www.samajalive.in
Saturday, December 6, 2025
14.1 C
Bhubaneswar

ସବୁଠୁ ବ୍ୟୟବହୁଳ ସପ୍ତଦଶ ଲୋକସଭା ନିର୍ବାଚନ; ଖର୍ଚ୍ଚ ହୋଇଛି ୭୦ ହଜାର କୋଟି

ନୂଆଦିଲ୍ଲୀ: ସପ୍ତଦଶ ଲୋକସଭା ପାଇଁ ନିକଟରେ ଶେଷ ହୋଇଥିବା ନିର୍ବାଚନ ସବୁଠୁ ବ୍ୟୟବହୁଳ। ଏହି ନିର୍ବାଚନରେ ଯେତିକି ଅର୍ଥ ଖର୍ଚ୍ଚ ହୋଇଛି ତାହା ପୂର୍ବରୁ ଅନୁଷ୍ଠିତ ହୋଇଥିବା ୧୬ଟି ଲୋକସଭା ନିର୍ବାଚନ ତୁଳନାରେ ଢେର ଅଧିକ। ଏହି ନିର୍ବାଚନରେ ପ୍ରାର୍ଥୀ ଏବଂ ନିର୍ବାଚନ ଆାୟୋଗ, ଉଭୟଙ୍କ ପକ୍ଷରୁ ପାଖପାଖି ୭୦ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଆକଳନ କରାଯାଇଛି।

ସେଣ୍ଟର ଫର ମିଡିଆ ଷ୍ଟଡିଜ୍‌(ସିଏମଏସ) ପକ୍ଷରୁ ପ୍ରସ୍ତୁତ ଏକ ରିପୋର୍ଟରେ ଏଭଳି ଦାବି କରାଯାଇଛି। ରିପୋର୍ଟରେ କୁହାଯାଇଛି ଯେ, ଚଳିତ ଲୋକସଭା ନିର୍ବାଚନରେ ଆଶାୟୀ ପ୍ରାର୍ଥୀମାନଙ୍କ ପକ୍ଷରୁ ପାଖାପାଖି ୬୦ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଅର୍ଥାତ୍‌ ପ୍ରତି ଲୋକସଭା କ୍ଷେତ୍ରରେ ୧୦୦ କୋଟିରୁ ଅଧିକ ଅର୍ଥ ଖର୍ଚ୍ଚ ହୋଇଛି। ଏହି ଅର୍ଥର ପ୍ରାୟ ୧୫ରୁ ୨୦ ପ୍ରତିଶତ ନିର୍ବାଚନ ଆୟୋଗ ଖର୍ଚ୍ଚ କରିଛନ୍ତି। ଏସବୁକୁ ମିଶାଇଲେ ମୋଟ ଖର୍ଚ୍ଚ ୭୦ ହଜାର କୋଟି ହେବ ବୋଲି ରିପୋର୍ଟରେ ଦର୍ଶାଯାଇଛି।

- Advertisement -

ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ସୋମବାର ସେଣ୍ଟର ଫର ମିଡିଆ ଷ୍ଟଡିଜ ପକ୍ଷରୁ ଏହି ରିପୋର୍ଟ ପ୍ରକାଶ କରାଯାଇଛି। ସିଏମଏସର ଅଧ୍ୟକ୍ଷ ଏନ. ଭାସ୍କର ରାଓ କହିଛନ୍ତି, ଆମକୁ ନିର୍ବାଚନରେ ସୁଧାର ଆଣିବା ଲାଗି ପଦକ୍ଷେପ ନେବା ସହିତ ମଜଭୁତ ଲୋକତନ୍ତ୍ର ଗଠନ ଦିଗରେ କାର୍ଯ୍ୟ କରିବା ଉଚିତ। ଏହି ଅବସରରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର ଏସ. ୱାଇ. କ୍ୟୁରେଶୀ ଉପସ୍ଥିତ ଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories