www.samajalive.in
Thursday, December 11, 2025
27.1 C
Bhubaneswar

ଭିନ୍ନ ଭିନ୍ନ ସ୍ବାଦର ଖଟାମିଠା ଚଟଣି ସ୍ବାସ୍ଥ୍ୟ ପାଇଁ ଉତ୍ତମ

ଯଦି ଆପଣ ଚଟଣି ଖାଇବାକୁ ପସନ୍ଦ କରୁଥାଆନ୍ତି ତେବେ ଏହି ଟିପ୍ସ ଆପଣଙ୍କ ପାଇଁ ଅଟେ। ଖଟାମିଠା  ଚଟଣି ଖାଇବାକୁ ସ୍ବାଦିଷ୍ଟ ଲାଗିଥାଏ। ଏହାଦ୍ବାରା ଶରୀର​‌ରେ ହେଉଥିବା ଅନେକ ପ୍ରକାରର ସମସ୍ୟାରୁ ମୁକ୍ତି ମଧ୍ୟ ମିଳିଥାଏ। ତେବେ ଆସନ୍ତୁ ଜାଣିବା ବିଭିନ୍ନ ପ୍ରକାର ଚଟଣି ପ୍ରସ୍ତୁତର ପ୍ରଣାଳୀ ସମ୍ବନ୍ଧରେ ..

ରସୁଣ-ଟମାଟର ଚଟଣି :

- Advertisement -

ରସୁଣରେ ପ୍ରାକୃତିକ ଆଣ୍ଟିବାୟୋଟିକ, ଆଣ୍ଟି-ଫଙ୍ଗଲ ଓ ଆଣ୍ଟି-ବ୍ୟାକ୍ଟେରିୟଲ ରହିଛି। ଏହା ବୟସ ସହ ହେଉଥିବା ଶାରୀରିକ ପରିବର୍ତ୍ତନକୁ କମ କରିବା ସହ ଅନେକ ରୋଗ ଠାରୁ ମୁକ୍ତି ଦେଇଥାଏ।

Pic courtesy : YouTube

ପ୍ରସ୍ତୁତ ପ୍ରଣାଳୀ :

ପ୍ରଥମେ ୨୦୦ଗ୍ରାମର ଟମାଟୋ ନିଅନ୍ତୁ। ତାକୁ ଛୋଟ ଛୋଟ କରି କାଟି ଦିଅନ୍ତୁ। ତାପରେ ଗ୍ରାଇଣ୍ଡରେ ଟମାଟୋ, ୧୦ଟି ଶୁଖିଲା ଲଙ୍କା, ୩୫ଗ୍ରାମ ରସୁଣ, ସ୍ବାଦ ଅନୁଯାୟୀ ଲୁଣ, ଏକ ଚାମଚ ତେଲ ଓ ସାମାନ୍ୟ ପାଣି ଦିଅନ୍ତୁ। ତାପରେ ଏହାକୁ ପେଷି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଆପଣଙ୍କ ରସୁଣ-ଟମାଟର ଖଟାମିଠା ଚଟଣି।

ଟମାଟୋ ଚଟଣି :

ଟମାଟୋରେ ଭିଟାମିନ-ସି ଓ ପୋଟାସିୟମ ଅଧିକ ମାତ୍ରାରେ ରହିଛି। ଏହା ଖାଇବା ଦ୍ବାରା କୋଲେଷ୍ଟ୍ରୋଲ କମ ହୋଇଥାଏ। ଏହାସହ ଓଜନ ନିୟନ୍ତ୍ରିତ ହୋଇଥାଏ। ଏହାର ଚଟଣି ଖାଇବା ଶରୀର ପାଇଁ ଲାଭଦାୟକ ହୋଇଥାଏ।

Pic courtesy : Pakwangali

ପ୍ରସ୍ତୁତ ପ୍ରଣାଳୀ :

ପ୍ରଥମେ ଟମାଟୋକୁ ପେଷି ଦିଅନ୍ତୁ। ତାପରେ ଗ୍ୟାସରେ ଏକ ପ୍ୟାନ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଗଲା ପରେ ସେଥିରେ ସୋରିଷ, ଭୃସଙ୍ଗ ପତ୍ର, ରସୁଣ ଓ ଅଦା ପକାଇ ଅଳ୍ପ ଭାଜି ଦିଅନ୍ତୁ। ସେଥିରେ ଟମାଟୋ ପେଷ୍ଟ ପକାଇ ଦିଅନ୍ତୁ। ଟମାଟୋ ପେଷ୍ଟ ଗାଢ ହୋଇଗଲା ପରେ ସେଥିରେ ଏକ ଚାମଚ ଲଙ୍କା ଗୁଣ୍ଡ, ଏକ ଚାମଚ ଗୋଲମରିଚ ଗୁଣ୍ଡ, ସ୍ବାଦ ଅନୁଯାୟୀ ଲୁଣ, ସ୍ବାଦ ଅନୁଯାୟୀ ଚିନି ପକାନ୍ତୁ। ତାପରେ ତାକୁ ଭଲ ଭାବେ ମିଶାଇ ଦିଅନ୍ତୁ। ୫ମିନିଟ ପରେ ଗ୍ୟାସରୁ ଚଟଣି କାଢି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଆପଣଙ୍କ ଟମାଟା ଚଟଣି।

ଭୃସଙ୍ଗ ପତ୍ର ଚଟଣି :

ଏହି ଚଟଣିରେ ଆଇରନ, କ୍ୟାଲସିୟମ ଓ ଅନେକ ପ୍ରକାରର ଭିଟାମିନ ରହିଛି। ଏହାକୁ ଖାଇବା ଦ୍ବାରା କେଶ ଘନ, କଳା ଓ ମଜଭୁତ ହୋଇଥାଏ। ଏହାଦ୍ବାରା ରକ୍ତର ଅଭାବ ମଧ୍ୟ ଠିକ ହୋଇଥାଏ। ଏହାସହ ରକ୍ତଚାପ ଓ ମଧୁମେହ ରୋଗ ନିୟନ୍ତ୍ରିତ ହୋଇଥାଏ।

Pic courtesy : BetterButter

ପ୍ରସ୍ତୁତ ପ୍ରଣାଳୀ :

ଗ୍ୟାସରେ କଡେଇ ବସାଇ ତେଲ ଗରମ କରନ୍ତୁ। ତାପରେ ସେଥିରେ ଭୃସଙ୍ଗ ପକାଇ ୨ମିନିଟ ଭାଜନ୍ତୁ। ଏହାପରେ ଗ୍ରାଇଣ୍ଡରରେ ଭାଜି ଥିବା ଭୃସଙ୍ଗ ପତ୍ର, ୧ଚାମଚ ଗୁଡ, ୨ଚାମଚ ତେନ୍ତୁଳି ରସ, ସ୍ବାଦ ଅନୁଯାୟୀ ଲୁଣ, ପାଣି ଓ ଲଙ୍କା ପକାଇ ପେଷି ଦିଅନ୍ତୁ। ଏହାକୁ ଏକ ପାତ୍ରକୁ କାଢି ରଖନ୍ତୁ। ପ୍ରସ୍ତୁତ ହୋଇଗଲା ଆପଣଙ୍କ ଖଟାମିଠା ଓ ସ୍ବାଦିଷ୍ଟ ଭୃସଙ୍ଗ ପତ୍ର ଚଟଣି।

ଅଁଳା ଚଟଣି :

ଅଁଳା ଖାଇବା ଦ୍ବାରା ଶରୀରକୁ ଅନେକ ପ୍ରକାରର ଲାଭ ମିଳିଥାଏ। ଏହାଦ୍ବାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ଅଁଳାରେ ଭିଟାମିନ-ସି ଓ ଅନେକ ପ୍ରକାରର ପୋଷକ ତତ୍ତ୍ବ ରହିଛି। ଏହା ଶରୀରରେ ହେଉଥିବା ଅନେକ ପ୍ରକାର ସମସ୍ୟାରୁ ମୁକ୍ତି ଦେଇଥାଏ।

Pic courtesy : YouTube

ପ୍ରସ୍ତୁତ ପ୍ରଣାଳୀ :

ଏକ ପ୍ୟାନରେ ତେଲ ଗରମ କରି ଜିରା ପକାନ୍ତୁ। ତାପରେ ସେଥିରେ ଅଁଳାକୁ କାଟି ପକାନ୍ତୁ। ତାପରେ ସେଥିରେ ଧନିଆ ଗୁଣ୍ଡ, ଲଙ୍କା ଗୁଣ୍ଡ ଓ ଘିଅ ପକାଇ କିଛି ସମୟ ଭାଜନ୍ତୁ। ତାପରେ ପୁଦିନା ପତ୍ର ପକାଇ ୧ମିନିଟ ଭାଜି କାଢି ତାହାକୁ ଥଣ୍ଡା କରି ଦିଅନ୍ତୁ। ଏହା ଥଣ୍ଡା ହୋଇଗଲା ପରେ ପେଷି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଆପଣଙ୍କ ଅଁଳା ଚଟଣି।

 

Hot this week

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

Related Articles

Popular Categories