www.samajalive.in
Wednesday, December 10, 2025
18.1 C
Bhubaneswar

ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ ମାମଲା: ଉତ୍ତର ପ୍ରଦେଶରେ ସର୍ବାଧିକ

ନୂଆଦିଲ୍ଲୀ: ଚଳିତ ଲୋକସଭା ନିର୍ବାଚନ ଏବଂ କେତେକ ରାଜ୍ୟରେ ହେଉଥିବା ବିଧାନସଭା ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ ସମାପନ କରିବା ପାଇଁ ପ୍ରତିଥର ଭଳି ଏଥର ମଧ୍ୟ ଲାଗୁ ହୋଇଛି ଆଦର୍ଶ ଆଚରଣ ବିଧି। ବିଭିନ୍ନ ରାଜନୈତିକ ଦଳ, ସେମାନଙ୍କ ପୃଷ୍ଠପୋଷକ, କର୍ମୀ ଓ ସମର୍ଥକଙ୍କ ଦ୍ୱାରା ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ ନୀତିନିୟମ ଉଲ୍ଲଙ୍ଘନ କରି ହେଉଥିବା କାର୍ଯ୍ୟକୁ ବନ୍ଦ କରିବା ଆଦର୍ଶ ଆଚରଣ ବିଧି ପରିସରରେ ଆସୁଛି। ତେବେ ବିଗତ ନିର୍ବାଚନ ଗୁଡିକ ଭଳି ଚଳିତ ନିର୍ବାଚନରେ ମଧ୍ୟ ବହୁଳ ଭାବେ ଏହି ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ ମାମଲା ନିର୍ବାଚନ ପରିବେଶକୁ ସରଗରମ କରି ରଖିଛି।

ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ଉପଲବ୍ଧ ସୂଚନା ଅନୁଯାୟୀ, ଏପ୍ରିଲ ୧୨ ତାରିଖ ସୁଦ୍ଧା ୩୨୩ଟି ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ ମାମଲା ପଞ୍ଜୀକୃତ ହୋଇଛି। ସେଥି ମଧ୍ୟରୁ ୧୦୨ଟି ମାମଲାର ସମାଧାନ ହୋଇଥିବା ବେଳେ ମାତ୍ର ୪ଟି ଘଟଣାରେ ପ୍ରତିପକ୍ଷ ଜବାବ ଦାଖଲ କରିଛନ୍ତି। ୯୨ଟି ମାମଲାର ପ୍ରାଥମିକ ତଦନ୍ତ ଶେଷ ହୋଇଛି ଓ ୭ଟି ଘଟଣାରେ ନିର୍ବାଚନ କମିଶନଙ୍କୁ ପ୍ରସ୍ତାବ ମିଳିଥିବା ଜଣା ପଡିଛି। ଏହି ସମୟ ମଧ୍ୟରେ ଉତ୍ତର ପ୍ରଦେଶରେ ସର୍ବାଧିକ ୭୪ଟି ମାମଲାରେ ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ ହୋଇଥିବା ରେକର୍ଡ କରାଯାଇଛି ଓ ସେଥି ମଧ୍ୟରୁ କେବଳ ଗୋଟିଏ ମାମଲାର ସମାଧାନ ହୋଇଥିବା ଜଣାପଡିଛି। ଏହା ପରକୁ ଜାମ୍ମୁ କାଶ୍ମୀରରେ ୬୫ଟି ଉଲ୍ଲଙ୍ଘନ ମାମଲା ପଞ୍ଜୀକୃତ ହୋଇଥିବା ବେଳେ ଓଡ଼ିଶାରେ ଗୋଟିଏ ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ ମାମଲା ପଞ୍ଜୀକୃତ ହୋଇଛି। ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ ମାମଲାରେ କେରଳ ୩୪, ଲାକ୍ଷାଦ୍ଵୀପ ୩୩, ଗୁଜୁରାଟ ୧୮, ଉତ୍ତରାଖଣ୍ଡ ୧୫, ଗୋଆ ଓ ମଧ୍ୟ ପ୍ରଦେଶ ୧୩ଟି ଲେଖାଏଁ, ପଞ୍ଜାବ ୮, ବିହାର, ମଣିପୁର ଓ ତାମିଲନାଡୁ ୬ଟି ଲେଖାଏଁ, ରାଜସ୍ଥାନ ୫, ଆନ୍ଧ୍ର ପ୍ରଦେଶ, ଅରୁଣାଚଳ ପ୍ରଦେଶ ଓ ଚଣ୍ଡିଗଡ ୩ଟି ଲେଖାଏଁ, ଦାମନ ଡ଼ିଉ, ମହାରାଷ୍ଟ୍ର ଓ ପୁଡୁଚେରୀ ୨ଟି ଲେଖାଏଁ ଏବଂ ଝାରଖଣ୍ଡ ଓ ପଶ୍ଚିମବଙ୍ଗରେ ଗୋଟିଏ ଲେଖାଏଁ ମାମଲା ପଞ୍ଜୀକୃତ ହୋଇଛି।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories