www.samajalive.in
Monday, December 15, 2025
26.1 C
Bhubaneswar

ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ, ୩ ଅଭିଯୁକ୍ତ ଅଟକ

ସମାଜ ଡିଜିଟାଲ ଡେସ୍କ: ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ପୁଲିସ ୩ ଜଣ ଅଭିଯୁକ୍ତଙ୍କୁ ଅଟକ ରଖିଛି। ଜଗତସିଂହପୁର ଜିଲା ଲକ୍‌ ଥାନା ଅଞ୍ଚଳରେ ଏହି ଘଟଣା ଘଟିଥିଲା। ଛାତ୍ରୀ ଜଣକ ଟ୍ୟୁସନ ଯିବା ସମୟରେ ଅଭିଯୁକ୍ତମାନେ ତାଙ୍କୁ ଅସଦାଚରଣ କରିଥିଲେ। ନିୟମିତମାନେ ଅଭିଯୁକ୍ତମାନେ ଏଭଳି କରିବାରୁ ଛାତ୍ରୀଙ୍କ ପକ୍ଷରୁ ଗତ ଶୁକ୍ରବାର ରାତିରେ ଥାନାରେ ଏତଲା ଦିଆଯାଇଥିଲା।

ଅଭିଯୁକ୍ତମାନେ ଛାତ୍ରୀଙ୍କୁ ଅସଦାଚରଣ କରିବା ପରେ ଘଟଣା ବିଷୟରେ କାହାକୁ କିଛି ନ କହିବାକୁ ଧମକ ଦେଉଥିଲେ। ଏହା ପ୍ରଘଟ କଲେ ଦୁଷ୍କର୍ମ ସହିତ ଏସିଡ ଦ୍ଵାରା ଆକ୍ରମଣ କରିବାକୁ ମଧ୍ୟ ଧମକାଇଥିଲେ ବୋଲି ଛାତ୍ରୀ ଅଭିଯୋଗ କରିଥିଲେ। ଏହା ପରେ ପୁଲିସ ଛାତ୍ରୀଙ୍କ ବୟାନ ରେକର୍ଡ କରିଥିଲା। ତାହାକୁ ଆଧାର କରି ପୁଲିସ ଅଭିଯୁକ୍ତମାନଙ୍କୁ ଉଠାଇ ଆଣି ଥାନାରେ ଅଟକ ରଖି ପଚରାଉଚରା କରୁଥିବା ସୂଚନା ମିଳିଛି।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories