www.samajalive.in
Monday, December 15, 2025
14.1 C
Bhubaneswar

ସେପ୍ଟେମ୍ବର ପହିଲାରୁ କାର୍ଯ୍ୟକ୍ଷମ ହେବ ତିନି ନୂଆ ବିଶ୍ବବିଦ୍ୟାଳୟ

ଭୁବନେଶ୍ବର :ରାଜ୍ୟରେ ତିନି ନୂଆ ବିଶ୍ବବିଦ୍ୟାଳୟ ଚଳିତ ମାସ ପହିଲାରୁ କାର୍ଯ୍ୟକ୍ଷମ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଘୋଷଣା କରାଯାଇଥିଲା। ତେବେ କୋଭିଡ୍‌-୧୯କୁ ନେଇ ଉପୁଜିଥିବା ସ୍ଥିତିକୁ ଦୃଷ୍ଟିରେ ରଖି ଏସବୁ ବିଶ୍ବବିଦ୍ୟାଳୟ ସେ‌େ‌ପ୍ଟମ୍ବର ପହିଲାରୁ କାର୍ଯ୍ୟକ୍ଷମ କରିବାକୁ ନିଷ୍ପତ୍ତି ନିଆଯାଇଛି। କଟକ ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟ, ଭବାନୀପାଟଣା ସ୍ଥିତ କଳାହାଣ୍ଡି ବିଶ୍ବବିଦ୍ୟାଳୟ ଏବଂ ବଲାଙ୍ଗିର ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ସେ‌େ‌ପ୍ଟମ୍ବର ପହିଲାରୁ କାର୍ଯ୍ୟକ୍ଷମ କରାଯିବ ବୋଲି ଆଜି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁଳସଚିବ, ପରୀକ୍ଷା ନିୟନ୍ତ୍ରକ ଓ କୁଳପତି ନିଯୁକ୍ତିରେ ବିଳମ୍ବ ଯୋଗୁଁ ଜୁନ୍‌ ପହିଲାରେ କାର୍ଯ୍ୟକ୍ଷମ ହୋଇପାରି ନଥିବା ଅଭିଯୋଗ ହୋଇଛି। କୁଳସଚିବ ଓ ବିତ୍ତ ନିୟନ୍ତ୍ରକ ନିଯୁକ୍ତି ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସାଧାରଣ ପ୍ରଶାସନ ବିଭାଗକୁ ବାରମ୍ବାର ଅବଗତ କରାଇଥିଲେ ମଧ୍ୟ କିଛି ସୁଫଳ ମିଳିନି। ଅପରପକ୍ଷେ ସେ‌େ‌ପ୍ଟମ୍ବରରୁ ଏହି ତିନି ବିଶ୍ବବିଦ୍ୟାଳୟ କାର୍ଯ୍ୟକ୍ଷମ ହେବାକୁ ଥିବାରୁ ଚଳିତ ବର୍ଷ ନାମଲେଖା ପ୍ରକ୍ରିୟ ନିଜସ୍ବ ବିଶ୍ବବିଦ୍ୟାଳୟ ଅଧୀନରେ ହେବ କି ସହବନ୍ଧିତ ବିଶ୍ବବିଦ୍ୟାଳୟରେ ତାକୁ ନେଇ ବିଦ୍ୟାର୍ଥୀଙ୍କ ମଧ୍ୟରେ ଦ୍ବନ୍ଦ୍ବ ପ୍ରକାଶ ପାଇଛି।
ସୂଚନାଯୋଗ୍ୟ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ଓ କଳାହାଣ୍ଡି ବିଶ୍ବବିଦ୍ୟାଳୟକୁ ୨୦୧୯ ଅକ୍ଟୋବର ୨୫ ତାରିଖରେ ଏବଂ ମଧୁସୂଦନ ଆଇନ ବିଶ୍ବିଦ୍ୟାଳୟକୁ ଚଳିତ ବର୍ଷ ମାର୍ଚ୍ଚ ୪ ତାରିଖରେ ବିଶ୍ବବିଦ୍ୟାଳୟ ମାନ୍ୟତା ମିଳିବା ସହ ଜୁନ୍‌ ପହିଲାରୁ କାର୍ଯ୍ୟକ୍ଷମ ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories