www.samajalive.in
Sunday, December 7, 2025
14.1 C
Bhubaneswar

ପାନୀୟ ଜଳ ସଙ୍କଟ, ଜିଲ୍ଲାପାଳଙ୍କୁ ଗୁହାରି କଲେ ଜନସାଧାରଣ

ସମ୍ବଲପୁର: ସମ୍ବଲପୁର ଜିଲାର ବିଭିନ୍ନ ସ୍ଥାନରେ ବର୍ଷତମାମ ପାନୀୟ ଜଳ ସଙ୍କଟ ଲାଗି ରହିଥିବା ବେଳେ ଲୋକେ ପାଣି ମୁନ୍ଦିଏ ପାଇଁ ଡହକବିକଳ ହେଉଛନ୍ତି। ଏଭଳି ଏକ ଘଟଣାରେ ବାମରା ବ୍ଲକ ଅନ୍ତର୍ଗତ କିନାବଗା ଗ୍ରାମ ପଞ୍ଚାୟତର ଦଲକିବାହାଲ ମୁଣ୍ଡା ପଡ଼ା ନିବାସୀ ମାନେ ପାନୀୟ ଜଳ ପାଇଁ ନିୟମିତ ସଂଘର୍ଷ କରୁଥିବାରୁ ଏହାର ସମାଧାନ ପାଇଁ ଜିଲାପାଳଙ୍କ ନିକଟରେ ଦ୍ୱାରସ୍ଥ ହୋଇଛନ୍ତି। ଶୁକ୍ରବାର ଜିଲାପାଳଙ୍କୁ ଦେଇଥିବା ଦାବିପତ୍ର ଅନୁଯାୟୀ, ଗ୍ରାମରେ ଗୋଟିଏ ନଳ କୂପ ପାନୀୟ ଜଳ ପାଇଁ ରହିଥିବା ବେଳେ ତାହା ବାରମ୍ବାର ଖରାପ ହୋଇ ଯାଉଛି। ଉକ୍ତ ନଳକୁପକୁ ସଜାଡିବାର କିଛି ଦିନ ପରେ ପୁଣି ଥରେ ଖରାପ ହୋଇଯାଇଥାଏ। ବିଗତ ସାଧାରଣ ନିର୍ବାଚନ ପୁର୍ବରୁ ଖରାପ ହୋଇଥିବା ନଳକୁପକୁ ସଜଡା ଯାଇଥିବା ବେଳେ ପ୍ରାୟ ୬ ମାସରୁ ଊର୍ଦ୍ଧ୍ବ ହେବ ତାହା ଖରାପ ହୋଇ ପଡ଼ିରହିଛି। ଏ ନେଇ ବାରମ୍ବାର ବିଭିନ୍ନ କର୍ତୃପକ୍ଷଙ୍କୁ ଅନୁରୋଧ ସତ୍ୱେ କୌଣସି ସୁଫଳ ନ ମିଳିବାରୁ ସେମାନେ ବାଧ୍ୟ ହୋଇ ଜିଲାପାଳଙ୍କ ନିକଟରେ ଦ୍ୱାରସ୍ଥ ହୋଇ ଅନୁରୋଧ କରିଛନ୍ତି। ତୁରନ୍ତ ପାନୀୟ ଜଳ ସମସ୍ୟାର ସମାଧାନ କରା ନ ଗଲେ, ଆଗାମୀ ଦିନରେ ଗ୍ରୀଷ୍ମ ଋତୁ ଆସୁଥିବାରୁ ପାନୀୟ ଜଳ ମିଳିବା କଷ୍ଟକର ହୋଇ ପଡ଼ିବ ବୋଲି ଗ୍ରାମବାସୀ କହିଛନ୍ତି। ଦାବିପତ୍ରରେ ଫୁଲଜାନ ଲୁଗୁନ, ଗୀତା ବାରଜ, ଅର୍ଜୁନ ବାରଜ, ତିର୍ଥ ଲୁଗୁନ, ପ୍ରମୋଦ ବାରଜ, ସରୋଜ ବାରଜ, ସାନିଆର ଲୁଗୁନ, ଶ୍ରାବଣୀ ବାରଜଙ୍କ ସମେତ ଗ୍ରାମବାସୀ ମାନଙ୍କର ଦସ୍ତଖତ ରହିଛି।

Hot this week

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

Related Articles

Popular Categories