www.samajalive.in
Tuesday, December 9, 2025
15.1 C
Bhubaneswar

ପ୍ରଥମ ଦଳ ଭାବେ ଟି-୨୦ରେ ୩୦୦ରନ ଅତିକ୍ରମ କଲା

ନୂଆଦିଲ୍ଲୀ : ନେପାଳ ପୁରୁଷ କ୍ରିକେଟ ଦଳ ଇତିହାସ ରଚିଛି। ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ପ୍ରଥମ ଦଳ ଭାବେ ନେପାଳ ୩୦୦ରନ କରିଛି। ନେପାଳ ଉକ୍ତ ସଫଳତା ଚଳିତ ହ୍ବାଙ୍ଗଝୋ ଏସୀୟ କ୍ରୀଡ଼ାରେ ହାସଲ କରିଛି। ଏସୀୟ କ୍ରୀଡ଼ାର ବୁଧବାର ଝିଆଙ୍ଗ ବିଶ୍ବବିଦ୍ୟାଳୟ ଗ୍ରାଉଣ୍ଡରେ ଗ୍ରୁପ-ଏ ର ଖେଳାଯାଇଥିବା ଲିଗ୍‌ ମ୍ୟାଚରେ ମଙ୍ଗୋଲିଆ ବିପକ୍ଷରେ ଖେଳାଯାଇଥିବା ଟି-୨୦ କ୍ରିକେଟରେ ନେପାଳ ୩ ୱିକେଟ ହରାଇ ୩୧୪ରନ କରିଛି। କୁଶଳ ମାଲା ୫୦ଟି ବଲରୁ ୮ଟି ଚୌକା ଓ ୧୨ଟି ଛକା ସହ ୧୩୭ରନ, ରୋହିତ ପୌଡେଲ ୬୧ ଓ ଦୀପେନ୍ଦ୍ର ସିଂହ ଆଇରି ୧୦ଟି ବଲରୁ୫୨ରନ କରିଥିଲେ। ଟି-୨୦ରେ ଦୀପେନ୍ଦ୍ର ୯ଟି ବଲରୁ ଦ୍ରୁତତମ ଅର୍ଦ୍ଧଶତକ ହାସଲ କରିବା ସହିତ ଯୁବରାଜ ସିଂହଙ୍କ କୀର୍ତ୍ତିମାନକୁ ଭାଙ୍ଗିବାରେ ସଫଳ ହୋଇଛନ୍ତି । ପୂର୍ବରୁ ଯୁବରାଜଙ୍କ ନାମରେ ୧୨ଟି ବଲରୁ ଟି-୨୦ରେ ଦ୍ରୁତତମ ଅର୍ଦ୍ଧଶତ କୀର୍ତ୍ତିମାନ ରହିଥିଲା। ୨୦୦୭ ଟି-୨୦ ବିଶ୍ବକପରେ ଇଂଲଣ୍ଡ ବିପକ୍ଷରେ ଯୁବରାଜ ୧୨ଟି ବଲରୁ ୫୦ରନ କରିଥିଲେ। ପୂର୍ବରୁ ଟି-୨୦ କ୍ରିକେଟରେ ଆଫଗାନିସ୍ତାନ ୨୦୧୯ରେ ଆୟରଲାଣ୍ଡ ବିପକ୍ଷରେ ୩ ୱିକେଟରେ ୨୭୮ରନ କରିଥିଲା। ଯାହା ଅନ୍ତର୍ଜାତୀୟ ଟି-୨୦ରେ ସର୍ବାଧିକ ଦଳଗତ ସ୍କୋର ରହିଥିଲା। ଉକ୍ତ କୀର୍ତ୍ତିମାନକୁ ନେପାଳ ଟପିବାରେ ସଫଳ ହୋଇଛି। ଅନ୍ୟପକ୍ଷରେ ନେପାଳ ଉକ୍ତ ମ୍ୟାଚରେ ୨୬ଟି ଛକା ମାରିଥିଲା। ଏହା ଟି-୨୦ ମ୍ୟାଚରେ ଏକ ଇନିଂସରେ ସର୍ବାଧିକ ଛକା। ଉକ୍ତ ମ୍ୟାଚରେ ନେପାଳ ୨୭୩ରନ​ରେ ‌ମଙ୍ଗୋଲିଆକୁ ପରାସ୍ତ କରିଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories