www.samajalive.in
Sunday, December 7, 2025
26.1 C
Bhubaneswar

ବାତ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କଲେ ବୈଜୟନ୍ତ

ଭୁବନେଶ୍ୱର : ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ‘ଅମ୍ପନ’ ପ୍ରଭାବିତ କେନ୍ଦ୍ରାପଡ଼ା ଜିଲା ଗସ୍ତ କରିଛନ୍ତି। ସେ ସକାଳେ କେନ୍ଦ୍ରାପଡ଼ାର ଉପକୂଳ ଅଞ୍ଚଳ ରାଜନଗର ବ୍ଲକରେ ପହଞ୍ଚି ବାତ୍ୟା କ୍ଷୟକ୍ଷତି ଦେଖିଛନ୍ତି। ଈଶ୍ୱରପୁର ପଞ୍ଚାୟତର ପୁରୁଷୋତ୍ତମପୁର ଗାଁ ବୁଲି ବାତ୍ୟା କ୍ଷୟକ୍ଷତି ଦେଖିବା ସହ ପ୍ରଭାବିତ ଲୋକଙ୍କ ସହ ଆଲୋଚନା କରିଛନ୍ତି। ପରେ କେନ୍ଦ୍ରାପଡ଼ା ଜିଲାପାଳଙ୍କ ସହ ବାତ୍ୟା କ୍ଷୟକ୍ଷତି ଓ ପୁନରୁଦ୍ଧାର ନେଇ ଆଲୋଚନା କରିଥିଲେ। ଏହାସହ ସ୍ଥାନୀୟ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଭେଟି ସେମାନଙ୍କ ସହ ଆଲୋଚନା କରିଛନ୍ତି। ପରେ ସେ ଅନ୍ୟ ପ୍ରଭାବିତ ଅଞ୍ଚଳ ଯାଇଛନ୍ତି। ବୈଜୟନ୍ତଙ୍କ ସହ ପୂର୍ବତନ ବିଧାୟକ ଅଲେଖ ଜେନା, ବିଜେପି ଜିଲ୍ଲା ସଭାପତି କିଶୋର ପଣ୍ଡା, ଜିଲା ବିଜେପି ଯୁବ ସଭାପତି କୃଷ୍ଣଚନ୍ଦ୍ର ପଣ୍ଡା ପ୍ରମୁଖ ଆସିଥିଲେ।

ବାତ୍ୟା ‘ଅମ୍ପନ’ ପ୍ରଭାବରେ ଆସିଥିବା ଜୁଆରରେ ସମୁଦ୍ରର ଲୁଣା ପାଣି ରାସ୍ତା ଡେଇଁ ପୁରୁଷୋତ୍ତମପୁର ଗାଁରେ ପଶିଥିଲା। ଫଳରେ ଗାଁରେ ବହୁ କଚ୍ଚା ଘର ଭାଙ୍ଗି ଯାଇଛି। ଏପରିକି ଚାଷ ଜମିରେ ଲୁଣା ପାଣି ଜମି ରହିଛି। ପାଣି ନିଷ୍କାସନ କରାନଗଲେ ଜମି ଚାଷ ଉପଯୋଗୀ ରହିପାରିବ ନାହିଁ। ତେଣୁ ଲୁଣାପାଣି ନିଷ୍କାସନ କରିବାକୁ ଗାଁ ଲୋକେ ଦାବି କରିଛନ୍ତି। ଏହି ଦୈବୀ ଦୁର୍ବିପାକ ସମୟରେ ବୈଜୟନ୍ତ ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କ ସୁଖଦୁଃଖ ବୁଝୁ ଥିବାରୁ ସ୍ଥାନୀୟ ଲୋକେ ବେଶ ପ୍ରଶଂସା କରିଥିଲେ।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories