www.samajalive.in
Friday, December 12, 2025
15.1 C
Bhubaneswar

ବେଳାଭୂମିକୁ ସଫାସୁତୁରା ରଖିବା ପାଇଁ ପର୍ଯ୍ୟଟକଙ୍କୁ ସଚେତନ କଲେ ଉପଜିଲ୍ଲାପାଳ

ଗୋପାଳପୁର: ବ୍ରହ୍ମପୁର ଉପଜିଲ୍ଲାପାଳ ଭି କୀର୍ତ୍ତି ଭାସନ ନିଜେ ଆଜି ଗୋପାଳପୁର ବେଳାଭୂମିରେ ଉପସ୍ଥିତ ରହି ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କୁ ବେଳାଭୂମିକୁ ସଫାସୁତୁରା ରଖିବା ପାଇଁ ସଚେତନ କରାଇବା ସହ ଅବ୍ୟବହୃତ ସାମଗ୍ରୀକୁ ଡଷ୍ଟବିନରେ‌ ପକାଇବା ନିମନ୍ତେ ଲୋକଙ୍କୁ କହୁଥିବା ଦେଖିବାକୁ ମିଳିଥିଲା। ଆଜି ମକର ସଂକ୍ରାନ୍ତି ସହ ପୋଗାଂଲ ପର୍ବ ଥିବାରୁ ଅପରାହ୍ନ ୩ଟା ପରଠାରୁ ଗୋପାଳପୁରରେ ପର୍ଯ୍ୟଟକଙ୍କ ଭିଡ଼ ବଢିବା ସହ ପ୍ରାୟ ୩୦ ହଜାର ଲୋକଙ୍କ ସମାଗମ ହୋଇଥିଲା। ଭିଡ଼କୁ ନିୟନ୍ତ୍ରିତ କରିବା ପାଇଁ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯିବା ସହ ସମସ୍ତ ଯାନବାହାନକୁ ବସଷ୍ଟାଣ୍ଡ ଛକଠାରେ ଅଟକାଯିବା ସହ ବସଷ୍ଟାଣ୍ଡ ପରିସରରେ ଗାଡି ପାର୍କିଂ କରାଯାଇଥିଲା। ସନ୍ଧ୍ୟା ସମୟରେ ନିଜେ ବ୍ରହ୍ମପୁର ଉପଜିଲ୍ଲାପାଳ ତଥା ଗୋପାଳପୁର ଏନଏସି ପ୍ରଶାସକ ଭି କୀର୍ତ୍ତି ଭାସନ ଗୋପାଳପୁରରେ ପହଞ୍ଚି ବେଳାଭୂମି ସମେତ ରାସ୍ତା କଡ଼ରେ ଥିବା ଉଠା ଦୋକାନୀମାନଙ୍କୁ ନିଜ ଦୋକାନ ୫ ମିଟର ପରିଧି ଅଞ୍ଚଳକୁ ସଫାସୁତୁରା ରଖିବା, ଦୋକାନ ସମ୍ମୁଖରେ ଦୁଇଟି ଡଷ୍ଟବିନ ରଖିବା ପାଇଁ କହିବା ସହ ବେଳାଭୂମିରେ ବୁଲୁଥିବା ପର୍ଯ୍ୟଟକମାନଙ୍କୁ ବେଳାଭୂମି ପରିସରକୁ ସଫା ରଖିବା ସମସ୍ତଙ୍କ କର୍ତ୍ତବ୍ୟ ବୋଲି ସଚେତନତା ସୃଷ୍ଟି କରିଥିଲେ।

ଏହି ସମୟରେ କେତେକ ଛୋଟ ଛୁଆ ଆଇସକ୍ରିମ ଖାଇ ତାହାର ଜରି ଓ ‌କାଠିକୁ ଏଣେ ତେଣେ ପକାଇବା ଦେଖି ତାଙ୍କ ଅଭିଭାବକ ଏହା ନେଇ ତାଗିଦ୍ କରିବା ସହ ଛୁଆଙ୍କୁ ଡଷ୍ଟବିନ ବ୍ୟବହାର ନେଇ ଶିକ୍ଷା ଦେବାକୁ କହିବା ଦେଖିବାକୁ ମିଳିଥିଲା। ଉପଜିଲ୍ଲାପାଳ ପ୍ରାୟ ୧ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ବେଳାଭୂମି ରେ ରହିଥିଲେ। ଚଳିତ ମାସ ଶେଷ ସୁଦ୍ଧା ଗୋପାଳପୁର ଶିଶୁ ପାର୍କ ଲୋକଙ୍କ ନିମନ୍ତେ ଖୋଲାଯିବା ସହ ବେଳାଭୂମିର ସୈନ୍ଦର୍ଯକରଣ ନିମନ୍ତେ ଖଞ୍ଜା ଯାଇଥିବା ଆଲୋକ ବ୍ୟବସ୍ଥାକୁ ମଧ୍ୟ ଚଳିତ ମାସ ଶେଷ ସୁଦ୍ଧା କାର୍ଯ୍ୟକାରୀ ହେବ ବୋଲି ଉପଜିଲ୍ଲାପାଳ ପ୍ରକାଶ କରିଥିଲେ। ଅନ୍ୟ ପଟେ କିନ୍ତୁ ବେଳାଭୂମିରୁ ୧ କିମି ଦୂରରୁ ଗାଡି ମୋଟର ପାର୍କିଂ କରାଯାଇଥିବା ଯୋଗୁଁ ବୁଲିବାକୁ ଆସୁଥିବା ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ କଷ୍ଟରେ ଚାଲି ଚାଲି ବେଳାଭୂମିକୁ ଯାଉଥିବା ଦେଖିବାକୁ ମିଳିଥିଲା। ଏଣୁ ପ୍ରଶାସନ ପକ୍ଷରୁ ବୟୋଜ୍ୟେଷ୍ଠ ଓ ଦିବ୍ୟାଗଂ ବ୍ୟକ୍ତିମାନଙ୍କ ଯାଆସ ନିମନ୍ତେ ବ୍ୟାଟେରୀ ଗାଡି କିମ୍ବା ଅନ୍ୟ ବ୍ୟବସ୍ଥା କରିବାକୁ ଦାବି ହେଉଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories