www.samajalive.in
Saturday, December 6, 2025
14.1 C
Bhubaneswar

ବଦଳିବ ଦ୍ୱିତୀୟ ପାନ ଟିକାକରଣ ନିୟମ

ଭୁବନେଶ୍ୱର: ରାଜ୍ୟ ତଥା ଦେଶରେ ‘କୋଭିସିଲଡ’ ଟିକାର ଅଭାବକୁ ନେଇ ବାରମ୍ବାର ଟିକାକରଣ ନିୟମରେ ପରିବର୍ତ୍ତନ ହେଉଛି। ପୂର୍ବରୁ ପ୍ରଥମ ପାନ ଟିକା ନେଇଥିବା ହିତାଧିକାରୀଙ୍କୁ ୬ରୁ ୮ ସପ୍ତାହରେ ଦ୍ୱିତୀୟ ପାନ ଟିକା ଦେବାପାଇଁ ଭାରତ ସରକାରଙ୍କ ମାର୍ଗଦର୍ଶିକା ରହିଥିବାବେଳେ ପରେ ଏହାକୁ ୧୨ରୁ ୧୬ ସପ୍ତାହକୁ ବଢ଼ାଯାଇଥିଲା। ଖାଲି ଏତିକି ନୁହେଁ ଦୁଇଦିନ ତଳେ ୮୪ଦିନ ପୂର୍ବରୁ କେହି ଦ୍ୱିତୀୟ ପାନ ଟିକା ନେଇ ପାରିବେ ନାହିଁ, ଯେଉଁମାନେ ପଞ୍ଜୀକରଣ କରିଥିଲେ ତାକୁ ମଧ୍ୟ ବାତିଲ କରାଯିବାକୁ ନିର୍ଦେଶ ଦିଆଯାଇଥିଲା। ‘କୋ-ୱିନ୍‍’ ପୋର୍ଟାଲରେ ପୁନଃ ତାରିଖ ପାଇଁ ବ୍ୟବସ୍ଥା କରିବାକୁ କୁହାଯାଇଥିଲା। ଏନେଇ ‘ସମାଜ’ରେ ହିତାଧିକାରୀଙ୍କ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏ ସମ୍ପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରବିବାର ଏକ ସଂଶୋଧିତ ନିର୍ଦେଶନାମା ଜାରି କରିଛି।

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ବିକାଶ ସିଲ୍‍ ଦର୍ଶାଇଛନ୍ତି ଯେ ଯେଉଁ ହିତାଧିକାରୀଙ୍କ ପଞ୍ଜୀକରଣ ଦ୍ୱିତୀୟ ପାନ ପାଇଁ ହୋଇସାରିଛି ତାହା ଅପରିବର୍ତ୍ତିତ ରହିବ। ଏମିତିକି ସମ୍ପୃକ୍ତ ବ୍ୟକ୍ତିଙ୍କ ପଞ୍ଜୀକରଣ ‘କୋ-ୱିନ୍‍’ ପୋର୍ଟାଲରୁ ବାତିଲ ନକରିବା ପାଇଁ ଶ୍ରୀ ସିଲ୍‍ ସ୍ପଷ୍ଟ ଭାବେ ସବୁ ରାଜ୍ୟ ସରକାରଙ୍କୁ ନିର୍ଦେଶନାମା ଜାରି କରିଛନ୍ତି। ଯଦି ‘କୋ-ୱିନ୍‍’ ପୋର୍ଟାଲରେ ସମ୍ପୃକ୍ତ ହିତାଧିକାରୀଙ୍କ ପଞ୍ଜୀକରଣ ବାତିଲ ହୋଇଯାଇଛି ଏବଂ ସେ ୮୪ଦିନ ପୂର୍ବରୁ ଟିକା ନେବାକୁ ଚାହୁଁଛନ୍ତି ତେବେ ସେ ପୁନର୍ବାର ପଞ୍ଜୀକରଣ କରିପାରିବେ। ଏଥିପାଇଁ ‘କୋ-ୱିନ୍‍’ ପୋର୍ଟାଲରେ ବ୍ୟବସ୍ଥା କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଦର୍ଶାଇଛନ୍ତି। ଏହାକୁ ନେଇ ଖୁବ୍‌ଶୀଘ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ଦ୍ୱିତୀୟ ପାନ ଟିକାକରଣର ସଂଶୋଧିତ ନିୟମାବଳୀ ଜାରି କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜଣାପଡ଼ିଛି। ତେବ ୨ୟ ପାନ ପାଇଁ ପଞ୍ଜୀକରଣ କରିନଥିବା ହିତାଧିକାରୀ ୮୪ ଦିନ ପରେ ଟିକା ନେବା ପାଇଁ ଯୋଗ୍ୟ ହେବେ ବୋଲି ଜଣାପଡ଼ିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories