www.samajalive.in
Saturday, December 6, 2025
26.1 C
Bhubaneswar

ବୈଷ୍ଣୋଦେବୀ ତୀର୍ଥରେ ଅଘଟଣର କାରଣ ଜଣାଇଲେ କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ

ଜମ୍ମୁ : ଜାମ୍ମୁ କାଶ୍ମୀରର ମାତା ବୈଷ୍ଣୋଦେବୀ ତୀର୍ଥରେ ବାରଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଏଥିରେ ଆହତଙ୍କ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି। ଉଦ୍ଧାର କାର୍ୟ୍ୟ ଜାରି ରହିଛି । ଏଥି ସହ କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏହି ଘଟଣାର କାରଣ ଦର୍ଶାଇଛନ୍ତି। ସେ କହିଛନ୍ତି ଧାଡିରେ ଠିଆ ହୋଇଥିବା ଦୁଇଜଣ ଭକ୍ତ କିଛି ପ୍ରସଙ୍ଗରେ ଯୁକ୍ତିତର୍କ କରିଥିଲେ। ଯେଉଁଥିପାଇଁ ସେମାନେ ପରସ୍ପରକୁ ଠେଲି ଦେଇଥିଲେ ଏବଂ ଏହା ପରେ ଘଟଣାସ୍ଥଳରେ ଏଣେତେଣେ ଦୌଡିବା ଫଳରେ ପରସ୍ପର ଉପରେ ଦଳଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା। ମୃତକଙ୍କ ମଧ୍ୟରେ ଦିଲ୍ଲୀ, ହରିୟାଣା, ପଞ୍ଜାବ ଏବଂ ଜାମ୍ମୁ କାଶ୍ମୀରର ଜଣେ ଜଣେ ଅଛନ୍ତି ବୋଲି ଜଣାପଡିଛି। ଗୃହ ରାଜ୍ୟ ମନ୍ତ୍ରୀଙ୍କ କହିବା ଅନୁଯାୟୀ, ଜଣେ ଭକ୍ତ ଅନ୍ୟ ଜଣେ ଭକ୍ତଙ୍କୁ ଠେଲିବା ଫଳରେ ସେ ସେଠାରେ ଠିଆ ହୋଇଥିବା ଲୋକଙ୍କ ଉପରେ ପଡ଼ିଯାଇଥିଲେ, ଯାହାଫଳରେ ଠେଲାପେଲା ପରିସ୍ଥିତି ସୃଷ୍ଟି ହେବା ସହ ଉପସ୍ଥିତ ଥିବା ଲୋକମାନେ ଏଣେତେଣେ ହୋଇଥିଲେ। ଫଳରେ ଠେଲାପେଲା ଦଳଚକଟାର ରୂପ ନେଇଥିଲା। ଏହି ଦୁଃଖଦ ଘଟଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପରିସ୍ଥିତି ଉପରେ ନଜର ରଖିଛନ୍ତି। ୧୩ ଜଣ ଆହତଙ୍କୁ ନାରାୟଣ ହସ୍ପିଟାଲ କଟରାରେ ଭର୍ତ୍ତି କରାଯାଇଛି।
ଏହାସହ ନିଜ ସମ୍ପର୍କୀୟଙ୍କୁ ହରାଇଥିବା ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, କିଛି ଲୋକେ ଦର୍ଶନ ପାଇଁ ସେଠାରେ ଥିବା ସମୟରେ ଫଳରେ ଅଧିକ ଭିଡ ହୋଇଯାଇଥିଲା। ଲୋକେ ବାହାରକୁ ଆସିବାକୁ ରାସ୍ତା ପାଇପାରୁ ନଥିଲେ। ଖୁବ କମ ସ୍ଥାନରେ ଲୋକେ ଆସୁଥିଲେ ଓ ଯାଉଥିଲେ। ଏହି ସମୟରେ ଠେଲାପେଲା ଆରମ୍ଭ ହୋଇଗଲା। କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ ଟ୍ୱିଟ କରି କହିଛନ୍ତି,ମାତା ବୈଷ୍ଣୋ ଦେବୀ ତୀର୍ଥରେ ଘଟିଥିବା ଅଘଟଣର ସ୍ଥିତି ପରଖିବା ପାଇଁ କଟରା ଯାଉଛନ୍ତି।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories