www.samajalive.in
Sunday, December 7, 2025
26.1 C
Bhubaneswar

ଭୁଷୁଣ୍ଡୁପାଳ ଗ୍ରାମ୍ୟ ରାସ୍ତାରେ ଯୁବତୀକୁ ନୃଶଂସ ହତ୍ୟା, ସାଇଣ୍ଟିଫିକ୍ ଟିମ୍ ଓ ଅନୁସନ୍ଧାନୀ କୁକୁରର ତଦନ୍ତ ଆରମ୍ଭ

ଭଞ୍ଜନଗର: ବେଲଗୁଣ୍ଠା-ଜଗନ୍ନାଥପ୍ରସାଦ ରାସ୍ତାର ଭୁଷୁଣ୍ଡୁପାଳ ଗ୍ରାମ ଛକ ଠାରୁ ମାତ୍ର ୧୦୦ ମିଟର ଦୂର ଗ୍ରାମ୍ୟ ରାସ୍ତା ପାର୍ଶ୍ବରେ ଥିବା ଧାନ କ୍ଷେତରେ ଜଣେ ଯୁବତୀଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା। ମୃତ ଯୁବତୀଙ୍କ ପରିଚୟ ମିଳି ନ ଥିବାବେଳେ ତାଙ୍କ ବୟସ ପ୍ରାୟ ୨୫ ବର୍ଷ ହେବ ବୋଲି ଜଗନ୍ନାଥପ୍ରସାଦ ପୁଳିସ୍ ପ୍ରକାଶ କରିଛି। ଗତ ରାତିରେ ଏହି ଯୁବତୀଙ୍କୁ କିଛି ଦୁବୃର୍ତ୍ତ କୌଣସି ସ୍ଥାନରେ ହତ୍ୟା କରି ଏଠାକୁ ଆଣି ଫିଙ୍ଗି ଦେଇ ଚାଲି ଯାଇଥିବା ଅନୁମାନ କରାଯାଉଛି। ମୃତ ଯୁବତୀ ଜଣଙ୍କ ଜିନ୍ ପ୍ୟାଣ୍ଟ ଓ ଟି-ସାର୍ଟ ପିନ୍ଧିଥିବା ବେଳେ ପେଟ ଫୁଲି ନାକରୁ ରକ୍ତ ବାହାରିଥିବା ଦେଖାଯାଇଥିଲା। ଯୁବତୀଙ୍କୁ କେହି ତଣ୍ଟି ଚିପି ଶ୍ୱାସ ରୁଦ୍ଧ କରି ହତ୍ୟା କରାଯାଇଥିବାର ସନ୍ଦେହ କରାଯାଇଛି।

ବୁଧବାର ସକାଳେ ଏହି ଗ୍ରାମ୍ୟ ରାସ୍ତାରେ ଳୋକେ ଯାତାୟତ କରିବା ବେଳେ ଏପରି ଅଭାବନୀୟ ଘଟଣା ଦେଖି ପୁଲିସରେ ଖବର ଦେଇଥିଲେ। ଏହି ସମୟରେ ରାସ୍ତାରେ ଯାତାୟତ କରୁଥିବା ସାଧାରଣ ଳୋକଙ୍କ ସମେତ ଆଖପାଖ ଗ୍ରାମର ବହୁ ସଂଖ୍ୟରେ ଲୋକ ରୁଣ୍ଡ ହୋଇ ଏହି ଅଭାବନୀୟ ଦୃଶ୍ୟ ଦେଖିଥିଲେ। ପୁଲିସ୍ ପ୍ରଥମେ ମୃତ ଯୁବତୀଙ୍କୁ ଜଣେ କିନ୍ନରଙ୍କ ମୃତଦେହ ବୋଲି ସନ୍ଦେହ କରିଥିଲା। ଫଳରେ କବିସୂର୍ଯ୍ୟନଗର ସମେତ ବିଭିନ୍ନ ସ୍ଥାନରୁ କିନ୍ନରମାନଙ୍କୁ ଡାକି ଏହାକୁ ଚିହ୍ନଟ କରାଯିବାର ପ୍ରୟାସ ହୋଇଥିଲା। କିନ୍ତୁ ବିଶେଷ ଅନୁଧ୍ୟାନ ପରେ ପ୍ରକୃତରେ ତାହା କିନ୍ନର ନୁହେଁ, ଜଣେ ଯୁବତୀ ବୋଲି ଜଣାପଡିଥିଲା। ଏହି ଅଜଣା ଯୁବତୀଙ୍କ ମୃତ୍ୟୁ ସମ୍ପର୍କରେ ପ୍ରକୃତ କାରଣ ଜଣାପଡି ନାହିଁ। ଅଧିକ ତଦନ୍ତ ପାଇଁ ଛତ୍ରପୁରରୁ ସାଇଣ୍ଟିଫିକ୍ ଟିମ୍, ଓ ଅନୁସନ୍ଧାନୀ କୁକୁର ଆସି ତଦନ୍ତ କରି ଫେରିଥିଲେ। ଅନୁଧ୍ୟାନକାରୀ ଟିମ୍ ମୃତ ଶରୀରକୁ ତନ୍ନ ତନ୍ନ କରି ତଦନ୍ତ କରିଥିବା ବେଳେ ଅନୁସନ୍ଧାନୀ କୁକୁର ମଧ୍ୟ ଏହାର ପରିପାର୍ଶିକ ସ୍ଥିତିକୁ ଅନୁଧ୍ୟନ କରିଥିଲା। ଭଞ୍ଜନଗର ଏସ୍‌ଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ କରି ଫେରିଛନ୍ତି। ପରେ ମୃତ ଯୁବତୀଙ୍କ ଶରୀରର ବ୍ୟବଛଦ ନିମନ୍ତେ ଭଞ୍ଜନଗର ଉପଖଣ୍ଡିୟ ସରକାରୀ ହାସପିଟାଲକୁ ଅଣାଯାଇଥିଲା।
ସୂଚନା ଯୋଗ୍ୟ ଯେ ମୃତ ଯୁବତୀଙ୍କ ଠିକଣା ଏ ପର୍ଯ୍ୟନ୍ତ ଜଣାପଡି ନ ଥିବା ବେଳେ ସେ କେଉଁ ପରିସ୍ଥିତିରେ ଘରୁ ଆସିଥିଲା ଏବଂ ତାଙ୍କୁ ହତ୍ୟା କରି ଭୁଷୁଣ୍ଡୁପାଳ ଗ୍ରାମ୍ୟ ରାସ୍ତାରେ ପିଙ୍ଗି ଦେବାର ରହସ୍ୟ ଆଦୌ ଜଣାପଡି ନାହିଁ। ଏହି ଅପରିଚିତ ଯୁବତୀଟିକୁ ଅନ୍ୟ କେଉଁଠି ଦୁବୃତ୍ତମାନେ ହତ୍ୟା କରି ଏଠାକୁ ଆଣି ଫିଙ୍ଗି ଦେଇ ଚମ୍ପଟ ମାରିଥିବାର ମଧ୍ୟ ସନ୍ଦେହ କରାଯାଇଛି। ମୃତ ଯୁବତୀଟର ଘର ଦୂରଦୁରାନ୍ତ ହୋଇଥାଇ ପାରେ ବୋଲି ସନ୍ଦେହ କରାଯାଇଛି। ଏହି ସଂକ୍ରାନ୍ତରେ ଗଂଜାମ ଜିଳ୍ଲା ସମେତ ରାଜ୍ୟର ସମସ୍ତ ଥାନାକୁ ଅବଗତ କରାଯାଇଛି ବୋଲି ଜଗନ୍ନାଥପ୍ରପସାଦ ପୁଲିସ୍ ପ୍ରକାଶ କରିଛି। ଏହି ଘଟଣା ଭଞ୍ଜନଗର ଓ ଜଗନ୍ନାଥପ୍ରସାଦ ଥାନା ଅଞ୍ଚଳରେ ଚହଳ ସୃଷ୍ଟି କରିଛି। ଶବ ବିବେଛଦ ରିପୋର୍ଟ ମିଳିବା ପରେ ଯୁବତୀଟିର ମୃତ୍ୟୁର ରହସ୍ୟ ଜଣାପଡିବ ବୋଲି ପୁଳିସ୍ ପ୍ରକାଶ କରିଛି।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories