www.samajalive.in
Saturday, December 6, 2025
17.1 C
Bhubaneswar

ଜଳନ୍ତା ସେନା ହେଲିକପ୍ଟରରୁ ଡେଇଁଥିଲେ ୩ ଜଣ, ଘଟଣାସ୍ଥଳକୁ ଗଲେ ବାୟୁସେନା ମୁଖ୍ୟ

ତାମିଲନାଡୁ କୁନ୍ନୁର ନିକଟରେ ବାୟୁସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ସେହି ହେଲିକପ୍ଟରରେ ଚିଫ ଅଫ ଡିଫେନ୍ସ ଷ୍ଟାଫ ଜେନେରାଲ ବିପିନ ରାୱତଙ୍କ ସମେତ ୧୪ ଜଣ ଯାତ୍ରା କରୁଥିଲେ। କୁହୁଡି ଯୋଗୁ ସ୍ୱଳ୍ପ ଦୃଷ୍ଟିକ୍ଷେତ୍ର ପାଇଁ ଏହି ଦୁର୍ଘଟଣା ଘଟିଥିବା କୁହାଯାଇଛି। ହେଲିକପ୍ଟରଟି ଯେଉଁ ମାର୍ଗରେ ଯାଉଥିଲା, ସେହି ଅଂଚଳରେ ବର୍ଷା ହେଉଥିଲା ଏବଂ ହଠାତ ଘନ କୁହୁଡି ଦେଖାଦେଇଥିବା କୁହାଯାଇଛି। ତେବେ ବର୍ଷା ଓ କୁହୁଡି ଯୋଗୁ ହେଲିକପ୍ଟର ପାଇଲଟଂକୁ ସିଗନାଲ ମିଳିବାରେ ଅସୁବିଧା ହୋଇଥିବା ଓ ସେଥିପାଇଁ ପାହାଡ଼ରେ ଧକ୍କା ହୋଇଥିବା ମଧ୍ୟ ଅନୁମାନ କରାଯାଉଛି। ଏ ପର୍ଯ୍ୟନ୍ତ ଘଟଣାସ୍ଥଳ ନିକଟରୁ ୧୧ଟି ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଖୋଜିବା କାର୍ଯ୍ୟ ଜାରି ରହିଛି।

ଏବେ ଘଟଣାସ୍ଥଳରେ ସେନା ଓ ପୁଲିସ ପହଂଚି ସାରିଥିବା ଖବର ମିଳିଛି। ଦେଶର ଏକ ପ୍ରମୁଖ ଟିଭି ଚ୍ୟାନେଲରେ ପ୍ରସାରିତ ଖବର ଅନୁଯାୟୀ, କୃଷ୍ନାସ୍ୱାମୀ ନାମକ ଜଣେ ପ୍ରତ୍ୟେକ୍ଷଦର୍ଶୀ ଏହି ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି ଯେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବାର ଶବ୍ଦ ଏତେ ତୀବ୍ର ଥିଲା ଯେ ସେ ଏହି ଶବ୍ଦ ଶୁଣି ଘର ବାହାରକୁ ଆସିଥିଲେ। ସେ ଦେଖିଲେ ଯେ ହେଲିକପ୍ଟରଟି ଗଛଗୁଡ଼ିକ ମଧ୍ୟରେ ବାଡେଇ ହୋଇ ଅଗ୍ନି ପିଣ୍ଡୁଳା ପାଲଟି ଯାଇଥିଲା।

- Advertisement -

କୃଷ୍ନାସ୍ୱାମୀ କହିଛନ୍ତି ଯେ ଜଳନ୍ତା ହେଲିକପ୍ଟର ମଧ୍ୟରୁ ୨ରୁ ୩ ଜଣ ବାହାରକୁ ଡେଇଁ ପଡିଥିବା ଦେଖିଛନ୍ତି। ଡେଉଁଥିବା ବ୍ୟକ୍ତିମାନଙ୍କ ଦେହ ଜଳୁଥିବା ସେ ଦେଖିଥିବା କହିଛନ୍ତି। ପରେ ସେ ତାଙ୍କ ବନ୍ଧୁମାନଙ୍କୁ ଏକତ୍ର କରି ଉଦ୍ଧାର ଅଭିଯାନ ଆରମ୍ଭ କରିଥିଲେ। ଏ ପର୍ଯ୍ୟନ୍ତ ମିଳିଥିବା ୧୧ଟି ମୃତ ଦେହ ୮୦%ରୁ ଅଧିକ ଜାଳି ଯାଇଥିବା କୁହାଯାଇଛି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories