ ପ୍ରତିଷ୍ଠାର ଅଙ୍ଗେଲିଭାଇଥିବା ଅନୁଭୂତି କହିବା ସହ ବିଦ୍ୟାର୍ଥୀମାନେ ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ପ୍ରତିପାଦିତ କଲେ ଏହା ଅନୁଷ୍ଠାନ ପ୍ରତି ଶ୍ରେଷ୍ଠ ଉପହାର ହେବ ବୋଲି କହିଥିଲେ । ବିଦ୍ୟାଳୟ ପ୍ରଧାନଶିକ୍ଷକ ପ୍ରହ୍ଲାଦ ଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ସାମ୍ବାଦିକ ଶ୍ୱେତକାନ୍ତ ବେହେରା, ପ୍ରାକ୍ତନ ପ୍ରଧାନ ଶିକ୍ଷକ ହରିହର ମହାରଣା, ମୁଖ୍ୟବକ୍ତା ଓ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ପ୍ରତିକୂଳ ପରିବେଶ ଭିତରେ ବିଦ୍ୟାର୍ଥୀମାନେ ସକାରତ୍ମକ ଢଙ୍ଗରେ ନିଜକୁ ଗଢିତୋଳି ଆଗକୁ ବଢିଲେ ଏହା ବିଦ୍ୟାଳୟ ପ୍ରତିଷ୍ଠାତାଙ୍କ କଷ୍ଟଲବ୍ଧ ସାଧନାକୁ ସାକାର କରିପାରିବ ବୋଲି କହିଥିଲେ ।

prayash

ଚଳିତ ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରୀ ରେଶମା ଦିଆନଙ୍କୁ ବିଦ୍ୟାଳୟ ତରଫରୁ ସମ୍ମାନୀତ କରାଯାଇଥିବା ବେଳେ ସଂଗୀତ, ନୃତ୍ୟ ଓ ଜଣାଅଜଣା ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିବା ବିଦ୍ୟାର୍ଥିମାନଙ୍କୁ ମଞ୍ଚାସୀନ ଅତିଥିମାନେ ସମ୍ମାନୀତ କରିଥିଲେ । ପୁରାତନ ବିଦ୍ୟାର୍ଥୀ ରଞ୍ଜନ ବସ୍ତିଆ, ସୌଭାଗ୍ୟ ମିଶ୍ର, ସତ୍ୟଜିତ୍ ଦିଆନ, ଶିକ୍ଷକ ସରୋଜ କୁମାର ସାହୁ, ଜଗଦିଶ ସ୍ୱାଇଁ, ଅଜୟ କୁମାର ବ୍ରହ୍ମା, ମିହିର କୁମାର ଲେଙ୍କା ଓ ରଞ୍ଜନ କୁମାର ଜେନା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପ୍ରତିଷ୍ଠା ଦିବସ ଉପଲକ୍ଷେ ବିଦ୍ୟାର୍ଥିମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବା ସହ କେକ୍ କାଟିଥିଲେ। ପୁରାତନ ଛାତ୍ର ସଂଗଠନର ସଭାପତି ଚିନ୍ମୟୀ ବଳ ଧନ୍ୟବାଦ ଅର୍ପଣ କରିଥିଲେ।

 

kalyan agarbati

Comments are closed.