www.samajalive.in
Sunday, December 7, 2025
16.1 C
Bhubaneswar

ଥୁଆଙ୍ଗପଦରଠାରେ ଅଗ୍ନି ଭୈରବୀଙ୍କ ଝାମୁଯାତ୍ରା ସମ୍ପନ୍ନ 

ଲାଞ୍ଜିଗଡ :ଲାଞ୍ଜିଗଡ଼ ବ୍ଲକ ଲାଖବାହାଳି ପଞ୍ଚାୟତ ଅଧିନସ୍ତ ଥୁଆଙ୍ଗପଦର ଗାଁରେ ଅଗ୍ନି ଭୈରବୀଙ୍କ ପୀଠ ଉତ୍ସବ ମୁଖର ହୋଇଉଠିଛି। ବହୁ ଆବାହନ କାଳରୁ ଏଠାରେ ଝାମୁ ଯାତ୍ରା ପାଳିତ ହୁଏ। ପ୍ରଥମେ ଭୈରବୀ ମନ୍ଦିରରୁ ବାହାରି ନିକଟସ୍ଥ ଖଣ୍ଡା ବସା ନଦୀରୁ ବାଲି ଅଣାଯାଇଥାଏ। ଗାଁରୁ ସଂଗ୍ରହ କରିଥିବା ବିଭିନ୍ନ ପ୍ରକାରର ଶସ୍ୟ ଧାନ,ମକା,ବିରି,କୋଳଥ ଇତ୍ୟାଦି ବିହନ ଗଜା ହେବାପାଇଁ ୭ଟି ଚାଙ୍ଗୁଡ଼ିରେ ନଦୀରୁ ଅଣାଯାଇଥିବା ବାଲିରେ ପକାଯାଇଥାଏ। ସେହି ଗଜା ବିହନକୁ ସାତଦିନ ଦିନ ପର୍ଯ୍ୟନ୍ତ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଥାଏ । ନିକଟସ୍ଥ ତାଦିଶୋରୁ ଜଙ୍ଗଲକୁ ଯାଇ ପୂଜକମାନେ ଝାମେରା କଣ୍ଟା ଆଣି ଦୋଲି ପ୍ରସ୍ତୁତ କରିଥାନ୍ତି । ଓ ସେହି କଣ୍ଟାରେ ନିର୍ମିତ କଣ୍ଟାଦୋଳି ଉପରେ ବସି ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି । ସପ୍ତମ ଦିନରେ ଅଗ୍ନି ଭୈରବୀ ନିଆଁରେ ତିଆରି ଝାମୁଖନ୍ଦାକୁ ୨ଥର ପ୍ରଦକ୍ଷିଣ କରି କାଳୀସି ନିଆଁ ଉପରେ ଚାଲି ଭକ୍ତଙ୍କୁ ତାଙ୍କର ଶକ୍ତିର ପରିଚୟ ଦିଅନ୍ତି।ଏହିପରି ପାରମ୍ପରିକ ରିତି ନିତି ବା ଦେବନୀତି ପାଳନ କରି ଗାଁ ପୂଜକ ବନା ମାଝୀ, ଉଆଁସୁ ନାଏକ , ରିତି ନିତି ଅନୁସାରେ ପୂଜାର୍ଚ୍ଚନା କରିଥିଲେ। ଯାତ୍ରା ସରିବା ପରେ ମାନସିକ କରିଥିବା ଲୋକଙ୍କ ଦ୍ବାରା ପାରା, କୁକୁଡ଼ା ଓ ଛେଳି ଅନେକ ପଶୁ ପକ୍ଷୀବଳି ଦିଆଯାଇଥିଲା ।ଏହି ବାଲିଯାତ୍ରାକୁ ସଫଳ କରିବା ପାଇଁ ଗାଁ ର ଯୁବ ଗୋଷ୍ଟି ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇଥିଲା।  ଯାତ୍ରା କୁ ସଫଳ କରିବା ପାଇ ଅଗ୍ନି ଭୈରବୀ ପୂଜା କମିଟିର ସମସ୍ତ ସଦସ୍ୟଙ୍କ ସମେତ ଗ୍ରାମବାସୀମାନେ ସହଯୋଗ କରିଥିଲେ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories