୨୧,୦୦୦କୋଟି ମୂଲ୍ୟରେ କିଣାହେବ ୩୦ଟି ପ୍ରିଡାଟୋର ଡ୍ରୋନ୍‌

ନୂଆଦିଲ୍ଲୀ : ଆମେରିକା ଠାରୁ ୩୦ଟି ପ୍ରିଡାଟୋର ଡ୍ରୋନ କ୍ରୟ କରିବା ଲାଗି ପ୍ରତିରକ୍ଷା ମନ୍ତ୍ରଣାଳୟ କଥାବାର୍ତ୍ତା ପ୍ରକ୍ରିୟା ଚୂଡାନ୍ତ କରିଛି । ଏ ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରଣାଳୟର ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରାଯାଇଛି। ଆଲୋଚନା ଅନୁଯାୟୀ ଅଧିଗ୍ରହଣ କରାଯିବାକୁ ଥିବା ଡ୍ରୋନର ମୂଲ୍ୟ ପ୍ରାୟ ୨୧,୦୦୦ କୋଟି ଟଙ୍କା ହେବ। ପ୍ରତିରକ୍ଷା ମନ୍ତ୍ରଣାଳୟର ଅନୁମୋଦନ ପରେ ଏହାକୁ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦର ସୁପାରିସ ନିମନ୍ତେ ପଠାଯିବ। ଶେଷରେ ଏହା ସୁରକ୍ଷା ସମ୍ପର୍କିତ କ୍ୟାବିନେଟ କମିଟିର ଚୂଡାନ୍ତ ଅନୁମୋଦନ ନିମନ୍ତେ ପଠାଯିବ।

Comments are closed.