ମାଲକାନଗିରିରେ ୨୯ ବିଏସଏଫ ଯବାନ କରୋନା ସଂକ୍ରମିତ ଚିହ୍ନଟ
ବିଏସଏଫ ଯବାନଙ୍କ ସହ ଆଜି ମାଲକାନଗିରିରୁ ୩୬ ପଜିଟିଭ୍ ଚିହ୍ନଟ
ମାଲକାନଗିରି : ମଙ୍ଗଳବାର ରାଜ୍ୟରେ ଚିହ୍ନଟ ହୋଇଥିବା ୨୦୬ ଜଣ କରୋନା ସଂକ୍ରମିତଙ୍କ ମଧ୍ୟରେ ମାଲକାନଗିରି ଜିଲାରୁ ସର୍ବାଧିକ ୩୬ ଜଣ ଆକ୍ରାନ୍ତ ରହିଛନ୍ତି । ତେବେ ମାଲକାନଗିରିରୁ ଚିହ୍ନଟ ୩୬ ଜଣଙ୍କ ମଧ୍ୟରେ ୨୯ ଜଣ ବିଏସଏଫ ଯବାନ ରହିଥିବା ଜଣାପଡିଛି। ଏନେଇ ମାଲକାନଗିରିରୁ ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଟ୍ବିଟ୍ ଯୋଗେ ସୂଚନା ଦେଇଛନ୍ତି ।
4(Four)cases detected from the same TMC of MV-07 returnee of Tamilnadu & New Delhi.
Similarly, another 3 cases detected from Home quarantine of MV-12 of Korukonda Block retrunee of New Delhi.
Active contact tracing is being conducted.— COLLECTOR MALKANGIRI (@dm_malkangiri) June 30, 2020
ଜିଲାପାଳଙ୍କ ସୂଚନା ଅନୁସାରେ ବିହାର, ଝାଡଖଣ୍ଡ, କର୍ଣ୍ଣାଟକ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ରାଜସ୍ଥାନ, ତ୍ରିପୁରା, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗରୁ ଡ୍ୟୁଟିରୁ ଫେରିଥିବା ୨୯ ବିଏସଏଫ ଯବାନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କୁ ମାଲ୍ୟବନ୍ତ ବାଳକ ହଷ୍ଟେଲ, ଜୁନିଅର ସାଇନ୍ସ କଲେଜ ଏବଂ ବାଳିକା ହଷ୍ଟେଲରେ ରଖାଯାଇଛି।
ସେହିପରି ଅନ୍ୟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଚାରିଜଣ ଏମଭି-୭ ଅଞ୍ଚଳର ଅସ୍ଥାୟୀ ଚିକିତ୍ସା କେନ୍ଦ୍ର (ଟିଏମସି)ରୁ ଚିହ୍ନଟ କରାଯାଇଥିଲା। ଯେଉଁମାନେକି ନିକଟ ଅତୀତରେ ତାମିଲନାଡୁ ଏବଂ ନୂଆଦିଲ୍ଲୀରୁ ଫେରିଥିଲେ। କୋରୁକୋଣ୍ଡା ବ୍ଲକର ଏମଭି -୧୨ରୁ ଅନ୍ୟ ୩ ଜଣଙ୍କୁ ଚିହ୍ନଟ କରାଯାଇଛି । ସେମାନେ ନୂଆଦିଲ୍ଲୀରୁ ଫେରି ହୋମ୍ କ୍ୱାରେଣ୍ଟାଇନରେ ଥିଲେ।
Comments are closed.