www.samajalive.in
Saturday, December 6, 2025
15.1 C
Bhubaneswar

ଟ୍ରକ୍ ମାଲିକ ସଂଘ ପକ୍ଷରୁ କେନ୍ଦୁଝର ବନ୍ଦ ପାଳନ

କେନ୍ଦୁଝର ସଦର : ସୋମବାର କେନ୍ଦୁଝର ବନ୍ଦ। କେନ୍ଦୁଝର ଟ୍ରକ୍ ମାଲିକ ସଂଘ ବନ୍ଦ ପାଳନ କରୁଛି। ସକାଳୁ ସକାଳୁ କେନ୍ଦୁଝର ଷ୍ଟେସନରେ ଟ୍ରକ୍ ମାଲିକ ସଂଘର କର୍ମକର୍ତ୍ତାମାନେ ଆନ୍ଦୋଳନ କରୁଛନ୍ତି। କେନ୍ଦୁଝର ଶୁଆକାଠିସ୍ଥିତ ଓଏମସି ଗନ୍ଧମାର୍ଦ୍ଦନ ମାଇନ୍ସଠାରୁ ଗୁହାଳଡିହି ରେଲୱେ ସାଇଟିଂ ପର୍ଯ୍ୟନ୍ତ ରେଳ ଲାଇନ ପ୍ରକଳ୍ପକୁ ବିରୋଧ କରି ଟ୍ରକ ମାଲିକ ସଂଘ ଆନ୍ଦୋଳନକୁ ଓହ୍ଲାଇଛି।  ସୋମବାର ସକାଳ ୬ ଟାରୁ ମଙ୍ଗଳବାର ସକାଳ ୬ ଟା ପର୍ଯ୍ୟନ୍ତ ୨୪ ଘଣ୍ଟିଆ କେନ୍ଦୁଝର ଜିଲ୍ଲା ବନ୍ଦ ପାଳନ କରାଯାଉଛି। ହେଲେ ଆମ୍ବୁଲାନ୍ସ,କ୍ଷୀର ଗାଡି,ଔଷଧ ଦୋକାନ ଆଦି ଜରୁରୀକାଳୀନ ସେବା କୁ ଏହି ବନ୍ଦ ରୁ ବାଦ ଦିଆଯାଇଛି । ସକାଳୁ ସକାଳୁ ଶହ ଶହ ଟ୍ରକ ମାଲିକ ମାନେ କେନ୍ଦୁଝରଗଡ ରେଳ ଷ୍ଟେସନ ଠାରେ ପିକେଟିଂ କରୁଥିବା ଦେଖିବାକୁ ମିଳିଛି।   ସକାଳ ୬ ଟା ରେ ଛାଡ଼ିବାକୁ ଥିବା କେନ୍ଦୁଝରଗଡ- ଖୋର୍ଦ୍ଧା ରୋଡ଼ ପାସେଞ୍ଚର ଓ ମାଲବାହୀ ଟ୍ରେନ ଷ୍ଟେସନ ରେ ଟ୍ରକ ମାଲିକ ମାନେ ଅଟକ ରଖିଛନ୍ତି । ଜିଲା ଦେଇ ଯାଇଥିବା ୪୯ ଓ ୨୦ ନମ୍ବର ଜାତୀୟ ରାଜପଥ ର ବିଭିନ୍ନ ସ୍ଥାନରେ ଟ୍ରକ ମାଲିକ ମାନେ ପିକେଟିଂ କରୁଛନ୍ତି। ଫଳରେ ଏଥିରେ ଚଳାଚଳ କରୁଥିବା ଶହ ଶହ ସଂଖ୍ୟାରେ ଯାନ ବାହାନ ରାସ୍ତାରେ ଅଟକି ରହିଛି । ସହରର ସମସ୍ତ ଦୋକାନ ବଜାର , ପରିବା ବଜାର , ପେଟ୍ରୋଲ ପମ୍ପ , ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଆଦି ବନ୍ଦ ଥିବା ଦେଖିବାକୁ ମିଳିଛି । ସେପଟେ ଏହି ବନ୍ଦ କୁ ଘରୋଇ ବସ ସଂଘ ସମର୍ଥନ କରୁଥିବା ରୁ ଜିଲା ରେ ବସ ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିଛି ।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories