କେରଳରେ ଦ୍ବିତୀୟ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ

ବିଦେଶ ଫେରନ୍ତାଙ୍କୁ ଯାଞ୍ଚ ପାଇଁ କେନ୍ଦ୍ରର ନିର୍ଦେଶ

କନ୍ନୌର : ସୋମବାର କେରଳରେ ଆଉ ଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ଏହା ଦ୍ବିତୀୟ ମଙ୍କିପକ୍ସ ସଂକ୍ରମଣ। ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର କହିବା ଅନୁଯାୟୀ କନ୍ନୌର ଜିଲାରେ ଏହି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଂକ୍ରମିତ ୩୧ବର୍ଷର ଯୁବକ ନିକଟରେ ଦୁବାଇରୁ ଫେରିଥିଲେ । ତାଙ୍କୁ ଏବେ ପାରିୟାରାମ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ବିଶେଷଙ୍କ ସ୍ବାସ୍ଥ୍ୟ ପରୀକ୍ଷା ସହିତ ନମୁନା ଯାଞ୍ଚ ନିମନ୍ତେ ପଠାଯାଇଥିବା ସ୍ବାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ କହିଛନ୍ତି। କେରଳରେ ମଙ୍କିପକ୍ସ ସଂକ୍ରମଣକୁ ନେଇ ରାଜ୍ୟ ଓ ଦେଶରେ ସତର୍କତା ଜାରି କରାଯାଇଛି। ଏହା ସହିତ ବିଦେଶରୁ ଫେରୁଥିବା ପ୍ରତ୍ୟେକ ଯାତ୍ରୀଙ୍କ ବିମାନବନ୍ଦର ଓ ବନ୍ଦରଗୁଡିକରେ ସ୍ବାସ୍ଥ୍ୟ ଯାଞ୍ଚ କରିବାକୁ କେନ୍ଦ୍ର ସରକାର ନିର୍ଦେଶ ଦେଇଛନ୍ତି। ଜୁଲାଇ ୧୪ରେ କେରଳର କୋଲାମ ଜିଲାରେ ପ୍ରଥମ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହା ଦେଶର ପ୍ରଥମ ମଙ୍କିପକ୍ସ ସଂକ୍ରମଣ।

kalyan agarbati

Comments are closed.