www.samajalive.in
Monday, December 15, 2025
27.1 C
Bhubaneswar

ମନ୍ଦିରରେ ହାତୀ ଉତ୍ପାତ; ୩ ମୃତ, ୩୦ ଆହତ

କୋଜିକୋଡ୍‌: କେରଳର କୋଜିକୋଡ୍‌ସ୍ଥିତ ମାନାକୁଲାଙ୍ଗାରା ମନ୍ଦିରରେ ବୁଧବାର ଏକ ଧାର୍ମିକ କାର୍ଯ୍ୟକ୍ରମ ଚାଲିଥିବାବେଳେ ହଠାତ୍‌ ଦୁଇଟି ପୋଷା ହାତୀ ଉତ୍ପାତ କରିବାରୁ ୩ ଜଣ ପ୍ରାଣ ହରାଇଛନ୍ତି। ଆହତ ୩୦ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଉତ୍ସବ ପାଇଁ ମନ୍ଦିରରେ ସହସ୍ରାଧିକ ଭକ୍ତଙ୍କ ସମାଗମ ଘଟିଥିବାବେଳେ ଦୁଇଟି ସୁସଜ୍ଜିତ ହାତୀଙ୍କୁ ମଧ୍ୟ ସାମିଲ କରାଯାଇଥିଲା। ତେବେ ଭକ୍ତମାନେ ବାଣ ଫୁଟାଇବା ଫଳରେ ଦୁଇଟି ହାତୀ ଉତ୍ତ୍ୟକ୍ତ ହୋଇପଡିଥିଲେ। ଲୋକଙ୍କୁ ହାତୀ ଗୋଡାଇବା ଫଳରେ ସେଠାରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉତ୍ତ୍ୟକ୍ତ ହାତୀ ଦ୍ବୟ ମନ୍ଦିର ପାଚେରି ଭାଙ୍ଗିଥିବାବେଳେ କିଛି ଲୋକ ସେଠାରେ ଫସିଯାଇଥିଲେ। ଦୀର୍ଘ କେତେ ଘଣ୍ଟାର ପରିଶ୍ରମ ପରେ ମାହୁନ୍ତମାନେ ଦୁଇଟି ହାତୀକୁ କାବୁ କରିଥିଲେ। କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଏହି ଘଟଣାରେ ଗଭୀର ଦୁଃଖପ୍ରକାଶ କରିଥିବାବେଳେ ଏହାର ତଦନ୍ତ ନିର୍ଦେଶ ଦେଇଛନ୍ତି।

Hot this week

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

Related Articles

Popular Categories