www.samajalive.in
Monday, December 15, 2025
27.1 C
Bhubaneswar

ବ୍ୟାଙ୍କକୁ ଫେରିଛି ୮୮% ଦୁଇ ହଜାର ଟଙ୍କିଆ ନୋଟ୍‌

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ୧୯ ମେ ୨୦୨୩ରେ ୨ହଜାର ଟଙ୍କା ନୋଟ୍‌କୁ ସଞ୍ଚାଳନରୁ ବାହାର କରିଥିବା ଘୋଷଣା କରିଥିଲେ। ଏହା ପରେ ଏହି ନୋଟ୍ ଗୁଡିକୁ ସାରା ଦେଶରେ ଥିବା ବ୍ୟାଙ୍କମାନଙ୍କରେ ବଦଳାଇବାକୁ ବ୍ୟବସ୍ଥା କରିଥିଲେ। ନୋଟ୍‌ର ସମ୍ପୂର୍ଣ୍ଣ ପ୍ରତ୍ୟାହାର ଲାଗି ୩୦ ସେପ୍ଚେମ୍ବର ୨୦୨୩ ଧାର୍ଯ୍ୟ ହୋଇଛି। ଆରବିଆଇ ଫେରସ୍ତ ଆସି ସାରିଥିବା ୨ହଜାର ଟଙ୍କା ନୋଟ୍‌ର ତଥ୍ୟ ଜାରି କରିଛି। ଏଥିରେ ୩୧ ଜୁଲାଇ ୨୦୨୩ ସୁଦ୍ଧା ବଜାରରୁ ୩.୧୪ଲକ୍ଷ କୋଟି ଟଙ୍କା ମୂଲ୍ୟର ଦୁଇ ହଜାର ଟଙ୍କିଆ ନୋଟ୍‌ ବ୍ୟାଙ୍କକୁ ଫେରିସାରିଥିବା କହିଛନ୍ତି। ୧୯ ମେ ୨୦୨୩ ଠାରୁ ଏ ପର୍ଯ୍ୟନ୍ତ ୮୮ ପ୍ରତିଶତ ୨ ହଜାର ଟଙ୍କା ନୋଟ୍ ଫେରସ୍ତ ଆସି ସାରିଛି, ଯାହାର ମୋଟ ମୂଲ୍ୟ ୩.୧୪ ଲକ୍ଷ କୋଟି ଟଙ୍କା ହେବ।

ଏବେ ବଜାରରେ ୦.୪୨ କୋଟି ଟଙ୍କାର ନୋଟ୍‌ ଅଛି। ଜୁନ୍‌ରେ ବଜାରରୁ ୨.୭୨ କୋଟି ଟଙ୍କା ମୂଲ୍ୟର ୨ ହଜାର ଟଙ୍କା ନୋଟ୍ ବ୍ୟାଙ୍କକୁ ଫେରିସାରିଥିଲା। ବଳକା ୮୪ ହଜାର କୋଟି ଟଙ୍କାର ନୋଟ୍‌ ଲୋକଙ୍କ ପାଖରେ ଥିଲା। ତେବେ ମାସକରେ ଏହାର ଅଧା ନୋଟ୍ ଏବେ ବଜାରରେ ଅଛି। ଏବେ ବି ଲୋକଙ୍କ ପାଖରେ ୪୨ ହଜାର କୋଟି ଟଙ୍କାର ୨ ହଜାର ଟଙ୍କା ନୋଟ୍ ମହଜୁଦ ଅଛି। ଯଦି ଏହାକୁ ବଣ୍ଡଲ ହିସାବରେ ଦେଖାଯାଏ; ତେବେ ଲୋକଙ୍କ ପାଖରେ ଏବେ ବି ୨୧ ଲକ୍ଷ ବଣ୍ଡଲ ୨ ହଜାର ଟଙ୍କା ନୋଟ୍‌ ଅଛି। ଗୋଟିଏ ବଣ୍ଡଲରେ ୧୦୦ଟି ନୋଟ୍‌ ଥାଏ। ୩୧ ମାର୍ଚ୍ଚ ୨୦୨୩ ସୁଦ୍ଧା ଦେଶରେ ପାଖାପାଖି ୩.୫୬ ଲକ୍ଷ କୋଟି ଟଙ୍କା ମୂଲ୍ୟର ୨ ହଜାର ଟଙ୍କା ନୋଟ୍‌ ଥିଲା। ଏଥିରେୁ ୩୧ ଜୁଲାଇ ସୁଦ୍ଧା ବଜାରରୁ ୩.୧୪ ଲକ୍ଷ ଟଙ୍କା ମୂଲ୍ୟର ନୋଟ୍ ଫେରସ୍ତ ଆସି ସାରିଛି। ୨ହଜାର ଟଙ୍କା ନୋଟ୍‌କୁ ପ୍ରଚଳନରୁ ବାହାର କରାଯାଉଥିବା ନେଇ ଆରବିଆଇଙ୍କ ଘୋଷଣା ପରେ ନୂଆନୂଆ ବ୍ୟାଙ୍କରେ ଟଙ୍କା ବଦଳାଇବା ପାଇଁ ଲୋକଙ୍କ ଭିଡ ଜମିଥିଲା। ହେଲେ ସମୟ ସହ ଏବେ ଭିଡ କମି ଯାଇଥିବା ବେଳେ ଦିନକୁ ଜଣେ ଦୁଇ ଜଣ ବ୍ୟାଙ୍କକୁ ନୋଟ୍ ବଦଳାଇବାକୁ ଆସୁଥିବା ଦେଖାଯାଉଛି। ବ୍ୟାଙ୍କ ଛଡା ଆରବିଆଇ ୧୯ କ୍ଷେତ୍ରୀୟ କାର୍ଯ୍ୟାଳୟରେ ମଧ୍ୟ ଲୋକଙ୍କୁ ୨ ହଜାର ଟଙ୍କା ନୋଟ୍ ବଦଳାଇବାର ସୁବିଧା ଦେଇଥିଲେ। ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଲୋକଙ୍କୁ ନିର୍ଦ୍ଧାରିତ ସମୟ ମଧ୍ୟରେ ବ୍ୟାଙ୍କରୁ ଟଙ୍କା ବଦଳାଇ ନେବାକୁ ନିବେଦନ କରିଥିଲେ। କେନ୍ଦ୍ରୀୟ ବ୍ୟାଙ୍କଙ୍କ ନିବେଦନ ସଫଳ ହୋଇଥିବା ଏବେ ଦେଖାଯାଉଛି। ଏ ପର୍ଯ୍ୟନ୍ତ ୮୮ ପ୍ରତିଶତ ନୋଟ୍‌ ଆରବିଆଇଙ୍କ ନିକଟକୁ ଫେରି ଯାଇଛି।

Hot this week

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

Related Articles

Popular Categories