www.samajalive.in
Tuesday, December 9, 2025
15.1 C
Bhubaneswar

ଫ୍ରାଇଡେ ରିଲିଜ୍‍: ୩ଟି ବଲିଉଡ଼ ଚଳଚ୍ଚିତ୍ର ମଧ୍ୟରେ କଡ଼ା ଟକ୍କର

ମୁମ୍ବଇ: ଫ୍ରାଇଡେ ରିଲିଜ୍‌ରେ ବକ୍ସ ଅଫିସରେ ୩ଟି ବଲିଉଡ଼ ଚଳଚ୍ଚିତ୍ର ମଧ୍ୟ କଡ଼ା ଟକ୍କର ଦେଖିବାକୁ ମିଳିଛି। ଗୋଟିଏ ହେଉଛି, ‘ହୋଟେଲ ମୁମ୍ବଇ’ ଆଉ ଗୋଟିଏ ‘କମାଣ୍ଡୋ-୩’ ଏବଂ ଅନ୍ୟଟି ‘ୟେ ଶାଲି ଆଶିକୀ’।
୨୬/୧୧ ମୁମ୍ବଇ ଆକ୍ରମଣ ଉପରେ ଆଧାରିତ ଚଳଚ୍ଚିତ୍ର ହେଉଛି ‘ହୋଟେଲ ମୁମ୍ବଇ’। ଏଥିରେ ଅନୁପମ ଖେର୍‍, ଦେବ ପଟେଲ, ଅମନଦୀପ ସିଂହ, ମନୋଜ ମେହେରା, ସୁହେଲ ନାୟର ଓ ଅଦିତୀ କଲ୍‍କୁଣ୍ଟେ ପ୍ରମୁଖ କଳାକାର ଅଭିନୟ କରିଛନ୍ତି। ଆନ୍ଥୋନୀ ମାରସ ଏହାର ନିର୍ଦ୍ଦେଶନା ଦେଇଛନ୍ତି।
ସେହିପରି ‘କମାଣ୍ଡୋ’ ସିରିଜ୍‍ର ତୃତୀୟ ଚଳଚ୍ଚିତ୍ର ହେଉଛି ‘କମାଣ୍ଡୋ-୩’। ବିତ୍ୟୁତ ଜାମୱାଲ ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ବେଳେ ଅଦା ଶର୍ମା ତାଙ୍କ ନାୟିକା ଭାବେ ନଜର ଆସିଛନ୍ତି। ଏମାନଙ୍କ ବ୍ୟତୀତ ଗୁଲଶନ୍‍ ଦେଭୈଆ, ଅଙ୍ଗିରା ଧର, ସୁମିତ ଠାକୁର ଓ ମାର୍କ ବେନିଙ୍ଗ୍‍ଟନ୍‍ ପ୍ରମୁଖ କଳାକାରଙ୍କୁ ମଧ୍ୟ ଏଥିରେ ଦେଖିବାକୁ ମିଳିଛି। ଆଦିତ୍ୟ ଦତ୍ତ ଏହାର ନିର୍ଦ୍ଦେଶନା ଦେଇଛନ୍ତି।
ଅନ୍ୟପକ୍ଷରେ ଅମରେଶ ପୁରୀଙ୍କ ନାତି ବର୍ଦ୍ଧନ ପୁରୀଙ୍କ ଅଭିନୀତ ପ୍ରଥମ ଚଳଚ୍ଚିତ୍ର ହେଉଛି ‘ୟେ ଶାଲି ଆଶିକୀ’, ଯାହା ଆଜି ମୁକ୍ତିଲାଭ କରିଛି। ତାଙ୍କ ସହ ନାୟିକା ଭୂମିକାରେ ଅଭିନୟ କରିଛନ୍ତି ଶିବଲୀକା ଓବରୟ। ଏହାର ନିର୍ଦ୍ଦେଶନା ଦେଇଛନ୍ତି ଚିରାଗ ରୂପାରେଲ।
ତେବେ କିଏ କାହା ଉପରେ ଭାରି ପଡ଼ୁଛି ତାହା ଦେଖିବା ବାକି ରହିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories