www.samajalive.in
Saturday, December 6, 2025
26.1 C
Bhubaneswar

ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ

ଶ୍ରୀନଗର: ଦକ୍ଷିଣ କାଶ୍ମୀରର ସୋପିଆନ ଜିଲାରେ ଶନିବାର ସକାଳେ ଏନକାଉଣ୍ଟରରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଜିଲାର ଗହଣ୍ଡ ଅଞ୍ଚଳରେ କେତଜେଣ ଆତଙ୍କବାଦୀ ଲୁଚିଥିବା ନେଇ ସେନାକୁ ଖବର ମିଳିଥିଲା। ଏହାପରେ ଯବାନମାନେ ପହଞ୍ଚି ସମ୍ପୃକ୍ତ ଅଞ୍ଚଳକୁ ଚାରିପଟୁ ଘେରିଯାଇଥିଲେ। ଫଳରେ ଆତଙ୍କବାଦୀମାନେ ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଯବାବରେ ଯବାନଙ୍କ ପକ୍ଷରୁ ପାଲଟା ଆକ୍ରମଣ କରାଯାଇଥିଲା। ଏଥିରେ ୨ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଆହୁରି ୨ରୁ ୩ ଜଣ ଆତଙ୍କବାଦୀ ସମ୍ପୃକ୍ତ ଅଞ୍ଚଳରେ ଲୁଚି ରହିଥିବା ସୂଚନା ରହିଛି। ତେଣୁ ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେଶନ ଜାରି ରହିଛି।

ନିହତ ଆତଙ୍କବାଦୀମାନେ ହିଜବୁଲ ମୁଜାହିଦ୍ଦିନ ସଂଗଠନର ବୋଲି ଜଣାପଡ଼ିଛି। ମୃତକଙ୍କ ମଧ୍ୟରେ ଜଣେ ଏମ.ଟେକ୍‌ ଛାତ୍ର ରହିଛନ୍ତି। ତାଙ୍କ ନାମ ଶାହିଲ ଶାହିଦ ଏବଂ ଘର ଗାନ୍ଦରବଲ ଜିଲାର ନୁନେର ଗାଁରେ। ସେ ୩ଦିନ ତଳେ ଆତଙ୍କୀ ସଂଗଠନରେ ଯୋଗଦେଇଥିଲେ। ସେହିପରି ଅନ୍ୟ ଆତଙ୍କୀଙ୍କ ଘର ସୋପିଆନ ଜିଲାର କୀଗମ ଗାଁରେ ଏବଂ ତାଙ୍କର ନାଁ ବିଲାଲ ଅହମ୍ମଦ ବୋଲି ଜଣାପଡ଼ିଛି।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories