www.samajalive.in
Monday, December 15, 2025
27.1 C
Bhubaneswar

ଦୁର୍ନୀତି ଅଭିଯୋଗ ପରେ ୩ ବିଚାରପତିଙ୍କୁ ପଦଚ୍ୟୁତ କଲେ ମାଡ୍ରାସ ହାଇକୋର୍ଟ

ଚେନ୍ନାଇ: ତାମିଲନାଡୁରେ ୩ ବିଚାରପତିଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିବା ପରେ ମାଡ୍ରାସ ହାଇକୋର୍ଟ ପଦଚ୍ୟୁତ କରିଛନ୍ତି। ଏହି ୩ ବିଚାରପତି ହେଲେ ନମକ୍କଲର ପୂର୍ବତନ ଅତିରିକ୍ତ ଜିଲା ଜଜ୍‌ ଏସ. ମମ୍ବିଝି, କୃଷ୍ଣାଗିରିର ପୂର୍ବତନ ଜୁଡିସିଆଲ ମାଜିଷ୍ଟ୍ରେଟ କେ. ବିଜୟ କୁମାର ଏବଂ ରାମନାଥପୁରମର ପୂର୍ବତନ ବିଚାରପତି ଟି. ପୋନପ୍ରକାଶ। ଏହାବ୍ୟତୀତ ଅନ୍ୟ ୮ ଜଣଙ୍କ କାର୍ଯ୍ୟକାଳ ବୃଦ୍ଧି ଉପରେ ହାଇକୋର୍ଟ ରୋକ୍‌ ଲଗାଇଛନ୍ତି। ପ୍ରଥମ ଥର ପାଇଁ ହାଇକୋର୍ଟ ଜଣେ ଜିଲା ଜଜ୍‌ଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନ ୧୯୮୮ ଅଧୀନରେ ଆପରାଧିକ ମାମଲାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁମତି ଦେଇଛନ୍ତି।

ମାଡ୍ରାସ ହାଇକୋର୍ଟର ବର୍ତ୍ତମାନର ମୁଖ୍ୟ ବିଚାରପତି ସଞ୍ଜୟ କିଶନ କୌଲଙ୍କ ନେତୃତ୍ଵରେ ଗଠିତ ଖଣ୍ଡପୀଠ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ହାଇକୋର୍ଟଙ୍କ ନିର୍ଦେଶ ଅନୁସାରେ ସ୍ବରୂପ ନମକ୍କଲର ପୂର୍ବତନ ଅତିରିକ୍ତ ଜିଲା ଜଜ୍‌ ଏସ. ମମ୍ବିଝିଙ୍କ ବିରୋଧରେ ଅନିୟମିତତା ମାମଲା ଚାଲୁ ରହିବ। ଏକାଧିକ ଅନିୟମିତତା ଅଭିଯୋଗରେ ତାଙ୍କ ନାଁରେ ମାମଲାର ବିଚାର ଜାରି ରହିବ। ସେହିପରି କୃଷ୍ଣାଗିରିର ପୂର୍ବତନ ଜୁଡିସିଆଲ ମାଜିଷ୍ଟ୍ରେଟ କେ. ବିଜୟ କୁମାରଙ୍କୁ ୨୦୧୫ରେ ନିଲମ୍ବନ କରାଯାଇଥିଲା। ଅନ୍ୟପଟେ ପୋନପ୍ରକାଶଙ୍କୁ ୨୦୧୭ ମାର୍ଚ୍ଚରେ ୫୮ ବର୍ଷ ହୋଇଯାଇଥିଲା। କିନ୍ତୁ ତାଙ୍କୁ ଅବସର ନେବାକୁ ଅନୁମତି ମିଳି ନ ଥିଲା। ତାଙ୍କ ବିରୋଧରେ ଅନୁଶାସନାତ୍ମକ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଯାଇଛି। ବର୍ତ୍ତମାନ କୋର୍ଟ ତାଙ୍କ ବିରୋଧରେ ଲାଗିଥିବା ଅଭିଯୋଗର ଗମ୍ଭୀରତାକୁ ଦୃଷ୍ଟିରେ ରଖି ତାଙ୍କୁ ପଦରୁ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି।

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories