www.samajalive.in
Saturday, December 6, 2025
23.1 C
Bhubaneswar

ମହାରାଷ୍ଟ୍ରରେ ୧୦ ମନ୍ତ୍ରୀ, ୨୦ରୁ ଅଧିକ ବିଧାୟକ କୋଭିଡ ସଂକ୍ରମିତ ଚିହ୍ନଟ

ମୁମ୍ବଇ: ଦେଶରେ କୋଭିଡ୧୯ ସଂକ୍ରମଣର ଦ୍ରୁତ ବୃଦ୍ଧି ମଧ୍ୟରେ ଦୈନିକ ସଂକ୍ରମଣରେ ମହାରାଷ୍ଟ୍ର ସବୁ ରାଜ୍ୟଠାରୁ ଆଗରେ ଥିବା ଜଣାଯାଇଛି। ରାଜ୍ୟର ୧୦ ଜଣ ମନ୍ତ୍ରୀ ଏବଂ ୨୦ରୁ ଅଧିକ ବିଧାୟକ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଥିବା ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଅଜିତ ପୱାର ଶନିବାର ଦିନ ପ୍ରକାଶ କରିଛନ୍ତି। ରାଜ୍ୟରେ କୋଭିଡ କଟକଣା ଅଧିକ କଡାକଡି କରିବା ସମ୍ଭାବନା ସମ୍ପର୍କିତ ଏକ ପ୍ରଶ୍ନର ଜବାବ ଦେଇ ପୱାର କହିଛନ୍ତି ଯେ, ସରକାର ବର୍ଦ୍ଧିତ ଆକ୍ରାନ୍ତଙ୍କ ସଂଖ୍ୟା ଉପରେ ନଜର ରଖିଛନ୍ତି। ପୂର୍ବରୁ ମହାରାଷ୍ଟ୍ର ସରକାର ଗୁରୁବାର ଦିନ କୋଭିଡ ମାର୍ଗଦର୍ଶିକା ଜାରି କରି ବିବାହ ଏବଂ ଅନ୍ୟାନ୍ୟ ଉତ୍ସବ ଆୟୋଜନରେ ସର୍ବାଧିକ ୫୦ ଜଣ ଲୋକ ଉପସ୍ଥିତ ରହିପାରିବେ ବୋଲି ନିର୍ଦ୍ଦେଶ ଦେଇସାରିଛନ୍ତି।
ପୱାର କହିଛନ୍ତି ଯେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟାରେ ଯଦି ବୃଦ୍ଧି ଜାରି ରହେ ତେବେ କଟକଣାକୁ ଅଧିକ କଡାକଡି କରାଯିବ। ତେବେ ସେଭଳି ପରିସ୍ଥିତି ଏଡାଇବା ପାଇଁ ସମସ୍ତେ କୋଭିଡ ନିୟମାବଳୀକୁ ନିଜେ ପାଳନ କରିବା ଆବଶ୍ୟକ। ଉଲ୍ଲେଖଯୋଗ୍ୟ ଯେ ମୁମ୍ବଇରେ ଶୁକ୍ରବାର ଦିନ ୫୬୩୧ ଜଣ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଥିଲେ, ଯାହା ଗୁରୁବାର ଚିହ୍ନଟ ସଂକ୍ରମିତ ସଂଖ୍ୟା ତୁଳନାରେ ପ୍ରାୟ ୨ହଜାର ଅଧିକ। ସେହିଭଳି ପୁନେରେ ଶୁକ୍ରବାର କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟାରେ ୫.୯ ପ୍ରତିଶତ ବୃଦ୍ଧି ଘଟିଛି।

Hot this week

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

Related Articles

Popular Categories