www.samajalive.in
Monday, December 8, 2025
14.1 C
Bhubaneswar

ବାଘୁଣୀ ଆକ୍ରମଣରେ ମହିଳା ମୃତ

ଅନୁଗୋଳ : ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପରେ ବାଘ ବଂଶ ବୃଦ୍ଧି ପାଇଁ ଛଡ଼ା ଯାଇଥିବା ମଧ୍ୟପ୍ରଦେଶର ବାଘୁଣୀ ବୁଧବାର କୈଳାସୀ ଗଡ଼ନାୟକ(୪୫) ନାମ୍ନୀ ମହିଳାଙ୍କୁ ନିଜର ଶିକାର ଭାବେ ଗାଧୁଆ ତୁଠରୁ ଭିଡ଼ି ନେଇଥିବା ଜଣାଯାଇଛି। ବାଘୁଣୀ ଆକ୍ରମଣରେ କୈଳାସୀର ଶୋଚନୀୟ ମୃତ୍ୟୁ ଘଟିଥିବା ବେଳେ ସ୍ଥାନୀୟ ଗ୍ରାମବାସୀ ଜଙ୍ଗଲ ବିଭାଗ ଅବହେଳା ପ୍ରତିବାଦରେ ରେଞ୍ଜ ଅଫିସ୍‍ ଓ ବିଟ୍‍ ହାଉସ୍‍ ଘେରାଉ ପରି ପୋଡ଼ାଜଳା କରିବା ସହ ଅନୁଗୋଳ-ସାତକୋଶିଆ ରାସ୍ତା ଅବରୋଧ କରିଥିବା ଜଣାଯାଇଛି।
କୋଟି କୋଟି ଟଙ୍କା ବ୍ୟୟରେ ଏହି ବ୍ୟାଘ୍ର ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଥିବା ବେଳେ ଗ୍ରାମବାସୀଙ୍କ ଧନଜୀବନ ସୁରକ୍ଷାକୁ ଦୃଷ୍ଟି ଦିଆନଯିବା ଫଳରେ ଆଜି ଏହି ଅଭାବନୀୟ କାଣ୍ଡ ଘଟିଛି ଏବଂ ଏହା ପରେ ଜଙ୍ଗଲର ବାଘ ବାଘୁଣୀଙ୍କ ସୁରକ୍ଷା ଅତିବ କଷ୍ଟକର ହୋଇପଡ଼ିଛି ବୋଲି ସ୍ଥାନୀୟ ଓ ପରିବେଶବିତ୍‍ ମହଲରେ ଆଲୋଚିତ ହୋଇଛି। ମହାବଳ ବାଘ ପରେ ମଧ୍ୟପ୍ରଦେଶର ବାନ୍ଧବଗଡ଼ ବ୍ୟାଘ୍ର ପ୍ରକଳ୍ପରୁ ଏହି ବାଘୁଣୀକୁ ସରକାର ସ୍ଥାନାନ୍ତରିତ କରି ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ଏନ୍‍କ୍ଲୋଜର ମଧ୍ୟରେ ରଖିଥିଲେ। ଗତ ଜୁନ ୨୭ରେ ଏହି ବାଘୁଣୀକୁ ଆଣିବା ପରେ ଅଗଷ୍ଟ ୧୭ରେ ଏନ୍‍କ୍ଲୋଜରରୁ ବାଘୁଣୀକୁ ଜଙ୍ଗଲ ମଧ୍ୟକୁ ଛଡ଼ାଯାଇଥିଲା।ବୁଧବାର ସକାଳେ ଟିକରପଡ଼ାର ହାତୀବାରି ରାଜସ୍ୱ ଗ୍ରାମର କୈଳାସୀ ଛେଳି ଗୋଠ ନେଇ ଚରାଇବାକୁ ଯାଇଥିଲେ। ହାତୀବାରି ପୋଖରୀକୁ ପୂର୍ବାହ୍ଣ ପ୍ରାୟ ୧୦ଟା ବେଳେ ସେ ଗାଧୋଇବାକୁ ଯିବା ବେଳେ ବାଘୁଣୀ ହାବୁଡ଼ରେ ପଡ଼ିଯାଇଥିବା ଜଣାଯାଇଛି। କୈଳାସୀଙ୍କୁ ବାଘୁଣୀ ଶିକାର କରି ମାରିଦେବା ପରେ ପୋଖରୀ ପାଖରେ ମୃତାବସ୍ଥାରେ ଅଧାଖିଆ କରି ଛାଡ଼ି ଦେଇଥିବା ଦେଖା ଦେଇଛି।


ଏହି ଦୁଃଖଦ ଖବର ପାଇ ଆଖପାଖ ଗ୍ରାମର ଗ୍ରାମବାସୀ ଏକଜୁଟ୍‍ ହୋଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜଙ୍କଲ ବିଭାଗ କାର୍ଯ୍ୟାଳୟ ପୋଡ଼ାଜଳା କରିଥିବା ଜଣାଯାଇଛି। ଅନୁଗୋଳ, କଟକ ଓ ବୌଦ୍ଧ ଅଞ୍ଚଳକୁ ନେଇ ଏହି ବ୍ୟାଘ୍ର ପ୍ରକଳ୍ପ ପ୍ରତିଷ୍ଠା ହୋଇଥିବା ବେଳେ ଅନୁଗୋଳର ୩୩ଟି ରାଜସ୍ୱ ଗାଁ ସମେତ ମୋଟ ୯୯ଟି ରାଜସ୍ୱ ଗ୍ରାମ ଏହି ପ୍ରକଳ୍ପ ସୀମା ପାଖରେ ରହିଛି। ସ୍ଥାନୀୟ ବାସିନ୍ଦାଙ୍କ ଧନଜୀବନ ସୁରକ୍ଷା ଦାବି କରି ବହୁବାର ଗ୍ରାମବାସୀ ଆନ୍ଦୋଳନ ଓ ଘେରାଉ କରିଛନ୍ତି। ମାତ୍ର ଏତେ ସବୁ ପରେ ମଧ୍ୟ ଜଙ୍ଗଲ ବିଭାଗର ଚେତା ପଶିଲା ନାହିଁ। ସର୍ବଶେଷରେ ବାଘୁଣୀ ଦ୍ୱାରା ମହିଳା ଶିକାର ହେବା ପରି ଘଟଣା ବୁଧବାର ଘଟିଗଲା। ବାଘ-ବାଘୁଣୀର ଚଳପ୍ରଚଳ ପ୍ରତି ଜଙ୍ଗଲ ବିଭାଗ ଅନୁଧ୍ୟାନ କରି ସତର୍କ ରହିଥିଲେ, ଏପରି ଅଭାବନୀୟ ଘଟଣା ଆଦୌ ଘଟି ନଥାନ୍ତା ବୋଲି ବୁଦ୍ଧିଜୀବୀ ମହଲ ଆଲୋଚନା ହେଉଛି। ଏହି ପ୍ରକଳ୍ପକୁ ଆସିବା ଦିନରୁ ବାଘ ବେଶ ଶିକାର କରି ବିଚରଣ କରୁଥିବା ବେଳେ ବାଘୁଣୀ ଶିକାର କରିପାରୁ ନ ଥିବା ସ୍ଥାନୀୟ ଲୋକମାନେ କହିଛନ୍ତି। ଏହି ଅଳ୍ପ ବୟସ୍କ ବାଘୁଣୀକୁ ମା’ ପାଖରୁ ଛଡ଼ାଇ ଆଣିବା ପରେ ଏଠାରେ ଜଙ୍ଗଲ ବିଭାଗ କିଛି ମାଂସ ଦେଇ ତାକୁ ବଞ୍ଚାଇ ରଖିଥିବା କେତେକ ଗ୍ରାମବାସୀ ପ୍ରକାଶ କରିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories