ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ । ରବିବାର ୧୧୦ତମ ମନ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ। ଆଜିର କାର୍ଯ୍ୟକ୍ରମରେ ଓଡିଆ ଦମ୍ପତ୍ତି ସ୍ଥାନ ପାଇଛନ୍ତି। କଳାହାଣ୍ଡିର ଜୟନ୍ତୀ ମହାପାତ୍ର ଓ ତାଙ୍କ ସ୍ବାମୀ ବୀରେନ୍ ସାହୁଙ୍କୁ ପ୍ରଶଂସା କରାଯାଇଛି। ଉଭୟେ ବେଙ୍ଗାଲୁରୁରେ ମ୍ୟାନେଜ୍ମେଣ୍ଟରେ ଉଚ୍ଚ ଶିକ୍ଷିତ। ଉଚ୍ଚ ଶିକ୍ଷିତ ହୋଇ ବି ଛେଳି ପାଳନ କରି ଉଦାହରଣ ସୃଷ୍ଟି କରିଛନ୍ତି। ନିଜେ ସଶକ୍ତ ହେବା ସହ ସାଥୀ ଗ୍ରାମବାସୀ ମାନଙ୍କୁ ମଧ୍ୟ ସଶକ୍ତ କରିଛନ୍ତି। ମାଣିକସ୍ତୁ ଗୋଟ୍ ବ୍ୟାଙ୍କ୍ କରି ଅନ୍ୟମାନଙ୍କୁ ସହାୟକ ହେଉଛନ୍ତି। କଳାହାଣ୍ଡି ସାଲେଭଟା ଗାଁରୁ ଆସି ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି। ୫୦ଟି ଗାଁର ପ୍ରାୟ ୧ ହଜାର ଲୋକ ସେମାନଙ୍କ ଦ୍ବାରା ଉପକୃତ ହୋଇଛନ୍ତି।
Popular Categories



