www.samajalive.in
Monday, December 15, 2025
26.1 C
Bhubaneswar

ଡୁଡୁମା ଜଳପ୍ରପାତରେ ଖସିପଡ଼ି ୟୁଟ୍ୟୁବର ନିଖୋଜ

ସମାଜ ଡିଜିଟାଲ ଡେସ୍କ: କୋରାପୁଟ ଜିଲାର ଡୁଡୁମା ଜଳପ୍ରପାତରେ ଖସିପଡ଼ି ଜଣେ ୟୁଟ୍ୟୁବର ନିଖୋଜ ହୋଇଯାଇଛନ୍ତି। ସେ ହେଲେ ଗଞ୍ଜାମ ଜିଲା ବ୍ରହ୍ମପୁର ଅଞ୍ଚଳର ସାଗର ଟୁଡୁ। ଶନିବାର ସାଗର ଜଳପ୍ରପାତ ବୁଲିବାକୁ ଯାଇଥିବା ସମୟରେ ମନୋରମ ଦୃଶ୍ୟର ଭିଡିଓ ଉତ୍ତୋଳନ କରୁଥିଲେ। ଏହି ସମୟରେ ଡ୍ୟାମରୁ ଜଳ ନିଷ୍କାସନ ହୋଇଥିଲା। ପ୍ରବଳ ସ୍ରୋତରେ ପାଣି ମାଡ଼ିଆସିବାରୁ ସାଗରଙ୍କ ଗୋଡ଼ ଖସିଯାଇଥିଲା। ଫଳରେ​‌ ସେ ଖସି ପଡ଼ି ଜଳପ୍ରପାତରେ ଭାସିଯାଇଥିଲେ। ଏହା ପରେ ତାଙ୍କର ପତ୍ତା ମିଳି ନ ଥିଲା। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ସୂଚନା ମିଳିଛି।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories