www.samajalive.in
Saturday, December 6, 2025
15.1 C
Bhubaneswar

ବେଗୁନିଆ ବ୍ଲକରେ ପ୍ରଥମ ପର୍ଯ୍ୟାୟରେ ଦୁଇଟି ସ୍ମାର୍ଟସ୍କୁଲ କାର୍ଯ୍ୟ ଶେଷ 

ବେଗୁନିଆ  : ଛାତ୍ର ଛାତ୍ରୀ ମାନଙ୍କ ପାଠ ପଢାରେ ଉନ୍ନତି ପାଇଁ ସରକାର ୫ଟି କାର୍ଯ୍ୟକ୍ରମ ମାଧ୍ୟମରେ ବେଗୁନିଆ ବ୍ଲକରେ ଦୁଇଟି ବିଦ୍ୟାଳୟ ର ସ୍ମାର୍ଟ ସ୍କୁଲ କାର୍ଯ୍ୟ ଶେଷ କରିଥିବାବେଳେ ଏବେ ଆଉ ୭ ଟି ବିଦ୍ୟାଳୟ କୁ ସ୍ମାର୍ଟ ସ୍କୁଲ ଯୋଜନାରେ ଅନ୍ତର୍ଭୁକ୍ତ କରିଥିବାର ସରକାରୀ ସୂତ୍ରରୁ ଜଣାପଡ଼ିଛି ।ବେଗୁନିଆ ବ୍ଲକର ବେଗୁନିଆ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ,ଓଡିଶା ଆଦର୍ଶ ବିଦ୍ୟାଳୟ ,ଡିଙ୍ଗର ଉଚ୍ଚ ବିଦ୍ୟାଳୟ ,ଶଗଡ଼ଭଙ୍ଗା ବି ଡି ଆର ଉଚ୍ଚ ବିଦ୍ୟାଳୟ ,ପତିତପାବନ ଉଚ୍ଚ ବିଦ୍ୟାଳୟ ଗୁଡୁମ ,କଣ୍ଟାବାଡ଼ ନୀଳକଣ୍ଠ ଉଚ୍ଚ ବିଦ୍ୟାଳୟ ଏବଂ ଛତ୍ରପଡା ଉଚ୍ଚ ବିଦ୍ୟାଳୟ ଆଦି ୭ ଟି ବିଦ୍ୟାଳୟ ସ୍ମାର୍ଟ ସ୍କୁଲରେ ପରିଣତ ହେବ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି ।

ଫେବୃଆରୀ ମାସ ସୁଦ୍ଧା ସ୍ମାର୍ଟ ସ୍କୁଲ କାର୍ଯ୍ୟ ଶେଷ ହେଲେ ମୁଖ୍ୟମନ୍ତ୍ରୀ ମାର୍ଚ୍ଚ ୫ ତାରିଖ ପଞ୍ଚାୟତିରାଜ ଦିବସରେ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ।ଏହା ପୂର୍ବରୁ ସିକୋ ଚନ୍ଦ୍ରଶେଖରଦେଵ ଉଚ୍ଚ ବିଦ୍ୟାଳୟ ଏବଂ ପୋଡାଡିହ ସରକାରୀ ଜନତା ବିଦ୍ୟାପୀଠ ର କାର୍ଯ୍ୟ ଶେଷ ହୋଇ ମୁଖ୍ୟମନ୍ତ୍ରୀ ଉଦଘାଟନ କରିସାରିଛନ୍ତି ।

ଭି ସି ମାଧ୍ୟମରେ ଅନୁଷ୍ଠିତ ଏହି ସଭାରେ ୫ଟି ସଚିବ ଭି କେ ପାଣ୍ଡିଆନ, ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଏବଂ ଜିଲ୍ଲା ଶିକ୍ଷା ଅଧିକାରୀ ବନ୍ଦନା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ବ୍ଲକ ସଭାଗୃହରେ ବି ଡି ଓ ଲକ୍ଷ୍ମୀଧର ସାହୁ ,ବେଗୁନିଆ ଗୋଷ୍ଠୀ ଶିକ୍ଷା ଅଧିକାରୀ ଵିଷ୍ଣୁ ପ୍ରସାଦ ମିଶ୍ର ,ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ପରିଚାଳନା କମିଟି ସଦସ୍ୟ ,ସରପଞ୍ଚ ,ସମିତିସଭ୍ୟ ଏବଂ ୫ ଜଣ ଲେଖାଏଁ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories