www.samajalive.in
Sunday, December 7, 2025
13.1 C
Bhubaneswar

୩୩ବର୍ଷ ପୂର୍ବେ ‘ସୀତା’ ଜିତିଥିଲେ ନିର୍ବାଚନ; ଏବେ ହସ୍ତିନାପୁରରୁ ବିଜୟୀ ହେବେ କି ‘ରାମ’

ସମାଜ ଡିଜିଟାଲ ଡେସ୍କ: ଲୋକସଭା ନିର୍ବାଚନ ପାଇଁ ମାପିଚୁପି ପ୍ରାର୍ଥୀ ଚୟନ କରିଛି ବିଜେପି । କିଛି ପୁରୁଣା ନେତାଙ୍କ ଉପରେ ଦଳ ଭରସା କରିଥିବା ବେଳେ ଅନେକ ସ୍ଥାନରେ ନୂଆ ଚେହେରାଙ୍କ ଉପରେ ଭରସା କରି ସୁଯୋଗ ଦେଇଛି । ତାଲିକାରେ ରାଜନେତା, ଚଳଚ୍ଚିତ୍ର ଅଭିନେତା ଏବଂ ଟିଭି ଦୁନିଆର ଜଣାଶୁଣା କଳାକାର ସାମିଲ ହୋଇଛନ୍ତି । କଙ୍ଗନା ରାଣାୱତ ହିମାଚଳ ଏବଂ ଅରୁଣ ଗୋଭିଲ ବିଜେପିରୁ ଟିକେଟ ପାଇଁ ପ୍ରଥମ ଥର ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି । ଏହାପୂର୍ବରୁ ସୀତା ଭୂମିକାରେ ଅଭିନୟ କରିଥିବା ଦୀପିକା ଚିଖାଲିୟା ନିର୍ବାଚନ ଲଢିଥିଲେ । ସେତେବେଳେ ଜନସାଧାରଣ ତାଙ୍କ ଉପରେ ଭରସାକରି ଜିତାଇଥିଲେ । ବର୍ତ୍ତମାନ ଦେଖିବାକୁ ବାକି ରହିଲା ସୀତାଙ୍କ ପରି କଣ ରାମ ଅର୍ଥାତ ଅରୁଣ ଗୋଭିଲଙ୍କ ଉପରେ ଜନତା ସୁନା କଳସ ଢାଳିବେ ।
ରାମଙ୍କୁ ବିଜେପିରୁ ଟିକେଟ:
ଲୋକସଭା ନିର୍ବାଚନ ପାଇଁ ବିଜେପି ତାଲିକାରେ ସାମିଲ ହୋଇଛନ୍ତି ଲୋକପ୍ରିୟ ଧାରାବାହିକ ରାମାୟଣରେ ରାମ ଭୂମିକାରେ ଅଭିନୟ କରିଥିବା ଖ୍ୟାତାନାମା ଅଭିନେତା ଅରୁଣ ଗୋଭିଲ । ଅରୁଣଙ୍କୁ ଉତ୍ତରପ୍ରଦେଶର ମିରଟରୁ ପ୍ରାର୍ଥୀ କରିଛି ବିଜେପି । ଅରୁଣ ଗୋଭିଲ ଜାନୁଆରୀରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ସମାରୋହରେ ଯୋଗ ଦେଇଥିଲେ । ନିକଟରେ ଅନୁରାଧା ପୌଡୱାଲଙ୍କ ସହ ଅରୁଣ ମଧ୍ୟ ବିଜେପିରେ ସାମିଲ ହୋଇଥିଲେ । ମିରଟରୁ ବିଜେପି ସାଂସଦ ରାଜେନ୍ଦ୍ର ଅଗ୍ରୱାଲଙ୍କ ସ୍ଥାନରେ ଅରୁଣଙ୍କୁ ଟିକେଟ ଦେଇଛି ଦଳ ।

୩୩ ବର୍ଷ ପୂର୍ବେ ସୀତା (ଦୀପିକା ଚିଖାଲିୟା) ନିର୍ବାଚନ ଜିତିଥିଲେ: 
ଅରୁଣ ଗୋଭିଲଙ୍କୁ ବିଜେପିରୁ ଟିକେଟ ମିଳିବା ପରେ ସୀତା ଭୂମିକାରେ ଅଭିନୟ କରିଥିବା ଦୀପିକା ଚିଖାଲିୟା ମଧ୍ୟ ଚର୍ଚ୍ଚାରେ ରହିଛନ୍ତି । ସୀତାଙ୍କ ଚରିତ୍ରରେ ସେ ଅଭିନୟ କରି ଖୁବ ଲୋକପ୍ରିୟତା ହାସଲ କରିଥିଲେ । ୧୯୯୧ରେ ରାଜନୀତିରେ ପ୍ରବେଶ କରିଥିଲେ ଦୀପିକା । ବିଜେପିରୁ ଟିକେଟ ପାଇ ବଡୋଦା ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଲଢିଥିଲେ । ପରେ ସେ ନିଜ ଝିଅର ଯତ୍ନ ନେବା ପାଇଁ ରାଜନୀତି ଛାଡିଥିଲେ । ଏକ ସାକ୍ଷାତକାରରେ ଦୀପିକା କହିଥିଲେ ଯେ ଅନେକ ଦଳରୁ ସୁଯୋଗ ମିଳିବା ପରେ ସେ ବିଜେପିରେ ମିଶିଥିଲେ । କାରଣ ତାଙ୍କ ଜେଜେବାପା ଆରଏସଏସର କର୍ମୀ ଭାବେ କାମ କରୁଥିଲେ ।

- Advertisement -

ରାବଣ ମଧ୍ୟ ବିଜୟ ହୋଇଥିଲେ:
ରାମାନନ୍ଦ ସାଗରଙ୍କ ରାମାୟଣରେ ରାବଣ ଭୂମିକାରେ ଅଭିନୟ କରିଥିବା ଅରବିନ୍ଦ ତିୱାରୀ ନିର୍ବାଚନ ଲଢି ବିଜୟୀ ହୋଇଥିଲେ । ଗୁଜରାଟର ସାବରକାନ୍ତ ଲୋକସଭା ନିର୍ବାଚନମଣ୍ଡଳୀରୁ ବିଜେପିରୁ ଟିକେଟ ପାଇଁ ଲଢି ଜିତିଥିଲେ । ୧୯୯୧ ନିର୍ବାଚନରେ ସେ ଜନସାଧାରଣଙ୍କ ଠାରୁ ବହୁତ ଭଲ ପାଇବା ପାଇଥିଲେ । ୧୯୯୧ରୁ ୧୯୯୬ ପର୍ଯ୍ୟନ୍ତ ସଂସଦର ସଦସ୍ୟ ଭାବେ କାର୍ଯ୍ୟ କରିଥିଲେ ।

୨୪ ନିର୍ବାଚନରେ ଅରୁଣ ଗୋଭିଲ ବିଜୟ ହେବେ କି?
୩୩ ବର୍ଷ ପୂର୍ବେ ଯେତେବେଳେ ରାମାୟଣ ଧାରାବାହିକର ସୀତା ଦୀପିକା ଚିଖାଲିୟା ଏବଂ ରାବଣ ଅରବିନ୍ଦ ତିୱାରୀ ରାଜନୀତିରେ ପ୍ରବେଶ କରି ଲୋକଙ୍କ ଭଲ ପାଇବା ପାଇ ଜିତିଥିଲେ । ବର୍ତ୍ତମାନ ରାମ ଅର୍ଥାତ୍‍ ଅରୁଣ ଗୋଭିଲ୍‍ ମିରଟରୁ ନିର୍ବାଚନ ଲଢିବାକୁ ଯାଉଛନ୍ତି । ଏଠାରେ କହିରଖୁ ମିରଟକୁ ହସ୍ତିନାପୁର ମଧ୍ୟ କୁହାଯାଏ । ମିରଟ ଆସନ ବିଜେପି ପାଇଁ ସର୍ବଦା ବିଜୟ କ୍ଷେତ୍ର ସାବ୍ୟସ୍ତ ହୋଇଆସିଛି । ଏଠାରୁ ବିଜେପି କ୍ରମାଗତ ୩ଥର ଲୋକସଭା ଆସନରେ ବିଜୟୀ ହୋଇଛି । ବର୍ତ୍ତମାନ ଜନସାଧାରଣ ଅରୁଣଙ୍କ ଉପରେ ଆସ୍ଥା ପ୍ରକଟ କରି ଜିତାଇବେ କି ନାହିଁ ତାହା ଉପରେ ସମସ୍ତଙ୍କ ନଜର ରହିଛି ।

 

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories