www.samajalive.in
Saturday, December 6, 2025
16.1 C
Bhubaneswar

୨୦୨୨: କ୍ରୀଡ଼ା ପାଇଁ କଡ଼ା ଟକ୍କର

ନୂଆଦିଲ୍ଲୀ: ୨୦୨୨ ଆଣିଛି କ୍ରୀଡ଼ା ପ୍ରେମୀଙ୍କ ପାଇଁ ଖୁସି ଖବର । କ୍ରୀଡ଼ା କ୍ଷେତ୍ରରେ ୨୦୨୨ ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଚଳିତ ବର୍ଷ ଭାରତର ତିନୋଟି ବଡ଼ ବିଶ୍ୱ କ୍ରୀଡ଼ାରେ ଅଂଶଗ୍ରହଣ କରିବାର ସୁଯୋଗ ରହିଛି । ଫେବୃଆରୀ-ମାର୍ଚ୍ଚରେ ଚାଇନାର ବେଜିଂରେ ଶୀତକାଳୀନ ଅଲିମ୍ପିକ୍ସ ଏବଂ ପାରାଲିମ୍ପିକ୍ସ ଅନୁଷ୍ଠିତ ହେବ । ଏହା ପରେ ୨୮ ଜୁଲାଇରୁ ୮ ଅଗଷ୍ଟ ପର୍ୟ୍ୟନ୍ତ ଇଂଲଣ୍ଡର ବର୍ମିଂହାମ ଠାରେ କମନୱେଲଥ ଗେମ୍ସ ଅନୁଷ୍ଠିତ ହେବ । ସବୁଠାରୁ ବଡ ଇଭେଣ୍ଟ ଏସିଆ ସ୍ତରରେ ସେପ୍ଟେମ୍ବର ୧୦ ରୁ ୨୫ ପର୍ୟ୍ୟନ୍ତ ଅନୁଷ୍ଠିତ ହେବ ।

ଚଳିତ ବର୍ଷ କ୍ରିକେଟ୍ ପ୍ରେମିଙ୍କ ପାଇଁ ମଧ୍ୟ ଖୁସି ଖବର ରହିଛି । ଭାରତୀୟ କ୍ରିକେଟ୍ ଦଳ ପାଇଁ ମଧ୍ୟ ଅନେକ ସୁଯୋଗ ଆଣିଛି ୨୦୨୨ । ମାର୍ଚ୍ଚରେ ନ୍ୟୁଜିଲ୍ୟାଣ୍ଡ ଏକ ବଡ଼ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା । ମାର୍ଚ୍ଚ ୪ ରୁ ଏପ୍ରିଲ ୩ ପର୍ୟ୍ୟନ୍ତ ସେଠାରେ ମହିଳା ବିଶ୍ୱକପ ଅନୁଷ୍ଠିତ ହେବ । ଏଥିରେ ଭାରତୀୟ ମହିଳା କ୍ରିକେଟ୍ ଦଳ ଅଂଶଗ୍ରହଣ କରିବେ । ଦ୍ୱିତୀୟ ବର୍ଷ ପାଇଁ ଟି -୨୦ କ୍ରିକେଟର ସବୁଠାରୁ ବଡ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବ । ଚଳିତ ବର୍ଷ ଅଷ୍ଟ୍ରେଲିଆ ଏହାକୁ ଆୟୋଜନ କରିବ । ଅକ୍ଟୋବର ୧୬ ରୁ ନଭେମ୍ବର ୧୩ ପର୍ୟ୍ୟନ୍ତ ଟି -୨୦ ବିଶ୍ୱକପ ଅନୁଷ୍ଠିତ ହେବ ।

- Advertisement -

ସେପଟେ, ୪ବର୍ଷ ପରେ ଚଳିତ ବର୍ଷ କତାରରେ ହେବ ସବୁଠୁ ବଡ ଫୁଟବଲ ଟୁର୍ଣ୍ଣାମେଣ୍ଟ । ନଭେମ୍ବର ୨୧ ରୁ ଡିସେମ୍ବର ୧୮ ଯାଏ ଅନୁଷ୍ଠିତ ହେବ ଏଥର ଫିଫା ବିଶ୍ୱକପ । ପ୍ରଥମ ଥର ପାଇଁ ଏହି ଟୁର୍ଣ୍ଣାମେଣ୍ଟ ଏହି ମାସରେ ଅନୁଷ୍ଠିତ ହେବାକୁ ଯାଉଛି ।

Hot this week

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

Related Articles

Popular Categories