ଡେସ୍କ: ପାକିସ୍ତାନରେ ୨୦୨୪ର ପ୍ରଥମ ୨ ମାସରେ ଅତି କମରେ ୨୬ ଜଣଙ୍କୁ ଅପରାଧୀମାନେ ହତ୍ୟା କରିଥିବା ଜଣାପଡିଛି। ସିନ୍ଧ ପୁଲିସ ବିଭାଗ ପକ୍ଷରୁ ଅନେକ ନୀତି ପ୍ରଣୟନ ସତ୍ତ୍ୱେ ଏହି ସଂଖ୍ୟା ବଢ଼ିବାରେ ଲାଗିଛି। ରାସ୍ତାକଡ଼ରେ ଅପରାଧୀଙ୍କ ଦ୍ୱାରା ହତ୍ୟା କରାଯାଇଥିବା ୨୬ ଜଣଙ୍କ ମଧ୍ୟରୁ ଜଣେ ନାବାଳିକା ମଧ୍ୟ ଅଛନ୍ତି। ବିଶେଷ କରି ସମ୍ପୃକ୍ତ ଏସ୍ଏଚ୍ଓମାନଙ୍କୁ ଚାକିରିରୁ ବହିଷ୍କାର କରିବା ପାଇଁ ଏହି ଅପରାଧର ଶିକାର ହୋଇଥିବା ବ୍ୟକ୍ତି ଓ ସେମାନଙ୍କ ପରିବାର ଲୋକେ ଦାବି କରିଛନ୍ତି। ବିଶେଷ କରି ଫୋନ୍, କାର୍ ଓ ମୋଟରସାଇକେଲ୍ ଛଡ଼ାଇ ନେବା ଘଟଣା କରାଚିରେ ଅଭୂତପୂର୍ବ ବୃଦ୍ଧି ଘଟିଛି। ପର୍ଯ୍ୟବେକ୍ଷକଙ୍କ ମତରେ ପୁଲିସ ବିଭାଗରେ ରାଜନୈତିକ ହସ୍ତକ୍ଷେପ ଯୋଗୁଁ ପୁଲିସର ଅଭାବ ଯୋଗୁଁ ରାସ୍ତାରେ ଅପରାଧ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ସେମାନଙ୍କ ମତରେ ବଢୁଥିବା ପୁଲିସ ଆହ୍ବାନର ମୁକାବିଲା ପାଇଁ ସରକାର ଯୋଗ୍ୟତା ଆଧାରରେ ପାଖାପାଖି ୫୦ ହଜାର ଅଧିକାରୀଙ୍କୁ ସାମିଲ କରିବାର ଆବଶ୍ୟକତା ରହିଛି।
Popular Categories



