www.samajalive.in
Sunday, December 7, 2025
14.1 C
Bhubaneswar

ଭାରତରେ କୋଭିଡର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଶିଖରରେ ପହଞ୍ଚିଛି: କେମ୍ବ୍ରିଜ ରିପୋର୍ଟ

ନୂଆଦିଲ୍ଲୀ: ଭାରତରେ କୋଭିଡ-୧୯ର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଶିଖରରେ ପହଞ୍ଚିଛି। କେମ୍ବ୍ରିଜ ଜଜ୍‍ ବିଜନେସ ସ୍କୁଲ ଏବଂ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଇକୋନୋମିକ୍ସ ଆଣ୍ଡ ସୋସିଆଲ ରିସର୍ଚ୍ଚର ଗବେଷକମାନଙ୍କ ଦ୍ୱାରା ବିକଶିତ କରାଯାଇଥିବା ଏକ ନୂଆ ଟ୍ରାକର ରିପୋର୍ଟରୁ ଏହା ଜଣାଯାଇଛି। କିନ୍ତୁ ଭାରତର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ନୂଆ ସଂକ୍ରମଣ ସ୍ଥିତିରେ ଯଥେଷ୍ଟ ପାର୍ଥକ୍ୟ ରହିଛି। ଆସାମ, ହିମାଚଳପ୍ରଦେଶ, ତାମିଲନାଡୁ, ତ୍ରିପୁରା ଆଦି ରାଜ୍ୟରେ ଗତ ଦୁଇ ସପ୍ତାହ ଧରି ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ବୋଲି ଗବେଷଣା ରିପୋର୍ଟରେ କୁହାଯାଇଛି।
ଦେଶରେ ପ୍ରତିଦିନ ନୂଆ ସଂକ୍ରମଣକୁ ନେଇ ସରକାରୀ ଯେଉଁ ରିପୋର୍ଟ ପ୍ରକାଶ ପାଉଛି ତାହାକୁ ଆଧାର କରି ଏବଂ ଅନ୍ୟ ବିଶେଷଜ୍ଞମାନଙ୍କ ଆକଳନ ଅନୁଯାୟୀ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଚଳିତ ମାସ ୭ ତାରିଖରେ ଭାରତରେ ଦୈନିକ ସଂକ୍ରମଣ ସଂଖ୍ୟା ୪,୧୪,୧୮୮ରେ ପହଞ୍ଚିଥିଲା, ଯାହା ଗତବର୍ଷ ଆମେରିକାରେ ପରିଲକ୍ଷିତ ଦୈନିକ ସର୍ବାଧିକ ସଂଖ୍ୟକ ସଂକ୍ରମଣଠାରୁ ମଧ୍ୟ ପ୍ରାୟ ୩୨% ଅଧିକ। କିନ୍ତୁ ସେହି ସମୟରେ ଭାରତରେ ଯଥେଷ୍ଟ ସଂଖ୍ୟାରେ ନମୁନା ପରୀକ୍ଷା କରାଯାଉନାହିଁ। ଏଥିରେ କୁହାଯାଇଛି ଯେ ଦୈନିକ ସଂକ୍ରମଣ ସଂଖ୍ୟା ହ୍ରାସପାଇଲେ ମଧ୍ୟ ଦେନିକ ମୃତ୍ୟୁସଂଖ୍ୟା ୪ହଜାର ପାଖାପାଖି ରହିବ। ରିପୋର୍ଟରେ ଦର୍ଶାଯାଇଛି, ଭାରତରେ ଭୂତାଣୁର ଯେଉଁ ଭାରିଆଣ୍ଟ ଦେଖାଯାଉଛି ତାହାର ଉଚ୍ଚ ସଂକ୍ରମଣ କ୍ଷମତା ରହୁଥିବା ଲକ୍ଷ୍ୟ କରାଯାଇଛି ଏବଂ ଏହା କେତେକ ରୋଗ ପ୍ରତିରୋଧ ଶକ୍ତିର ଦକ୍ଷତାରେ ହ୍ରାସ ଘଟାଉଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତାହାର ସଦ୍ୟତମ ରିପୋର୍ଟରେ କହିଛି।

Hot this week

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

Related Articles

Popular Categories