www.samajalive.in
Saturday, December 6, 2025
14.1 C
Bhubaneswar

ବଡ଼ବିଲରୁ ଦ୍ଵିତୀୟ କରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ

ବଲାଣି: କେନ୍ଦୁଝର ଜିଲ୍ଲା ବଡବିଲରେ ଦ୍ଵିତୀୟ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସମ୍ପୃକ୍ତ ବ୍ୟକ୍ତିଙ୍କ ଘର ବଡବିଲ ଅଞ୍ଚଳରେ ହୋଇଥିବା ବେଳେ ତାଙ୍କ ବୟସ ୨୫ ବର୍ଷ। ସେ ଆନ୍ଧ୍ରପ୍ରଦେଶର ହାଇଦ୍ରାବାଦସ୍ଥିତ ଏକ କମ୍ପାନୀରେ କାମ କରୁଥିଲେ। ସେ ହାଇଦ୍ରାବାଦରୁ ଉକ୍ତ କମ୍ପାନୀର ଏକ ସ୍ବତନ୍ତ୍ର ବସ୍  ଯୋଗେ ଓଡିଶା ପହଞ୍ଚିଥିଲେ। ପାଣିକୋଇଲିରୁ ଏକ ଟ୍ରକ୍ ଯୋଗେ ବଡବିଲକୁ ଫେରିଥିଲେ। ପରେ ତାଙ୍କୁ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟସ୍ଥିତ କ୍ବାରେଣ୍ଟାଇନ ସେଣ୍ଟରକୁ ନିଆଯାଇଥିଲା।

୩୦ ତାରିଖରେ ତାଙ୍କର ସ୍ବାବ୍ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା। ଗତ କାଲି ସନ୍ଧ୍ୟାରେ ତାଙ୍କର ରିପୋର୍ଟ  ପଜିଟିଭ ଆସିଥିବା ଜଣାପଡିଛି। ତାଙ୍କୁ ତୁରନ୍ତ କେନ୍ଦୁଝରସ୍ଥିତ କୋଭିଡ ହସପିଟାଲକୁ ପଠାଯାଇଥିବା ସୂଚନା ମିଳିଛି। ଚିହ୍ନଟ ରୋଗୀଙ୍କ ଭ୍ରମଣ ଇତିହାସ ତଥା ମିଳାମିଶା ଉପରେ ଅନୁଧ୍ୟାନ କରିଯାଉଛି। ସେହିପରି ଚମ୍ପୁଆ ବ୍ଲକ ନିଶାଗଡ଼ିଆରୁ ଜଣେ ତାମିଲନାଡୁ ଫେରନ୍ତା ଯେକି କ୍ଵାରେଣ୍ଟାଇନରେ ଥିଲେ ତାଙ୍କର ପଜିଟିଭ ବାହାରିଛି ଯାହାଙ୍କୁ କୋଭିଡ ମେଡ଼ିକାଲକୁ ପଠାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories