www.samajalive.in
Friday, December 12, 2025
16.1 C
Bhubaneswar

‘ଆଠଗଡ ପ୍ରହରୀ’ର ବିଂଶତମ ସ୍ୱନକ୍ଷତ୍ର ଉତ୍ସବ

ଆଠଗଡ :  ପବିତ୍ର ମକର ସଂକ୍ରାନ୍ତି ଅବସରରେ ଆଠଗଡରୁ ପ୍ରକାଶିତ ସାପ୍ତାହିକ ଖବର କାଗଜ ‘ଆଠଗଡ ପ୍ରହରୀ’ର ଶୁକ୍ରବାର ବିଂଶତମ ସ୍ୱନକ୍ଷତ୍ର ଉତ୍ସବ  ବାଣୀକଣ୍ଠନଗରସ୍ଥିତ କାର୍ଯ୍ୟାଳୟରେ ନିରାଡମ୍ବର ଭାବେ ପାଳିତ ହୋଇଯାଇଛି। ମୁଖ୍ୟ ସଂପାଦିକା ନଳିନୀପ୍ରଭା ପଟ୍ଟନାୟକ ଏଥିରେ ପୌରୋହିତ୍ୟ କରିବା ସହ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିଲେ। ଅଧ୍ୟାପକ ଦିନେଶ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସ୍ୱନକ୍ଷତ୍ର ଉତ୍ସବରେ ସମ୍ମାନିତ ଅତିଥି ଭାବେ ପ୍ରଫୁଲ୍ଲ କୁମାର ପଟ୍ଟନାୟକ, ଭାଷ୍କର ଚନ୍ଦ୍ର ମିଶ୍ର, ଯଦୁନାଥ ପଟ୍ଟନାୟକ, ପ୍ରଶାନ୍ତ ପଟ୍ଟନାୟକ, ଶ୍ରୀନାଥ ରଥ, ଅଶୋକ ଦାଶ, ତ୍ରିଲୋଚନ ବେହେରା, ଅଧ୍ୟାପକ ରଞ୍ଜନ କୁମାର ମହାପାତ୍ର, ପ୍ରଦ୍ୟୁମ୍ନ ଦାଶ, ସନାତନ ରାୟ, ବିମ୍ବାଧର ରାଉତ, ପାର୍ଥସାରଥୀ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ‘ଆଠଗଡ ପ୍ରହରୀ’ ସମେତ ଅନ୍ୟ କ୍ଷୁଦ୍ର ସମ୍ବାଦପତ୍ର ଗୁଡିକ ବିଷୟରେ ନିଜର ଅନୁଭୁତି ଓ ମତାମତ ରଖିଥିଲେ। ସାମ୍ପ୍ରତିକ ସ୍ଥିତିରେ ଭାରତ ଭଳି ଗଣତାନ୍ତ୍ରିକ ରାଷ୍ଟରେ ଗଣତନ୍ତ୍ରକୁ ସୁଦୃଢ କରିବା ଏବଂ ସମାଜର ତଳସ୍ତରରେ ରହିଥିବା ଲୋକଙ୍କ ସ୍ୱର ଉତ୍ତୋଳନ କରିବା ଦିଗରେ କ୍ଷୁଦ୍ର ତଥା ଆଞ୍ଚଳିକ ସମ୍ବାଦ ପତ୍ର ଗୁଡିକର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ବକ୍ତାମାନେ ମତପ୍ରକାଶ କରିଥିଲେ। ଏହି ଅବସରରେ ପ୍ରତିଷ୍ଠାତା ସ୍ୱର୍ଗତ ନାରାୟଣ ଦାସଙ୍କ ଫଟୋଚିତ୍ରରେ ସାମୂହିକ ମାଲ୍ୟାର୍ପଣ କରାଯିବା ସହ ତାଙ୍କ ସ୍ମୃତିରେ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ସଂପାଦିକା ବବିତା ଦାସ ସଂପାଦକୀୟ ବିବରଣୀ ଉପସ୍ଥାପନ କରିଥିବାବେଳେ ପରିଚାଳକ ଶୈଳେନ୍ଦ୍ର କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories